ରାଜ୍ୟ

ମାତୃତ୍ୱ ଦେଖେନି ପର ଆପଣା, ନିଜ ଛାତିର କ୍ଷୀରକୁ ଛେଳି ଛୁଆକୁ ପିଆଇଲା କୁକୁର

ଜଗତସିଂହପୁର (କେନ୍ୟୁଜ) : ଛାଡି ଚାଲିଗଲା ମାଆ, ମାତୃତ୍ୱ ଦେଖାଇଲା କୁକୁର। ନିଜ ଛାତିରୁ ଅଜାଡିଦେଲା କ୍ଷୀର। ଜମା ବି ଭାବିଲାନି କିଏ ପର କିଏ ଆପଣାର, ପର ପିଲାର ଜୀବନ ବଞ୍ଚାଇବାକୁ ଯାଇ ଛେଳିକୁ ସ୍ତନ୍ୟପାନ କରାଇଲା କୁକୁର। ଆଉ ପ୍ରମାଣ କରିଦେଲା ଦୁନିଆରେ ମାତୃତ୍ୱ ଠାରୁ ଆଉ କିଛି ବଡ ନାହିଁ। ଆଜିର ବସ୍ତୁବାଦୀ ସମାଜରେ ମଣିଷ ମଣିଷକୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି କିନ୍ତୁ ସେଠାରେ ଗୋଟିଏ ପଶୁ ଅନ୍ୟ ଏକ ପଶୁର ଛୁଆକୁ ସ୍ତନ୍ୟପାନ କରାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଅଭିମନ୍ୟୁ ଭୋଇ ନାମକ ଜଣେ ବ୍ୟକ୍ତିଙ୍କର ଏକ ଛେଳି ଛୁଆ ଜନ୍ମକରି ମରିଗଲା। ମା ଛେଉଣ୍ଡ ହେଇଗଲା ଛେଳି ଛୁଆ। ଛେଳି ଛୁଆର ଏ ଦୁଃଖକୁ ବୋଧହୁଏ ମାଆ କୁକୁରଟି ଅନୁଭବ କରିପାରୁଥିଲା ସେଥିପାଇଁ ଛେଳି ଛୁଆକୁ କୁକୁର ମାତୃତ୍ୱର ସ୍ନେହ ଦେବାସହିତ କ୍ଷୀର ପିଆଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସାଧାରଣତଃ ଛେଳି ତୃଣଭୋଜି ଓ କୁକୁର ମାଂସାସି। ଏଥିପାଇଁ କୁକୁର ଓ ଛେଳି ଭିତରେ ସ୍ୱାଭାବିକ ଭାବେ ଅପଡଥାଏ। କିନ୍ତୁ ଏପରି ସ୍ଥଳେ କୁକୁର ନିଜ କ୍ଷୀର ଛେଳିକୁ ପିଇବାକୁ ଦେବା ବିରଳ ଓ ଆଶ୍ଚର୍ଯ୍ୟ ଘଟଣା ନିଶ୍ଚୟ। ତେବେ ଏହି ବିରଳ ଦୃଶ୍ୟକୁ ସେଠାରେ ଥିବା ଲୋକେ ନିଜ ମୋବାଇଲରେ କ୍ୟାପଚର କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି।

ଦେଖନ୍ତୁ କେଡେ ଶ୍ରଦ୍ଧାରେ ଛେଳି ଛୁଆକୁ କ୍ଷୀର ପିଆଉଛି ମାଆ କୁକୁର। ଜମା ବି ଦେଖୁନି ପର ଆପଣା। ବୋଧହୁଏ ଏ ଦୃଶ୍ୟ ବଖାଣୁଛି ମଣିଷ ସମାଜ ଏ ପଶୁଙ୍କ ପାଖରୁ ଶିକ୍ଷା କରିବା ଉଚିତ। ମା ଛେଉଣ୍ଡ ଛେଳି ଛୁଆକୁ କୁକୁରଟି ପ୍ରତିଦିନ ତାକୁ ସ୍ତନ୍ୟପାନ କରାଏ। ଆଉ ଏବେ ଏହି ଦୃଶ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହି ଚିତ୍ର ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ମଣିଷ ଯେତେବେଳେ ନିଜ ପିଲାକୁ ସ୍ତନ୍ୟ ପାନ କରେଇବା ପାଇଁ ଅନିଚ୍ଛା ପ୍ରକାଶ କରୁଛି ସେଠି ଗୋଟେ ପଶୁ ମାନବ ସୁଲଭ ପ୍ରମାଣ ଦେଇଛି । ଜଗତସିଂହପୁର ବ୍ଲକ ଖଏରଙ୍ଗ ପଞ୍ଚାୟତ ନାଗାମଠରେ ମାତୃତ୍ୱର ଏହି ନିଆରା ସମ୍ପର୍କ ଦେଖିବାକୁ ମିଳିଛି।

Pritiparna

Recent Posts

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

3 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

9 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

13 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

14 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago

ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…

1 hour ago