ପୁରୀ କୃଷ୍ଣପ୍ରସାଦରେ ‘ବସୁଧା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ(କେନ୍ୟୁଜ୍) : ଲୁଣି ଅଞ୍ଚଳରେ ମିଠା ପାଣିର ସ୍ୱାଦ। ପୁରୀ କୃଷ୍ଣପ୍ରସାଦରେ ‘ବସୁଧା’ ଯୋଜନାର ଶୁଭାରମ୍ଭ। ୧୮୩ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନା ମାଧ୍ୟମରେ ୧୪ଟି ପଞ୍ଚାୟତର ୧୪୭ ଗାଁ ଲୋକେ ଉପକୃତ ହେବେ। କୃଷ୍ଣପ୍ରସାଦର ୯୨ ଓ ଗଞ୍ଜାମର ୫୫ଟି ଗାଁ ଲୋକଙ୍କୁ ମିଳିବ ଋଷିକୂଲ୍ୟା ନଦୀରୁ ବିଶୁଦ୍ଧ ଜଳ।

qzପ୍ରକଳ୍ପ ଦ୍ୱାରା କୃଷ୍ଣପ୍ରସାଦ ଓ ଗଞ୍ଜାମବାସୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗଞ୍ଜାମର ୪ ଲକ୍ଷ ଲୋକଙ୍କ ପାଖରେ ବିଶୁଦ୍ଧ ଜଳ ପହଞ୍ଚିବ । ସମସ୍ତଙ୍କ ପାଇଁ ବିଶୁଦ୍ଧ ଜଳର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.