ଦେଶ ବିଦେଶ

ଭାଙ୍ଗିଗଲା ଜାପାନର ସ୍ୱପ୍ନ, ପ୍ରଥମ ଥର ପାଇଁ ଚନ୍ଦ୍ରରେ ଓହ୍ଲାଇଥାନ୍ତା କମର୍ସିଆଲ ଲ୍ୟାଣ୍ଡର

ଜାପାନର ଚନ୍ଦ୍ର ଅଭିଯାନ ଫେଲ । ପ୍ରଥମ ଥର ପାଇଁ ଚନ୍ଦ୍ରରେ ଓହ୍ଲାଇଥାନ୍ତା କମର୍ସିଆଲ ଲ୍ୟାଣ୍ଡର । ଏହା ପୂର୍ବରୁ ମିଶନ ଫେଲ ହୋଇଛି । ପ୍ରଥମଥର ପାଇଁ ଚନ୍ଦ୍ରରେ ଘରୋଇ କମ୍ପାନୀ ଲ୍ୟାଣ୍ଡର ଅବତରଣ କରିବାର ଥିଲା । ଏହି ମିଶନର ନାଁ ରହିଥିଲା ହାକୁତୋ-ଆର ମିଶନ୍‌-୧ ।

ଜାପାନର ଘରୋଇ କମ୍ପାନି ଆଇସ୍ପେସ୍‌ ହାକୁତୋ-ଆର୍‌ ଲ୍ୟାଣ୍ଡରର ନିର୍ମାଣ କରିଛି। ଗତବର୍ଷ ଡିସେମ୍ବର ୧୧ ତାରିଖରେ ଚନ୍ଦ୍ର ଅଭିମୁଖେ ବାହାରିଥିଲା ସ୍ପେସ୍‌କ୍ରାଫ୍ଟ। ସ୍ପେସ୍‌ ଏକ୍ସ ରକେଟ ସାହାଯ୍ୟରେ ଫ୍ଲୋରିଡାର କେପ୍‌ କାନାଭେରାଲରୁ ସ୍ପେସ୍‌କ୍ରାଫ୍ଟକୁ ପଠାଯାଇଥିଲା।

ଟୁଇଟ୍‌ କରି ଜାପାନର ଘରୋଇ ମହାକାଶ କମ୍ପାନି ‘ଆଇସ୍ପେସ୍‌’ ଲେଖିଛି, ଆମର ପ୍ରଥମ ‘ହାକୁତୋ-ଆର୍‌ ମିଶନ୍‌-୧ ଲୁନାର୍‌ ଲ୍ୟାଣ୍ଡର୍‌’ ଜାପାନୀ ସମୟ ଅନୁସାରେ, ମଙ୍ଗଳବାର ରାତି ୧.୪୦ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ, ଟୋକିଓସ୍ଥିତ ଆମ ମିଶନ୍‌ କଣ୍ଟ୍ରୋଲ୍‌ ସେଣ୍ଟର୍‌ ଉକ୍ତ ଲ୍ୟାଣ୍ଡରର ସଫଳ ଅବତରଣ ବିଷୟରେ ସୁନିଶ୍ଚିତ ସୂଚନା ଦେଇ ପାରିନାହିଁ।

୩ ମାସ ପରେ, ୮ ଲକ୍ଷ ୭୦ ହଜାର ମାଇଲ ଅତିକ୍ରମ କରି ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିଥିଲା ସ୍ପେସକ୍ରାଫ୍ଟ। ଏହି ଲ୍ୟାଣ୍ଡରରେ ରହିଛି ରୋଭର ରସିଦ୍‌। ମହାକାଶଯାନ ସହିତ ପୁନଃ ଯୋଗାଯୋଗ ସ୍ଥାପନ କରିବା ଲାଗି ୨୦ ମିନିଟ୍ ଚେଷ୍ଟା କରି ବିଫଳ ହେବା ପରେ ଆଇସ୍ପେସର ସିଇଓ ତାକେଶି ହାକାମାଦା ସୂଚନା ଦେଇ କହିଲେ, ସଫଳ ଅବତରଣ ନେଇ ଆମେ ସୁନିଶ୍ଚିତ ହୋଇ ପାରୁନାହୁଁ। ତେଣୁ, ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିନାହୁଁ ବୋଲି ମନେ ହେଉଛି।

ଏହି ରୋଭରକୁ ନିର୍ମାଣ କରିଛି ଦୁବାଇର ମହମ୍ମଦ ବିନ୍‌ ରସିଦ ସ୍ପେସ ସେଣ୍ଟର। ଏହା ଆରବ ଦେଶର ପ୍ରଥମ ଲୁନାର ସ୍ପେସକ୍ରାଫ୍ଟ। ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ତିନିଟି ଦେଶ ଆମେରିକା, ରୁଷ ଓ ଚୀନ ହିଁ ଚନ୍ଦ୍ର ପୃଷ୍ଟରେ ନିୟନ୍ତ୍ରିତ ଢଙ୍ଗରେ ଲ୍ୟାଣ୍ଡର ଅବତରଣ କରାଇ ପାରିଛନ୍ତି ।

 

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

44 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago