ରାଜ୍ୟ

ଚାରିଆଡେ ଘନ ଅନ୍ଧାର: ଡିବିରି ଆଲୁଅରେ ଭବିଷ୍ୟତ ଗଢୁଛନ୍ତି ଆଦିବାସୀ ପିଲା

ସୁନ୍ଦରଗଡ(କେନ୍ୟୁଜ): ଚାରିଆଡେ ଘନ ଅନ୍ଧାର, ତାରି ଭିତରେ ଜଳୁଛି ଡିବିରି ଆଉ ମହମବତୀର ମିଂଜି ମିଂଜି ଆଲୁଅ । ଏହି ଆଲୁଅ ଚାରିପଟେ ଖାତା ବହି ଧରି ନିଜ ଭବିଷ୍ୟତ ଗଢିବାରେ ଚେଷ୍ଟା କରୁଛନ୍ତି ଆଦିବାସୀ ପିଲା । ହାତରେ ମହମବତୀ ଧରି ବହିକୁ ପାଖକୁ ନେଇ ୨ଦିନ ପରେ ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷା ପାଇଁ ଚାଲିଛି ପ୍ରସ୍ତୃତି । ଅନ୍ୟପଟେ ନିଜ ପିଲାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ସେହି ଡିବିରି ଆଲୁଅରେ ଯାହା କିଛି ଦେଖାଯାଉଛି ସେତିକିରେ ନିଜ ପିଲାଙ୍କ ସହ ପାଖ ଘର ପିଲାଙ୍କୁ ପଢାଇବାକୁ ଚେଷ୍ଟା କରୁଛି ଏହି ମାଆଟି। ହେଲେ ଏହି ଦୃଶ୍ୟ ଆଜିର କିମ୍ଵା ଦିନେ ଦୁଇ ଦିନର ନୁହେଁ ବରଂ ପ୍ରାୟ ୩ ମାସ ହେବ ଏହି ଠେଲକୋ ଛାପଲ ଆଦିବାସୀ ବସ୍ତିରେ ଦେଖାଦେଇଛି ଏଭଳି ପରିସ୍ଥିତି ।

୨୦୦ରୁ ଅଧିକ ପରିବାର ବସବାସ କରନ୍ତି ଏହି ବସ୍ତିରେ। ଗତ ଡିସେମ୍ଵର ମାସରେ ଏଠାରେ ଲାଗିଥିବା ଟ୍ରାନ୍ସଫରର୍ମରଟି ପୋଡିଗଲା । ଏହା ପରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଗାଁକୁ ଆସି ମରାମତି ପାଇଁ ଚେଷ୍ଟା କଲେ । ମାତ୍ର ନହେବାରୁ ଛାଡି ଚାଲିଗଲେ । ଆଉ ସେହି ଦିନ ଠାରୁ ବ୍ଲକ,ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଲେଣି ଏଠାକାର ଗ୍ରାମବାସୀ ।

ଆସନ୍ତା ୨୦ ତାରିଖରୁ ମ୍ୟାଟ୍ରିକ ପରୀକ୍ଷା ହେବାକୁ ଥିବାବେଳେ ଘୋର ଅସୁବିଧାରେ ପରୀକ୍ଷା ପାଇଁ ପ୍ରସ୍ତୃତି କରୁଛନ୍ତି ଏହି ଆଦିବାସୀ ପିଲା ମାନେ। ଏଠାକାର ପ୍ରାୟ ପରିବାରର ଆର୍ଥିକ ଅବସ୍ଥା ଠିକ୍ ନୁହେଁ ଏଭଳି ପରିସ୍ଥିତିରେ ପ୍ରତିଦିନ ମହମବତୀ କିଣିବା ସେମାନଙ୍କ ପକ୍ଷେ ସମ୍ଭଭ ନୁହେଁ । ଏହାସହିତ ପଢିବା ପାଇଁ ଟିକେ ବିଜୁଳି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ପାଠ ପଢୁଥିବା ଛାତ୍ରୀ ।

ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକର ସୀମାନ୍ତବର୍ତ୍ତୀ ଅଂଚଳ ହେଉଛି ଏହି ଠେଲକୋଛାପଲ ବସ୍ତି। ଅନ୍ୟପଟେ ରହିଛି ଝାଡଖଣ୍ଡ ଓ ଛତିଶଗଡ। ଝାଡଖଣ୍ଡ ଅଂଚଳରୁ ଅନେକ ସମୟରେ ହାତୀ ଆସି ଏଠାରେ ପ୍ରାର୍ଦୁଭାବ ଦେଖାଇଥାନ୍ତି । ବର୍ତ୍ତମାନ ଅନେକ ସମୟରେ ସଂଧ୍ୟା ହେଲେ ହାତୀ ଗାଁକୁ ପଶିଆସଛନ୍ତି । ଅଂଚଳରେ ବିଜୁଳି ଆଲୁଅ ନଥିବାରୁ ଭୟଭୀତ ଅବସ୍ଥାରେ ଘର ଭିତରେ ଲୁଚି ରହିବାକୁ ବାଧ୍ୟ ହେଉଛନ୍ତି ଏହି ଅଂଚଳ ବାସୀ। ଯାହା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଛନ୍ତି ଗ୍ରାମବାସୀ ।

ଲୋକଙ୍କ ସମସ୍ୟା ଦେଖିବା ପରେ ଆମେ ପାଓ୍ଵାର ଗ୍ରୀଡ ସବଷ୍ଟେସନକୁ ଯାଇ ସେଠାରେ ଉପସ୍ଥିତ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଟ୍ରାନ୍ସଫର୍ମରକୁ ତିଆରି ପାଇଁ ଚେଷ୍ଟା କରିଥିଲୁ ମାତ୍ର ଷ୍ଟୋରରେ ନଥିବାରୁ ଏଭଳି ଅସୁବିଧା ଦେଖାଦେଇଛି । ତେବେ ଯେତେ ଦିନ ସେମାନେ ବ୍ୟବହାର କରିନାହାନ୍ତି ତାର ବିଲ ଦେବାକୁ ପଡିବ ନାହିଁ କହିବା ସହ ଅତିଶିଘ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।

ଗୋଟିଏ ପଟେ ଗ୍ରାମାଂଚଳରେ ନୀରବଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦିଆଯାଉଛି, ପାଓ୍ଵାର କଟ ହେଉନାହିଁ ବୋଲି ସରକାରୀ ଭାବେ ସ୍ପଷ୍ଟି କରଣ ଦିଆଯାଉଛି । ମାତ୍ର ବାସ୍ତବ ଚିତ୍ର କିଛି ଭିନ୍ନ , ଯାହା ଠେଲକୋଛାପଲ ଭଳି ଆଦିବାସୀ ବସ୍ତିରୁ ଚିତ୍ର ଆସିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ

Sonalisa

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

22 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

37 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

52 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago