ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ ନେଇ ବିଜେପି-ଏନସି ମୁହାଁମୁହିଁ

ଜାମ୍ମୁ-କାଶ୍ମୀର(କେନ୍ୟୁଜ୍) : ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ ନେଇ ବିଜେପି-ଏନସି ମୁହାଁମୁହିଁ । ବିଜେପି ନେତା ରାମ ମାଧବ, ନେସନାଲ କନ୍‌ଫରେନ୍ସ, ପିଡିପି ଏବଂ କଂଗ୍ରେସର ମେଣ୍ଟକୁ ଆତଙ୍କବାଦ ଓ ପାକିସ୍ତାନ ସହ ଯୋଡ଼ିଛନ୍ତି । ସୀମା ସେପାରିରୁ ଆସିଥିବା ଆଦେଶ ଅନୁସାରେ ପିଡିପି ଏବଂ ନେସନାଲ କନ୍‌ଫରେନ୍ସ, ସ୍ଥାନୀୟ ନିର୍ବାଚନକୁ ବହିଷ୍କାର କରିଥିବା ରାମ ମାଧବ ଅଭିଯୋଗ କରିଛନ୍ତି । ଏହା ଉପରେ ଜବାବ ରଖିଛନ୍ତି ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେସନାଲ କଂଗ୍ରେସ ନେତା ଉମର ଅବଦୁଲ୍ଲା । ସେ ରାମ ମାଧବଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ଅଭିଯୋଗ ପ୍ରମାଣ କରନ୍ତୁ, ନହେଲେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଉମର ଅବଦୁଲ୍ଲା ।

ସେପଟେ ବିଧାନସଭା ଭଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ସେ କହିଛନ୍ତି, ରାଜ୍ୟରେ ନୂଆ ସରକାର ଆସିବା ଆବଶ୍ୟକ । ରାଜ୍ୟରେ ଯେପରି ଅସ୍ଥିରତା ନଆସୁ, ସେଥିପାଇଁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ରାଜ୍ୟପାଳ । ନିଷ୍ପତ୍ତି ନେଇ କୌଣସି ଆପତ୍ତି ଥିଲେ, କୋର୍ଟ ଯାଆନ୍ତୁ ବୋଲି କହିଛନ୍ତି ରାଜ୍ୟପାଳ ।

ଗତକାଲି ରାଜ୍ୟପାଳ ଜାମ୍ମୁ-କାଶ୍ମୀର ବିଧାନସଭା ଭାଙ୍ଗି ଦେଇଥିଲେ । ପୂର୍ବରୁ ରାଜ୍ୟରେ ସରକାର ଗଢିବା ପାଇଁ ପିଡିପି ମୁଖ୍ୟ ମେହବୁବା ମୁଫତି ରାଜ୍ୟପାଳଙ୍କୁ ପତ୍ର ଲେଖିଥିଲେ । କହିଥିଲେ ତାଙ୍କ ଦଳର ୨୯ ବିଧାୟକ ଅଛନ୍ତି । କଂଗ୍ରେସର ୧୨ ଓ ନେସନାଲ କନ୍‌ଫରେନ୍ସର ୧୫ ବିଧାୟକ ଅଛନ୍ତି । ଉଭୟ ଦଳ ତାଙ୍କୁ ସମର୍ଥନ କରୁଛନ୍ତି । ତେଣୁ ତାଙ୍କ ପାଖରେ ୫୬ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ ।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

4 hours ago