ଦ୍ବିପହରରେ ଶୋଇବାକୁ ପସନ୍ଦ କରୁଥିବା ବ୍ଯକ୍ତି, ଖାସ ଜାଣି ରଖନ୍ତୁ ଏହି କଥା

କିଛି ବ୍ଯକ୍ତି ଦ୍ବିପହର ସମୟରେ ଥକାପଣ ଅନୁଭବ କରିବା ସହ କିଛି ସମୟ ଶୋଇପଡ଼ିଥାନ୍ତି। କିନ୍ତୁ ଆଉ କିଛି ଲୋକଙ୍କ ଅନୁଯାୟୀ ଦିନ ସମୟରେ ଶୋଇବା ସ୍ବାସ୍ଥ୍ଯ ପାଇଁ ହୋଇଥାଏ ହାନିକାରକ। ଯଦି ଆପଣଙ୍କର ମଧ୍ୟ ଦ୍ବିପହର ସମୟରେ ଶୋଇବାର ଅଭ୍ଯାସ ରହିଛି ତେବେ ଜାଣି ରଖନ୍ତୁ ଏହା ସହ ଜଡ଼ିତ କିଛି ଭଲ କଥା।

-ଦ୍ବିପହରର ନିଦ ଉପରେ କରିଥିବା ରିସର୍ଚ୍ଚ ଅନୁଯାୟୀ, ଏହା ଦ୍ବାରା ଅଳସୁଆମି ଦୂର ହୋଇଥାଏ। ଏହାଛଡ଼ା ଶରୀରର ଅଧିକ ଗତିଶୀଳ ହେବା ସହ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଇବାରେ ଦ୍ବିପହରର ନିଦ ବହୁତ ଲାଭକାରି। ଏପରିକି ଦିନ ସମୟରେ ଶୋଇଥିବା ବ୍ଯକ୍ତିଙ୍କ ପ୍ରତି ହଦରୋଗର କମ ଆଶାଙ୍କା ରହିଥାଏ।

sleeping

-ଦ୍ବିପହର ସମୟରେ ୧୫-୩୦ ମିନିଟ ଶୋଇଲେ ଅଳସୁଆପଣ ଦୂର ହୋଇଥିବା ବେଳେ ଯେଉଁ ବ୍ଯକ୍ତି ୯୦ ମିନିଟର ନିଦ ନେଇଥାନ୍ତି ସେମାଙ୍କର ମାନସିକ ଥକାପଣ ଦୂର ହୋଇଥାଏ।

– ସେହିପରି ରିସର୍ଚ୍ଚରେ ଜଣାପଡ଼ିଛି କେବେ ମଧ୍ୟ ୱାର୍କଆଉଟ ପରେ ଶୋଇବା ଉଚିତ୍ ନୁହଁ। କାରଣ ୱାର୍କଆଉଟ ପରେ ତୁରନ୍ତ ମସ୍ତିଷ୍କ ତୀବ୍ର ଗତିରେ ଚାଲିଥାଏ। ଏଣୁ ଏହି ସମୟରେ ଶୋଇବା ଅଭ୍ଯାସ ଥିବା ବ୍ଯକ୍ତିଙ୍କୁ ସ୍ବାସ୍ଥ୍ଯା ସମ୍ବନ୍ଧୀୟ ସମସ୍ଯା ରହିପାରେ। ଏଣୁ ସବୁବେଳେ ୱାର୍କଆଉଟର ଦୁଇ ଘଣ୍ଟା ପରେ ହିଁ ଶୁଅନ୍ତୁ।

sleepy-afternoons

-ଖାସ କରି ଯେଉଁ ସମୟରେ ନିଦୁଆ ଅନୁଭବ କରୁଛନ୍ତି ସେହି ସମୟରେ ହିଁ ଶୋଇବା ଉଚିତ୍। କାରଣ ଏହା ଦ୍ବାରା ନିଦ ସଂପୂର୍ଣ୍ଣ ହେବା ସହ ମନ ଏବଂ ଶରୀର ସୁସ୍ଥ ଅନୁଭବ କରିଥାନ୍ତି। ଏଥିସହ ଦିନରେ କମ ସେ କମ ୭-୮ଘଣ୍ଟା ଶୋଇବା ନିହାତି ଆବଶ୍ଯକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.