ଦେଶ ବିଦେଶ

ସାହାରା ଇଣ୍ଡିଆରେ ଆପଣଙ୍କର ବି ଟଙ୍କା ଫସିଛି କି? ଏହି ନମ୍ବରରେ କଲ୍‌ କରନ୍ତୁ, ହେଲ୍ପଲାଇନ୍‌ ନମ୍ବର ଜାରି କଲେ ସରକାର

ଯଦି ଆପଣଙ୍କ ଟଙ୍କା ବି ସାହାରା ଇଣ୍ଡିଆରେ ଫସି ରହିଛି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ସାହାରା ଇଣ୍ଡିଆରେ ରିଫଣ୍ଡ୍‌କୁ ନେଇ ସରକାର ଆକ୍ସନ୍‌ ମୋଡ୍‌ରେ। ଯେଉଁମାନଙ୍କ ପଇସା ସାହାରା ଇଣ୍ଡିଆରେ ଫସିଛି, ତାଙ୍କ ପାଇଁ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ହେଲ୍ପ ଲାଇନ୍‌ ନମ୍ବର ଜାରି କରାଯାଇଛି। କେବଳ ଏତିକି ନୁହେଁ, ଯଦି ଆପଣଙ୍କ ପଇସା ସାହାରା ବ୍ୟତୀତ କୌଣସି ଅନ୍ୟ ନନ୍‌ ବ୍ୟାଙ୍କିଂ କମ୍ପାନୀ ଓ କର୍ପୋରେଟିଭ୍‌ ସୋସାଇଟିରେ ଫସିଛି, ତେବେ ବି ଆପଣ ଏହି ନମ୍ବରରେ ଅଭିଯୋଗ କରିପାରିବେ।

ଆକ୍ସନ୍‌ ମୋଡ୍‌ରେ ସରକାର:

ଝାଡ଼ଖଣ୍ଡ ସରକାରଙ୍କ ଅର୍ଥ ବିଭାଗ ନନ୍‌ ବ୍ୟାଙ୍କିଂ କମ୍ପାନୀ ଓ କର୍ପୋରେଟିଭ୍‌ ସୋସାଇଟି ବିରୋଧରେ ଆକ୍ସନ୍‌ ଆସିଛି। ଏହା ବିରୋଧରେ ଅଭିଯୋଗ କରିବା ପାଇଁ ସରକାର ଏକ ପୋଲିସ ହେଲ୍ପଲାଇନ୍‌ ନମ୍ବର ୧୧୨ ଜାରି କରିଛନ୍ତି। ଏହି ନମ୍ବରରେ ଲୋକମାନେ ସାହାରା ଇଣ୍ଡିଆ ବିରୋଧରେ ମଧ୍ୟ ଅଭିଯୋଗ କରିପାରିବେ। ଏହା ପରେ ଅର୍ଥ ବିଭାଗ ସିଆଇଡି (ଆର୍ଥିକ ଅପରାଧ ଶାଖା, ଝାଡ଼ଖଣ୍ଡ) ସହ ମିଶି ଏହି ଅଭିଯୋଗର ତଦନ୍ତ କରିବ।

ସୂଚନାଯୋଗ୍ୟ ଯେ ସାହାରା ଇଣ୍ଡିଆରେ ଲୋକଙ୍କର କୋଟି କୋଟି ଟଙ୍କା ଫସି ରହିଛି। ଝାଡ଼ଖଣ୍ଡର ବିଧାନସଭାର ବଜେଟ୍‌ ଅଧିବେଶନରେ ବିଧାୟକ ନବୀନ ଜୟସଓ୍ଵାଲ ନନ୍‌ ବ୍ୟାଙ୍କିଂ କମ୍ପାନୀରେ ଝାଡ଼ଖଣ୍ଡ ଲୋକଙ୍କର ପାଖାପାଖି ୨୫୦୦ କୋଟି ଟଙ୍କା ଫସିଥିବା ନେଇ କହିଥିଲେ। ଏଥିପାଇଁ ପାଖାପାଖି ୩ ଲକ୍ଷ ଲୋକ ନିଜ ଟଙ୍କା ପାଇଁ ଚିନ୍ତାରେ ଅଛନ୍ତି। ଏଣୁ ସରକାରଙ୍କୁ ହେଲ୍ପଲାଇନ୍‌ ନମ୍ବର ଜାରି କରିବା ଦରକାର, ଫଳରେ କାହାର କେତେ ଟଙ୍କା ଫସିଛି ଜଣାପଡ଼ିବ ବୋଲି ବିଧାୟକ କହିଥିଲେ।

ଅନ୍ୟପଟେ ସାହାରାରେ କାମ କରୁଥିବା ୬୦ ହଜାର କର୍ମଚାରୀଙ୍କ ସ୍ଥିତି ବି ଏବେ ଖରାପ ରହିଛି। ଏବେ ଯେ କୌଣସି ମୁହୂର୍ତ୍ତରେ ଏମାନେ ବି ଫସିପାରନ୍ତି। ଲୋକମାନଙ୍କର ଏମାନଙ୍କ ଉପରେ ରାଗ ଥିବାରୁ କର୍ମଚାରୀଙ୍କ ଜୀବନ ପ୍ରତି ବି ବିପଦ ରହିଥିବା କୁହାଯାଉଛି। ଗାଁ ଗହଳିର ଲୋକମାନେ ନିଜ ସମସ୍ତ ଜମାପୁଞ୍ଜି ସାହାରାରେ ନିବେଶ କରିଥିବାରୁ ସେମାନେ ନିଜ ଟଙ୍କା ଚାହୁଁଛନ୍ତି। ଏଣୁ ଏବେ ସବୁ ଆଡ଼େ ସ୍ଥିତି ବେହାଲ ରହିଛି।

Also Read: ଜନ୍ମ ଦିନରେ ମିଳିଲା ଅଭିନେତ୍ରୀ ସହାନାଙ୍କ ମୃତଦେହ, ଜ୍ୱାଇଁ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ବାପା-ମା’

WCW 11

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

10 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

25 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

35 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

44 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

59 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago