Below header

ମାତୃତ୍ୱ ଦେଖେନି ପର ଆପଣା, ନିଜ ଛାତିର କ୍ଷୀରକୁ ଛେଳି ଛୁଆକୁ ପିଆଇଲା କୁକୁର

ଜଗତସିଂହପୁର (କେନ୍ୟୁଜ) : ଛାଡି ଚାଲିଗଲା ମାଆ, ମାତୃତ୍ୱ ଦେଖାଇଲା କୁକୁର। ନିଜ ଛାତିରୁ ଅଜାଡିଦେଲା କ୍ଷୀର। ଜମା ବି ଭାବିଲାନି କିଏ ପର କିଏ ଆପଣାର, ପର ପିଲାର ଜୀବନ ବଞ୍ଚାଇବାକୁ ଯାଇ ଛେଳିକୁ ସ୍ତନ୍ୟପାନ କରାଇଲା କୁକୁର। ଆଉ ପ୍ରମାଣ କରିଦେଲା ଦୁନିଆରେ ମାତୃତ୍ୱ ଠାରୁ ଆଉ କିଛି ବଡ ନାହିଁ। ଆଜିର ବସ୍ତୁବାଦୀ ସମାଜରେ ମଣିଷ ମଣିଷକୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି କିନ୍ତୁ ସେଠାରେ ଗୋଟିଏ ପଶୁ ଅନ୍ୟ ଏକ ପଶୁର ଛୁଆକୁ ସ୍ତନ୍ୟପାନ କରାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଅଭିମନ୍ୟୁ ଭୋଇ ନାମକ ଜଣେ ବ୍ୟକ୍ତିଙ୍କର ଏକ ଛେଳି ଛୁଆ ଜନ୍ମକରି ମରିଗଲା। ମା ଛେଉଣ୍ଡ ହେଇଗଲା ଛେଳି ଛୁଆ। ଛେଳି ଛୁଆର ଏ ଦୁଃଖକୁ ବୋଧହୁଏ ମାଆ କୁକୁରଟି ଅନୁଭବ କରିପାରୁଥିଲା ସେଥିପାଇଁ ଛେଳି ଛୁଆକୁ କୁକୁର ମାତୃତ୍ୱର ସ୍ନେହ ଦେବାସହିତ କ୍ଷୀର ପିଆଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

goatସାଧାରଣତଃ ଛେଳି ତୃଣଭୋଜି ଓ କୁକୁର ମାଂସାସି। ଏଥିପାଇଁ କୁକୁର ଓ ଛେଳି ଭିତରେ ସ୍ୱାଭାବିକ ଭାବେ ଅପଡଥାଏ। କିନ୍ତୁ ଏପରି ସ୍ଥଳେ କୁକୁର ନିଜ କ୍ଷୀର ଛେଳିକୁ ପିଇବାକୁ ଦେବା ବିରଳ ଓ ଆଶ୍ଚର୍ଯ୍ୟ ଘଟଣା ନିଶ୍ଚୟ। ତେବେ ଏହି ବିରଳ ଦୃଶ୍ୟକୁ ସେଠାରେ ଥିବା ଲୋକେ ନିଜ ମୋବାଇଲରେ କ୍ୟାପଚର କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି।

ଦେଖନ୍ତୁ କେଡେ ଶ୍ରଦ୍ଧାରେ ଛେଳି ଛୁଆକୁ କ୍ଷୀର ପିଆଉଛି ମାଆ କୁକୁର। ଜମା ବି ଦେଖୁନି ପର ଆପଣା। ବୋଧହୁଏ ଏ ଦୃଶ୍ୟ ବଖାଣୁଛି ମଣିଷ ସମାଜ ଏ ପଶୁଙ୍କ ପାଖରୁ ଶିକ୍ଷା କରିବା ଉଚିତ। ମା ଛେଉଣ୍ଡ ଛେଳି ଛୁଆକୁ କୁକୁରଟି ପ୍ରତିଦିନ ତାକୁ ସ୍ତନ୍ୟପାନ କରାଏ। ଆଉ ଏବେ ଏହି ଦୃଶ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହି ଚିତ୍ର ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ମଣିଷ ଯେତେବେଳେ ନିଜ ପିଲାକୁ ସ୍ତନ୍ୟ ପାନ କରେଇବା ପାଇଁ ଅନିଚ୍ଛା ପ୍ରକାଶ କରୁଛି ସେଠି ଗୋଟେ ପଶୁ ମାନବ ସୁଲଭ ପ୍ରମାଣ ଦେଇଛି । ଜଗତସିଂହପୁର ବ୍ଲକ ଖଏରଙ୍ଗ ପଞ୍ଚାୟତ ନାଗାମଠରେ ମାତୃତ୍ୱର ଏହି ନିଆରା ସମ୍ପର୍କ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.