ସ୍ପେଶାଲ

ଜାଣନ୍ତୁ ମା’ ବୁଢ଼ି ସାଆନ୍ତାଣୀଙ୍କ ଯାତ୍ରାରେ ବାଘ ବେଶର ମାହାତ୍ମ୍ଯ, ଦୁଇ ମାସ ଆଗରୁ ଦିଆଯାଇଥାଏ ତାଲିମ୍‌

ବ୍ରହ୍ମପୁର(କେନ୍ୟୁଜ ): ସବୁଠି ଲାଗିଛି ଗହଳି ଚହଳି। ଧୂପଦୀପର ମହକରେ ମହକି ଉଠୁଛି ସାରା ସହର। ବ୍ରହ୍ମପୁର ସହରର ମା’ ବୁଢ଼ୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ । ଭିନ୍ନଭିନ୍ନ ପରମ୍ପରା, ଭିନ୍ନ ଭିନ୍ନ ନୀତିକାନ୍ତିକୁ ନେଇ ଯାତ୍ରାର ସୃଷ୍ଟି। ଯାତ୍ରାର ଆଉ ଏକ ଦିଗ ହେଲା ମାନସିକଧାରୀମାନେ ଭିନ୍ନ ଭିନ୍ନ ବେଶ ଧାରଣ କରି ମା’ଙ୍କ ଚରଣ ତଳେ ନିଜକୁ ସମର୍ପି ଦେଇଥାନ୍ତି। ଏସବୁ ଭିତରେ ବାଘ ବେଶଧାରୀଙ୍କ ବେଶ ଭାରି ନିଆରା। ମା’ଙ୍କ ବାହାନ ବାଘ ।

ତେଣୁ ଅନେକ ଭକ୍ତ ବାଘ ବେଶ ଧାରଣ କରି ମା’ଙ୍କ ପୂଜାର୍ଚ୍ଚନା କରିବା ପାଇଁ ମାନସିକ ରଖିଥାନ୍ତି। ବାଘ ବେଶଧାରୀଙ୍କୁ ପ୍ରସ୍ତୁତ କରିବା ପାଇଁ ରହିଛନ୍ତି ନିର୍ଦ୍ଧିଷ୍ଟ ଗୁରୁ ଓ ନିର୍ଦ୍ଧିଷ୍ଟ ଚିତ୍ରକର। ଦୁଇ ମାସ ଆଗରୁ ଏଥିପାଇଁ ବାଘ ବେଶଧାରୀଙ୍କୁ ତାଲିମ୍‌ ଦିଆଯାଇଥାଏ। ଚାଙ୍ଗୁ ବାଜାର ତାଳେ ତାଳେ ବାଘ ବେଶଧାରୀମାନେ ଗୁରୁଙ୍କ ନିର୍ଦ୍ଦେଶରେ ମନ୍ଦିର ପ୍ରାଙ୍ଗଣ କିମ୍ବା ଖୋଲା ପଡ଼ିଆର ନାଚର ତାଲିମ୍‌ ନେଇଥାନ୍ତି। ସେହିପରି ବେଶ ଧାରଣର ଦୁଇ ଦିନ ପୂର୍ବରୁ ଦେହକୁ ଚିତ୍ରିତ କରିବା ପାଇଁ ନିଜକୁ ପ୍ରସ୍ତୁତ କରି ନେଇଥାନ୍ତି ମାନସିକଧାରୀମାନେ। ହଳଦିଆ, ଧଳା, କଳା, ଲାଲ୍‌ ରଙ୍ଗରେ ଶରୀରକୁ ଚିତ୍ରିତ କରିବା ସହ ବାଘ ମୁଖା ଓ ଲା ପିନ୍ଧାଇଥାନ୍ତି ଚିତ୍ରକରମାନେ। ଏଥି ପାଇଁ ସେମାନଙ୍କୁ ତାଲିମ୍‌ ନେବାକୁ ପଡ଼ିଥାଏ।

