ଦେଶ ବିଦେଶ

ଏକଦା ଆତଙ୍କର ଜିଲ୍ଲା ଥିଲା ଝାଡ଼ଗ୍ରାମ କିନ୍ତୁ ଏବେ ଏଠାରେ ଗଢି ଉଠିଛି ପର୍ଯ୍ୟଟନ କ୍ଷେତ୍ର

ଏକଦା ଝାଡ଼ଗ୍ରାମ ଥିଲା ଆତଙ୍କର ଜିଲ୍ଲା । ମାଓବାଦୀ ମାନଙ୍କ ତାଣ୍ଡବରେ ସାଧାରଣ ଜନତା ତ୍ରାହି ତ୍ରାହି ଡାକୁଥିଲେ । କିନ୍ତୁ ଏବେ ସେହି ସମୟର ଅବସାନ ଘଟିଛି । ଜିଲ୍ଲାର ଯୁବ ସମାଜ ବନ୍ଧୁକ ଛାଡ଼ି ହାତରେ ଧରିଛନ୍ତି କଲମ । ଏଠାରେ ଗଢି ଉଠିଛି ପର୍ଯ୍ୟଟନ କ୍ଷେତ୍ର । ଏଭଳି ସ୍ଥାନର ସ୍ୱତନ୍ତ୍ରତା ଅନୁଧ୍ୟାନ ପାଇଁ ସେଠାରେ ପହଞ୍ଚିଥିଲେ ଆମ ପ୍ରତିନିଧି ପ୍ରମୋଦ ମହାନ୍ତି । ଜଙ୍ଗଲ ମହଲ ଭାବେ ପରିଚିତ ଏହି ଝାଡ଼ଗ୍ରାମରେ ରୋଜଗାରର କୌଣସି ପନ୍ଥା ନଥିଲା । ତେଣୁ ଜିଲ୍ଲାର ସାଧାରଣ ଜନତା ଲୁଣ୍ଠନ ଏବଂ ହତ୍ୟାର ପଥକୁ ବାଛି ନେଉଥିଲେ ।

କାର୍ଯ୍ୟତଃ ଉନ୍ନୟନ ସେମାନଙ୍କ ନିକଟରେ ଥିଲା ଅପହଞ୍ଚ । କିନ୍ତୁ ଏବେ ସେଠାରେ ରାଜ୍ୟ ଓ କେନ୍ଦ୍ର ସରକାର କେତେକ ପ୍ରଗତି ମୂଳକ କାର୍ଯ୍ୟ କରିଛନ୍ତି । ବିଭିନ୍ନ ପ୍ରକାରର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ଏହା ଦ୍ୱାରା ସେମାନଙ୍କୁ ମିଳିଛି ଜଙ୍ଗଲର ଅଧିକାର । ଯାହାଦ୍ଵାରା ଜିଲ୍ଲାବାସୀ ପେଟକୁ ଦୁଇ ମୁଠା ଖାଇବାକୁ ପାଉଛନ୍ତି । ତେଣୁ ସେଠାକାର ଲୋକେ ସନ୍ତ୍ରାସବାଦ ପଥରୁ ବିଚ୍ୟୁତ ହୋଇ ସାଧାରଣ ଜୀବନ ଯାପନ ଅଭିମୁଖେ ହୋଇଛନ୍ତି । ତେବେ ଏଠାରେ ଶିକ୍ଷାର ସୁଯୋଗ ମଧ୍ୟ ସଂପ୍ରସାରିତ ହେବାରେ ଲାଗିଛି ।

ଏବେ ଝାଡଗ୍ରାମର ସ୍ଥିତି ସ୍ୱାଭାବିକ ହୋଇଥିବାରୁ ପର୍ଯ୍ୟଟକମାନେ ଏହି ସ୍ଥାନକୁ ଯିବା ଆସିବା ଆରମ୍ଭ କରିଛନ୍ତି । ଫଳରେ ବିଭିନ୍ନ ଧରଣର ଉଦ୍ୟାନ ଓ କଟେଜ ଆଦି ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା ତିଆରି ହୋଇଛି । ତେଣୁ ଜିଲ୍ଲାରେ କର୍ମ ସଂସ୍ଥାନ ସୃଷ୍ଟି ହେବା ସହ ଆର୍ଥିକ ଦିଗ ମଧ୍ୟ ପ୍ରସାରିତ ହୋଇପାରିଛି । ଏତଦ ବ୍ୟତୀତ ନିରାପତ୍ତା ଉପରେ ବିଶେଷ ନଜର ଦିଆଯିବାରୁ ବାଣିଜ୍ୟିକ ସୁଯୋଗର ଅଭିବୃଦ୍ଧି ହୋଇଛି । ଶାଳ ପତ୍ରରେ ବିଭିନ୍ନ ବ୍ୟବହାରିକ ସାମଗ୍ରୀ ତିଆରି କରି ମହିଳାମାନେ ସ୍ୱାବଲମ୍ବୀ ହେବା ସହ ବେଶ ଭଲ ରୋଜଗାର ମଧ୍ୟ କରୁଛନ୍ତି । ଏବେ ସରକାର ସେମାନଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ମଧ୍ୟ ଯୋଗାଇଦେଉଛି ।

ବହୁ ପୂର୍ବରୁ ଝାଡଗ୍ରାମର ବହୁ ନିରୀହ ଲୋକ ଅକାରଣରେ ଗୋଳା ବାରୁଦ ଲଢେଇରେ ପ୍ରାଣ ହରାଇଥିଲେ କିନ୍ତୁ ଏବେ ଆଉ ସେହି ପରିସ୍ଥିତି ନାହିଁ । କିନ୍ତୁ ଏଠାରେ ଲାଗିରହିଛି ଅଭାବ ଅନଟନ । ତେବେ କେବଳ ଶିକ୍ଷା ହିଁ ଏହି ସମସ୍ୟାର ସମାଧାନ କରିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏହା ବ୍ୟତୀତ ରୋଜଗାର ବୃଦ୍ଧି ତଥା ଜନସାଧାରଣଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଏଠାରେ ତିଆରି ହେଉଛି ଅନେକ ଯୋଜନା । ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

19 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

34 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

49 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

59 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago