ମଣିଷ ଭୁଲିଛି ମଣିଷପଣିଆ, ମୁମ୍ବାଇରେ କୁକୁର ସହ ୪ଜଣ କଲେ ଗଣଦୁଷ୍କର୍ମ 

ମୁମ୍ବାଇ : ପୁଣି ଥରେ ପୁରୁଷତ୍ବକୁ ଲଜ୍ଜିତ କରିବା ଭଳି ଘଟଣା ଦେଖିବାକୁ ମିଳିଛି ସ୍ବପ୍ନର ସହର ମୁମ୍ବାଇରେ। ନିକଟରେ ମୁମ୍ବାଇ ପୂର୍ବ ମଲାଡ଼ର ମାଲବଣୀ ଅଞ୍ଚଳରେ କୁକୁର ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡ଼ିଛି, ଶନିବାର ରାତିରେ ୪ଜଣ ବ୍ଯକ୍ତି ନିଶାବସ୍ଥାରେ ଏହି ଘଟଣା ଘଟାଇଛନ୍ତି। ତେବେ ପୀଡ଼ିତ କୁକୁରର ତିନି ଦିନ ପରେ ମୃତ୍ଯୁ ହୋଇଥିବା ଜଣାପଡ଼ିଛି। ତେବେ ଘଟଣାରେ ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଲାଇଛି।

gangrape

ଘଟଣା ଅନୁଯାୟୀ, ଶନିବାର ଦିନ ମଲାଡ଼ରେ ରହୁଥିବା ସୁଧା ଫର୍ଣ୍ଣାଡ଼ିସ୍ ନାମକ ଜଣେ ମହିଳା ଚର୍ଚ୍ଚ ପାଖରେ କୁକୁରକୁ  ଆହତ ଅବସ୍ଥାରେ ଦେଖିଥିଲେ। ତାହାର ଗୁପ୍ତାଙ୍ଗରୁ ରକ୍ତ ବାହାରୁଥିବା ଦେଖି ସେ ତୁରନ୍ତ ଜୀବଜନ୍ତୁଙ୍କ ପାଇଁ କାମ କରୁଥିବା ଏକ ଏନଜିଓକୁ ଖବର ଦେଇଥିଲେ। ଯାହା ପରେ କୁକୁରକୁ ପଶୁ ଡ଼ାକ୍ତରଖାନା ନିଆଯାଇଥିଲା। ସେଠାର କୁକୁର ସହ ଗଣଦୁଷ୍କର୍ମ ହୋଇଥିବା ଜଣାପଡ଼ିଥିଲା। ଦୁଷ୍କର୍ମକାରୀ ମାନେ କୁକୁର ଅବସ୍ଥା ଏପରି କରିଥିଲେ କି ବହୁ ଚେଷ୍ଠା ପରେ ମଧ୍ୟ ତିନି ଦିନ ପରେ ଆଜି ତାହାର ମୃତ୍ଯୁ ହୋଇଛି।

dog

ଘଟଣା ଘଟିଥିବା ଅଞ୍ଚଳରେ ପଚାରାଉଚରା ସମୟରେ ଜଣାପଡ଼ିଲା କି ନିଶାରେ ଥିବା ୪ଜଣ ବ୍ଯକ୍ତି କୁକୁର ସହ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ଦୁଷ୍କର୍ମ କରୁଥିବା ସମୟରେ କୁକୁରର ମୁହଁ ଏବଂ ଆଗ ଦୁଇ ଗୋଡ଼କୁ ବାନ୍ଧିରଖିଥିଲେ। ବତ୍ତର୍ମାନ କୁକୁରର ମୃତ୍ଯୁ ହୋଇଥିବା ବେଳେ ଘଟଣାର ତଦନ୍ତ ଚଲାଇଛି ସ୍ଥାନୀୟ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.