ଦେଶର ଏହି ସହରରେ କର୍ମଚାରୀଙ୍କୁ ମିଳିଥାଏ ସବୁଠାରୁ ଅଧିକ ବେତନ, ରିସର୍ଚ୍ଚରେ ହେଲା ଖୁଲାସା

ବେଙ୍ଗାଲୁରୁ : ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଦେଶର ସବୁଠାରୁ ଅଧିକ ବେତନ ଦେଉଥିବା ସହର ବିଷୟରେ ଜଣାପଡ଼ିଛି। ଆଜ୍ଞା ହଁ , ବେଙ୍ଗାଲୁରୁ ଦେଶର ଏପରି ଏକ ସହର ଯିଏ ଅନ୍ଯ ସହର ତୁଳନାରେ କର୍ମଚାରୀଙ୍କୁ ଅଧିକ ବେତନ ଦେଇଥାଏ। ହାର୍ଡ଼ୱାର ଏବଂ ନେଟୱାର୍କିଂ, ସପ୍ଟୱାର ଏବଂ ଆଇଟି କ୍ଷେତ୍ର ଭାରତରେ ତିନିଟି ସବୁଠାରୁ ଅଧିକ ବେତନ ଦେଉଥିବା ସେକ୍ଟର ମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛି ବେଙ୍ଗାଲୁରୁ । LinkedIn କମ୍ପାନି ଦେଶରେ ପ୍ରଥମ ଥର ପାଇଁ କର୍ମଚାରୀଙ୍କୁ ବେତନ ଦିଆଯାଇଥିବା ଡ଼େଟାକୁ ଆଧାର ଏକ ଅଧ୍ୟୟନ କରିଥିଲା। ଯେଉଁଥିରେ ୫୦ ମିଲିୟନରୁ ଅଧିକ ଗ୍ରାହକଙ୍କୁ ନିଆଯାଇଥିଲା। ତାପରେ ଯାହା ଜଣାପଡ଼ିଥିଲା ତାହା ଜାଣି ଆପଣ ହେବେ ଆଶ୍ଚର୍ଯ୍ଯ ।

paying

ଲିଙ୍କଡ଼ଇନ୍ (LinkedIn) ଗତ ଦୁଇ ମାସ ହେଲା କର୍ମଚାରୀଙ୍କ ଡ଼ାଟା ଏକାଠି କରୁଥିଲା। ଭାରତର ମାର୍କେଟରେ ଏବେ ରୋଜଗାରକୁ ନେଇ ଅଧିକ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଏଣୁ ଲୋକଙ୍କୁ ଆଉ ଉତ୍ସାହିତ କରିବା ପାଇଁ ଏଠାରେ ଦିଆଯାଉଥିବା ବେତନକୁ ନେଇ କରାଯାଇଥିଲା ଅଧ୍ୟୟନ। ଯେଉଁଥିରେ ବେଙ୍ଗାଲୁରୁ ସବୁଠାରୁ ଆଗରେ ଥିବା ଜଣାପଡ଼ିଥିଲା। ଏହାପରେ ରହିଛନ୍ତି ମୁମ୍ବାଇ ଏବଂ ପରେ ରହିଛି ଦିଲ୍ଲୀ ସହର।

benga

ଦେଶରେ ହାର୍ଡ଼ୱାର ଏବଂ ନେଟଓର୍କିଂ କ୍ଷେତ୍ରରେ କାମ କରୁଥିବା ବ୍ଯକ୍ତିଙ୍କୁ ୧୫ଲକ୍ଷ ପର୍ଯ୍ଯନ୍ତ ପ୍ଯାକେଜ ମିଳିଥାଏ। ସେହିପରି ସପ୍ଟୱାର କ୍ଷେତ୍ରରେ ୧୨ଲକ୍ଷ ଏବଂ କଞ୍ଜୁମର ଫିଲ୍ଡରେ ୯ଲକ୍ଷ ପ୍ଯାକେଜ୍ ବର୍ଷକ ଦିଆଯାଇଥାଏ। ଏହା ଛଡ଼ା ଦେଶରେ ଅଧିକ ବେତନ ମିଳୁଥିବା ପଦ ମାନଙ୍କ ମଧ୍ୟରେ ସାମିଲ ରହିଛି, ଡାଇରେକ୍ଟର ଅଫ ଇଞ୍ଜିନିୟରିଂ, ଚିଫ୍ ଅପୋରେଟିଂ ଅଫିସର, କାର୍ଯ୍ଯକାରୀ ନିର୍ଦ୍ଦେଶକ, ଭାଇସ ପ୍ରେସିଡ଼େଣ୍ଡ  ସେଲ୍ସ ଏବଂ ସିନିୟର ପୋଗ୍ରାମ ମ୍ଯାନେଜର ଆଦି ସାମିଲ ରହିଛନ୍ତି। ଯଦି ଆପଣ ମଧ୍ୟ ଚାକିରି ଖୋଜୁଛନ୍ତି ତେବେ ତାହା ପୂର୍ବରୁ ଏହି ବିଷୟରେ ଜାଣିବା ନିହାତି ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.