Below header

ଫିଲ୍ମରେ ଆଉ ମିଳିଲାନି କାମ, ଏବେ ମଦ ପରଷିବେ ଏହି ଅଭିନେତ୍ରୀ

ପୁଣି ଥରେ ଚର୍ଚ୍ଚାରେ ଦୀର୍ଘ ଦିନ ଧରି ପରଦାରୁ ଦୂରରେ ଥିବା ଅଭିନେତ୍ରୀ ତଥା ସିଙ୍ଗର୍ ଶେଫାଳୀ ଜରିୱାଲା । ଫିଲ୍ମରେ ଆଉ କାମ ନ ମିଳିବାରୁ ନେଇଛନ୍ତି ବଡ଼ ନିଷ୍ପତ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ଯ କରିବ ।

ଅଭିନୟ ଏବଂ ଗୀତ ଛାଡି ଏଣିକି ମଦ ପରଷିବେ ବଲିଉଡର ଏହି କାଂଟା ଲଗା ଗର୍ଲ । ଆଜ୍ଞା ହଁ ଆପଣଙ୍କୁ ଆଶ୍ଚର୍ଯ୍ଯ କରୁଥିବା ଏହି ଖବର ସମ୍ପୂର୍ଣ୍ଣ ସତ । ଖବର ମୂତାବକ, ଶେଫାଳୀ ଏବେ ମଦ ପରଷୁଥିବା ବାରଟେଣ୍ଡର ପ୍ରତିଯୋଗୀତାରେ ଭାଗ ନେବାକୁ ଚାହୁଁଛନ୍ତି । ସେଥିପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଏନେଇ ଶେଫାଳୀ କହିଛନ୍ତି ଆଜି ଯାଏଁ କେବଳ ପୁରୁଷମାନେ ଏହି କାମ କରୁଥିଲେ । କିନ୍ତୁ କାନାଡାର କେଟଲିନ୍ ବାରଟେଣ୍ଡର ପ୍ରତିଯୋଗୀତାରେ ବିଜୟୀ ହୋଇ ପ୍ରମାଣିତ କରିଦେଲେ ଯେ ମହିଳାମାନେ ମଧ୍ୟ ଏକାମ କରିପାରିବେ । ତେଣୁ ତାଙ୍କଠାରୁ ପ୍ରେରିତ ହୋଇ ଏହି ପ୍ରତିଯୋଗୀତାରେ ଭାଗ ନେବା କଥା କହିଛନ୍ତି ଶେଫାଳୀ ।

shefali-zariwalaତେଣୁ ଏହି ପ୍ରତିଯୋଗୀତାରେ ଭାଗ ନେବାକୁ ପ୍ରଶିକ୍ଷଣ ପାଇଁ ଦୁବାଇ ଯିବେ ଶେଫଳୀ । ସେଠାରେ ବାରଟେଣ୍ଡରରେ ମଦ ପରଷିବାର ଶିକ୍ଷା ନେବେ । ଏହା ସହ ଭିନ୍ନ ଭିନ୍ନ ପ୍ରକାର ଡ୍ରିଙ୍କ୍ସ ତିଆରି କରିବା ମଧ୍ୟ ଶିଖିବେ ।

ସୂଚନାଯୋଗ୍ଯ, ୨୦୦୨ରେ ଗୀତ କାଂଟା ଲଗାରେ ନଜର ଆସିଥିଲେ ଶେଫାଳୀ  । ସେ ସମୟରେ ଏହି ଗୀତଟି ଲୋକପ୍ରିୟ ଏବଂ ଚର୍ଚ୍ଚିତ ହୋଇଥିଲେ । ଏହି ଗୀତ ପରେ ବଲିଉଡର କଂଟା ଲଗା ଗର୍ଲ ଭାବରେ ପ୍ରସିଦ୍ଧ ହୋଇଯାଇଥିଲେ ଶେଫାଳୀ । ଏହା ପରେ ସଲମାନଙ୍କ ସହ ଫିଲ୍ମ ମୁଝସେ ସାଦି କରୋଗିରେ ମଧ୍ୟ ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.