ଦେଶ ବିଦେଶ

କରୋନା ଟିକାରୁ ରକ୍ଷା ପାଇବା ପାଇଁ ଅଜବ ଉପାୟ, ଟିକା ଲଗାଇବାକୁ ହାତରେ ଯୋଡ଼ିଲେ ନକଲି ହାତ

ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ ବି କରୋନା ଆତଙ୍କ ଜାରି ରହିଛି । ଏବେ ପୁଣି ଏକ ନୂଆ ଭ୍ୟାରିଏଣ୍ଟ ‘ଓମିକ୍ରନ’ ଲୋକଙ୍କ ନିଦ ହଜାଇଲାଣି । ସବୁ ଦେଶ ଟିକା ଉପରେ ଗୁରତ୍ୱ ଦେଉଛନ୍ତି । ଶତ ପ୍ରତିଶତ ଟିକା ଲଗାଇବା ପାଇଁ ସରକାର ମଧ୍ୟ ଜୋର ଦେଉଛନ୍ତି । କେହି କେହି ଟିକା ନେବାକୁ ଡରୁଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ଅଜବ ଯୋଗାଡମାନ କରୁଛନ୍ତି । ସେହିପରି ଟିକାକୁ ନେଇ ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଇଟାଲିରେ ।

ଇଟାଲିର ବିଏଲାର ଜଣେ ବ୍ୟକ୍ତି କରୋନା ଟିକା ନେବା ପାଇଁ ବହୁତ ଭୟ କରୁଥିବାରୁ ଟିକାରୁ ବର୍ତ୍ତିବା ପାଇଁ ଏକ ନୂଆ ଉପାୟ କଲେ ।ଉକ୍ତ ବ୍ୟକ୍ତିଙ୍କର କରୋନା ସାର୍ଟିଫିକେଟ ଅତ୍ୟନ୍ତ ଆବଶ୍ୟକ ଥିଲା । ଏପଟେ ଟିକାକୁ ମଧ୍ୟ ଭୟ କରୁଥିଲେ । ଟିକା ନନେଲେ ସାର୍ଟିଫିକେଟ ମିଳବା ଅସମ୍ଭବ । ତେଣୁ ସେ ନିଜ ହାତ ଉପରେ ଏକ ନକଲି ହାତ ଲଗାଇ ଟିକା ନେବାକୁ ଭ୍ୟାକସିନ ସେଣ୍ଟର ଗଲେ ।

ନର୍ସଙ୍କୁ ହାତ ଉପରେ ହେଲା ସନ୍ଦେହ :

ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ଯେତେବେଳେ ଟିକା ନେବାକୁ ହାତ ଦେଖାଇଲେ । ନର୍ସ ହାତକୁ ଛୁଇଁବା ପରେ ତାଙ୍କୁ ସନ୍ଦେହ ହେଲା । ତେଣୁ ସେ ପୁରା ସାର୍ଟ ଖୋଲିବାକୁ କହିଲେ । ହେଲେ ବ୍ୟକ୍ତି ଯେତେବେଳେ ସାର୍ଟ ଖୋଲିଲେ ତ ହାତ ଉପରେ ଏକ ସିଲିକନ୍‌ ହାତ ଲଗାଇଥିବା ଦେଖିବାକୁ ମିଳିଲା । ଫଳରେ ନର୍ସ ଟିକା ଦେବାକୁ ମନା କରିଦେଲେ । ବ୍ୟକ୍ତି ଜଣକ ନର୍ସଙ୍କୁ ମଧ୍ୟ ଲାଞ୍ଚ ଦେବାକୁ କହିଥିଲେ । ହେଲେ ନର୍ସ ଲାଞ୍ଚ ନନେଇ ଟିକା ଦେଲେ ନାହିଁ ।

ଅସଲି ହାତ ଉପରେ ଫିଟ କରିଥିଲେ ନକଲି ହାତ :

ଅନୁସନ୍ଧାନରୁ ଜଣାପଡ଼ିଲା ଯେ ବ୍ୟକ୍ତିଙ୍କୁ ବାସ୍ତବରେ କରୋନା ଟିକା ନେଇଥିବା ନେଇ ସାର୍ଟିଫିକେଟ ଆବଶ୍ୟକ ଥିଲା । କାରଣ କେଉଁଠି କାମ କରିବାକୁ ହେଲେ ବା ଯାତ୍ରା କରିବାର ଥିଲେ ଟିକା ନେବା ସାର୍ଟିଫିକେଟ ଜରୁରୀ ଥିଲା । ହେଲେ ବ୍ୟକ୍ତି ଜଣକ ଟିକାକୁ ଭୟ କରୁଥିଲେ । ଫଳରେ ନକଲି ହାତ ଲଗାଇ ଅସଲି ଟିକା ନେବାକୁ ଏପରି ଅଭିନବ ଯୋଗାଡ଼ କଲେ । ହେଲେ ଶେଷରେ ତାଙ୍କ ଯୋଜନା ପାଣିରେ ପଡ଼ିଥିଲା । ଏହି ଘଟଣା ଏବେ ସେଠାରେ ଚର୍ଚ୍ଚାର ବିଷୟ ହୋଇଛି ।

Niharanjan

Recent Posts

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

3 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

15 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

21 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

26 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

27 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago