ମିଶନ ଚନ୍ଦ୍ରାୟନରେ ଲ୍ୟାଣ୍ଡରକୁ ନେଇ କ୍ଷୀଣ ହେଉଛି ଇସ୍ରୋର ଆଶା, ହାତରେ ଆଉ ୨୪ ଘଣ୍ଟା ସମୟ

ମିଶନ୍‌ ଚନ୍ଦ୍ରାୟନ-୨କୁ ନେଇ ଧୀରେ ଧୀରେ କ୍ଷୀଣ ହେଉଛି ଇସ୍ରୋର ଆଶା। ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ଏପର୍ଯ୍ୟନ୍ତ ସମ୍ଭବ ହୋଇ ନଥିବା ବେଳେ ଇସ୍ରୋ ହାତରେ ଆଉ ୨୪ ଘଣ୍ଟା ସମୟ ରହିଲା। କାରଣ ଆସନ୍ତାକାଲି ଚନ୍ଦ୍ରପୃଷ୍ଠରେ ରାତି ହୋଇଯିବ। ସୁପ୍ତ ଅବସ୍ଥାରେ ଥିବା ଲ୍ୟାଣ୍ଡର ସହ ଯୋଗାଯୋଗ କରିବାର ଆସନ୍ତାକାଲି ଶେଷ ଦିନ। ତେଣୁ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ବିକ୍ରମ ସହ ସମ୍ପର୍କ ସ୍ଥାପନ ସମୟ ସରି ସରି ଆସୁଛି। ଆସନ୍ତାକାଲି ସୁଦ୍ଧା ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନ ନହେଲେ, ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଓହ୍ଲାଇଥିବା ବିକ୍ରମ ସହ ଆଉ କେବେ ଯୋଗାଯୋଗ କରି ପାରିବ ନାହିଁ ଇସ୍ରୋ। ତଥାପି ଶେଷ ଉଦ୍ୟମ ଜାରି ରଖିଛନ୍ତି ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ରପୃଷ୍ଠରେ ଗୋଟିଏ ଦିନ,ଭୂପୃଷ୍ଠରେ ୧୪ ଦିନ ସହ ସମାନ। ଶନିବାରଠାରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ରାତି ଆରମ୍ଭ ହେବ। ସୂର୍ଯ୍ୟ ଆଲୋକ ଆଉ ପଡ଼ିବ ନାହିଁ। ସେଠାକାର ତାପମାତ୍ରା ମାଇନସ୍‌ ୨୪୦ ଡିଗ୍ରୀ ସେଲସିୟସ୍‌ ହୋଇଯିବ। ଫଳରେ ଲ୍ୟାଣ୍ଡରରେ ଥିବା ସୌର ପ୍ୟାନେଲ୍‌ ଚାର୍ଜ ହେବ ନାହିଁ।

 

KNews Bureau

Recent Posts

ପ୍ରଥମ ରଜରେ ପୋଖରୀରେ ବୁଡି ମା-ଝିଅଙ୍କ ସଲିଳ ସମାଧି

ନବରଙ୍ଗପୁର (କେନ୍ୟୁଜ): ଆଜି ପହିଲି ରଜରେ ଗାଁଠୁ ସହର ସବୁଠି ଉତ୍ସାହ ଓ ଆନନ୍ଦର ମାହୋଲ । ହେଲେ ନବରଙ୍ଗପୁର…

16 mins ago

କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି…

45 mins ago

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜୁନ ୨୦ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର (କେନ୍ୟୁଜ): କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟପାଳ…

47 mins ago

ଆଗକୁ ବଢୁନି ମୌସୁମୀ, ଗରମ ଗୁଳିଗୁଳିରେ କଟିବ ରଜ

ଭୁବନେଶ୍ୱର (କେନ୍ୟୁଜ); ଆଗକୁ ବଢୁନି ମୌସୁମୀ । ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ ।  ତଥାପି…

1 hour ago

ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା, ୩ ଅଟକ

କାମାକ୍ଷାନଗର (କେନ୍ୟୁଜ): ଯୁବକଙ୍କୁ ପିଟି ପିଟି ହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡିହ ସାହିରେ…

1 hour ago

ଘରେ ଭିତରେ ପଶି ମା’ ଝିଅଙ୍କୁ ଛୁରୀରେ ଆକ୍ରମଣ କଲେ ପଡୋଶୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସମ୍ବଲପୁର (କେନ୍ୟୁଜ): ପହିଲି ରଜରେ ଅଘଟଣ ।  ମା' ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ…

1 hour ago