Below header

ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ ନେଇ ବିଜେପି-ଏନସି ମୁହାଁମୁହିଁ

ଜାମ୍ମୁ-କାଶ୍ମୀର(କେନ୍ୟୁଜ୍) : ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ ନେଇ ବିଜେପି-ଏନସି ମୁହାଁମୁହିଁ । ବିଜେପି ନେତା ରାମ ମାଧବ, ନେସନାଲ କନ୍‌ଫରେନ୍ସ, ପିଡିପି ଏବଂ କଂଗ୍ରେସର ମେଣ୍ଟକୁ ଆତଙ୍କବାଦ ଓ ପାକିସ୍ତାନ ସହ ଯୋଡ଼ିଛନ୍ତି । ସୀମା ସେପାରିରୁ ଆସିଥିବା ଆଦେଶ ଅନୁସାରେ ପିଡିପି ଏବଂ ନେସନାଲ କନ୍‌ଫରେନ୍ସ, ସ୍ଥାନୀୟ ନିର୍ବାଚନକୁ ବହିଷ୍କାର କରିଥିବା ରାମ ମାଧବ ଅଭିଯୋଗ କରିଛନ୍ତି । ଏହା ଉପରେ ଜବାବ ରଖିଛନ୍ତି ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେସନାଲ କଂଗ୍ରେସ ନେତା ଉମର ଅବଦୁଲ୍ଲା । ସେ ରାମ ମାଧବଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ଅଭିଯୋଗ ପ୍ରମାଣ କରନ୍ତୁ, ନହେଲେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଉମର ଅବଦୁଲ୍ଲା ।

assସେପଟେ ବିଧାନସଭା ଭଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ସେ କହିଛନ୍ତି, ରାଜ୍ୟରେ ନୂଆ ସରକାର ଆସିବା ଆବଶ୍ୟକ । ରାଜ୍ୟରେ ଯେପରି ଅସ୍ଥିରତା ନଆସୁ, ସେଥିପାଇଁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ରାଜ୍ୟପାଳ । ନିଷ୍ପତ୍ତି ନେଇ କୌଣସି ଆପତ୍ତି ଥିଲେ, କୋର୍ଟ ଯାଆନ୍ତୁ ବୋଲି କହିଛନ୍ତି ରାଜ୍ୟପାଳ ।

asssଗତକାଲି ରାଜ୍ୟପାଳ ଜାମ୍ମୁ-କାଶ୍ମୀର ବିଧାନସଭା ଭାଙ୍ଗି ଦେଇଥିଲେ । ପୂର୍ବରୁ ରାଜ୍ୟରେ ସରକାର ଗଢିବା ପାଇଁ ପିଡିପି ମୁଖ୍ୟ ମେହବୁବା ମୁଫତି ରାଜ୍ୟପାଳଙ୍କୁ ପତ୍ର ଲେଖିଥିଲେ । କହିଥିଲେ ତାଙ୍କ ଦଳର ୨୯ ବିଧାୟକ ଅଛନ୍ତି । କଂଗ୍ରେସର ୧୨ ଓ ନେସନାଲ କନ୍‌ଫରେନ୍ସର ୧୫ ବିଧାୟକ ଅଛନ୍ତି । ଉଭୟ ଦଳ ତାଙ୍କୁ ସମର୍ଥନ କରୁଛନ୍ତି । ତେଣୁ ତାଙ୍କ ପାଖରେ ୫୬ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.