ବ୍ରହ୍ମପୁର ସହରରେ ମା’ ବୁଢ଼ି ସାଆନ୍ତାଣୀଙ୍କ ଯାତ୍ରା ଯେତେ ପୁରାତନ ମାନସିକଧାରୀଙ୍କ ବାଘ ବେଶ ମଧ୍ୟ ସେତିକି ପୁରାତନ। ମା’ଙ୍କ ବାହାନ ବାଘ ପ୍ରସନ୍ନ ହେଲେ ମା’ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଏହି ବିଶ୍ୱାସକୁ ଆଧାର କରି ଅନେକ ପୁରୁଷ ପୁରୁଷ ଧରି ଯାତ୍ରା ସମୟରେ ବାଘ ବେଶ ଧାରଣ କରିଥାନ୍ତି । ମା’ଙ୍କ ପ୍ରିୟ ଚାଙ୍ଗୁ ବାଜାର ତାଳେ ତାଳେ ବାଘ ବେଶଧାରୀ ମାନେ ସାହି ସାହିରେ ନୃତ୍ୟ ପରିବେଷଣ କରି କରି ଶେଷରେ ଯାତ୍ରା ମଣ୍ଡପକୁ ଆସି ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥାନ୍ତି । ବାଘ ପରି ନିଜ ଶରୀରକୁ ଚିତ୍ରଣ କରିବା ସହ ବାଘର ଠାଣି ଦେଖାଇ ନୃତ୍ୟ କରିଥାନ୍ତି । ଏଣୁ ଯାତ୍ରା ଆସିଲେ ବାଘ ବେଶ ବାହାର କରିବା ପାଇଁ ବିଭିନ୍ନ ସାହି କମିଟି ଏକାଠି ହୁଅନ୍ତି । ସେପଟେ ବାଘ ବେଶ ଧାରଣ କରି ଭକ୍ତମାନେ ଆତ୍ମତୃପ୍ତି ଲଭୁଥିବା ବେଳେ ଭକ୍ତମାନେ ବାଘ ବେଶଧାରୀଙ୍କୁ ଦେଖି ଆନନ୍ଦ ପ୍ରକାଶ କରିଥାନ୍ତି ।


ତେବେ ଏହି ଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ମାନସିକଧାରୀଙ୍କ ବାଘ ବେଶ । ମା’ଙ୍କ ନଗର ପରିକ୍ରମା ସହ ସାହି ସାହିରେ ମାନସିକଧାରୀଙ୍କ ବେଶ ଶୋଭା ବଢ଼ାଉଛି । ମାନସିକଧାରୀଙ୍କ ବିଭିନ୍ନ ବେଶ ଧାରଣ ଯାତ୍ରାର ପରିବେଶକୁ ଆହୁରି ମନ୍ତ୍ରମୁଗ୍ଧ କରି ଗଢ଼ି ତୋଳୁଛି। ଆଉ ଏସବୁ ଭିତରେ ବାଘ ବେଶଧାରୀ ମାନେ ଚାଙ୍ଗୁ ବାଜାର ତାଳେ ତାଳେ ନାଚି ନାଚି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି ।

 

Sonalisa

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

30 mins ago

ଶେଷ ରଜରେ କିଣି ଆଣନ୍ତୁ ସୁନା, ଜାଣନ୍ତୁ କେତେ ରହିଛି ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

1 hour ago

ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର(କେନ୍ୟୁଜ): ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମା…

1 hour ago

ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ: ଆସନ୍ତା ୩ରୁ ୪ଦିନ ମଧ୍ୟରେ କିଛି ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ):  ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୩ରୁ ୪ଦିନ ମଧ୍ୟରେ କିଛି ଅଞ୍ଚଳକୁ…

2 hours ago

ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର: ପାଇପରେ ଆସୁନି ପାଣି, ଟ୍ୟାଙ୍କର ଉପରେ ଭରସା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର । ଅଧିକାଂଶ ସ୍ଥାନରେ ଜଳ ସଂକଟର ବିକଳ ଚିତ୍ର । ପାଇପରେ…

2 hours ago

ଆଜି ଶେଷ ରଜ: ପିଠା, ମିଠାରେ ବାସୁଛି ପ୍ରତିଟି ଘର

କେନ୍ୟୁଜ: ଗାଁ ଦାଣ୍ଡରେ ରଜର ମହମହ ବାସ୍ନା । ଆଜି ଶେଷ ରଜ । ୩ ଦିନିଆ ରଜ ଉତ୍ସବର…

2 hours ago