ଦେଶ ବିଦେଶ

ISRO ପ୍ରତିଦିନ ୧୦୦ରୁ ଅଧିକ ସାଇବର ଆଟାକ୍‌ର ସାମ୍ନା କରୁଛି: ଏସ୍‌ ସୋମନାଥ

ଭାରତର ମହାକାଶ ଗବେଷଣା ସଂସ୍ଥା ‘ISRO’କୁ ନେଇ ବଡ ଖବର ଆସିଛି। ISRO ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି ଯେ ମହାକାଶ ସଂସ୍ଥା ଉପରେ ପ୍ରତିଦିନ ୧୦୦ରୁ ଅଧିକ ସାଇବର ଆକ୍ରମଣ ହେଉଛି। ସାଇବର ଆକ୍ରମଣର ଏହି ଘଟଣା ଏମିିତି ସମୟରେ ଘଟୁଛି, ଯେତେବେଳେ କି, ଇସ୍ରୋ ପ୍ରତିଦିନ ସଫଳତାର ନୂଆ ନୂଆ ପାହାଚ ଚଢ଼ୁଛି। ଯଦିଓ ଭୟଭୀତ ହେବାର କିଛି କଥା ନାହିଁ। କାରଣ, ଇସ୍ରୋ ଏପରି ଆକ୍ରମଣଗୁଡ଼ିକର ସାମ୍ନା କରିବା ପାଇଁ ଏକ ଶକ୍ତିଶାଳୀ ସାଇବର ସୁରକ୍ଷା ନେଟୱାର୍କ ସହିତ ସଜ୍ଜିତ ରହିଛି।

କେରଳର କୋଚିରେ ଆୟୋଜିତ ଦୁଇ ଦିନିଆ ଅନ୍ତର୍ଜାତୀୟ ସାଇବର ସମ୍ମିଳନୀ ‘C0c0n’ର ୧୬ତମ ସିଜନର ଉଦ୍‌ଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୋମନାଥ ଏହା କହିଛନ୍ତି। ସେ କହିଛନ୍ତି ଯେ ରକେଟ୍ ଟେକ୍ନୋଲୋଜିରେ ସାଇବର ଆକ୍ରମଣର ଆଶଙ୍କା ବହୁତ ଅଧିକ ରହିଛି। ଏହି ଟେକ୍ନୋଲୋଜି ହାର୍ଡୱେର୍ ଆଧାରିତ ଏବଂ ଏଥିରେ ଅତ୍ୟାଧୁନିକ ସଫ୍ଟୱେର୍ ଓ ଚିପ୍‌ ବ୍ୟବହାର ହୋଇଥାଏ।

ଇସ୍ରୋ ମୁଖ୍ୟ କହିଛନ୍ତି ଯେ ଇସ୍ରୋ ଏବେ ସଫ୍ଟୱେର୍ ବ୍ୟତୀତ ରକେଟ୍ ଭିତରେ ହାର୍ଡୱେର୍ ଚିପ୍ସର ସୁରକ୍ଷା ଉପରେ ଧ୍ୟାନ କୈନ୍ଦ୍ରିତ କରି ବିଭିନ୍ନ ଟେଷ୍ଟିଂରେ ମଧ୍ୟ ଆଗକୁ ବଢ଼ୁଛି। ଇସ୍ରୋ ପାଖରେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ସାହାଯ୍ୟ କରୁଥିବା ଉପଗ୍ରହ ମଧ୍ୟ ଅଛି। ଏ ସମସ୍ତକୁ ଅଲଗା ଅଲଗା ସଫ୍ଟୱେର୍ ଦ୍ୱାରା ନିୟନ୍ତ୍ରିତ କରାଯାଉଛି। ଏ ସବୁର ସୁରକ୍ଷା ପାଇଁ ସାଇବର ସୁରକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ।

ଏସ୍‌ ସୋମନାଥ କହିଛନ୍ତି, ଆମେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି ଟେକ୍ନୋଲୋଜି ବ୍ୟବହାର କରି ସାଇବର ଅପରାଧୀମାନଙ୍କ ଚ୍ୟାଲେଞ୍ଜକୁ ସାମ୍ନା କରିପାରିବା। ଏ ଦିଗରେ ଗବେଷଣା ଏବଂ କଠିନ ପରିଶ୍ରମ ଆବଶ୍ୟକ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago