ସ୍ପେଶାଲ

ପୂଜା ପରେ ଆଳତୀ କାହିଁକି କରାଯାଏ, ଏହାକୁ ଗ୍ରହଣ କରିବାର ସଠିକ ଉପାୟ ଜାଣନ୍ତୁ

ସନାତନ ଧର୍ମରେ ଦେବୀ ଦେବତାଙ୍କ ପୂଜାକୁ ସବୁଠୁ ମହତ୍ତ୍ବପୂର୍ଣ୍ଣ ଅଂଶ ବୋଲି କୁହାଯାଇଛି। ଏପରି କୁହାଯାଇଥାଏ ଯେ ଆମେ କରିଥିବା ପାପର କ୍ଷମା ମାଗିବା ପାଇଁ ଆଳତୀ କରିଥାଉ। ଆଳତୀ କରିବା ଦ୍ବାରା ବ୍ୟକ୍ତିଙ୍କ ମନକୁ ଶାନ୍ତି ମିଳିଥାଏ। ଏହା ବ୍ୟତୀତ ଯଦି ଆପଣ ଭଗବାନଙ୍କୁ ସ୍ବଚ୍ଛ ମନରେ ଆଳତୀ କରିଥାନ୍ତି ତେବେ ଘରର ବାସ୍ତୁଦୋଷ ମଧ୍ୟ ଦୂର ହୋଇଯାଇଥାଏ। କିନ୍ତୁ ଯଦି ଆପଣ ଦୀପ ଜଳାଇବା ସମୟରେ ଏସବୁ କଥା ପ୍ରତି ଧ୍ୟାନ ରଖୁନାହାନ୍ତି ତେବେ ଆପଣଙ୍କ ଘରୁ ସୁଖ ଶାନ୍ତି ଖୁବ୍ ଶୀଘ୍ର ଚାଲିଯାଇଥାଏ। ଏହା ବ୍ୟତୀତ ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ତେବେ ଆସନ୍ତୁ ଆଜି ଆମେ ଜାଣିବା ଦୀପ ଜଳାଇବା ସମୟରେ କେଉଁ କେଉଁ ଭୁଲ୍ କରିବା ଅନୁଚିତ୍।

ହିନ୍ଦୁ ଧର୍ମରେ ପୂଜା ପର୍ବକୁ ନେଇ ସ୍ୱତନ୍ତ୍ର ରୀତିନୀତି ରହିଛି। ହିନ୍ଦୁମାନଙ୍କ ସବୁ ପୂଜାରେ ଭଗବାନଙ୍କ ଆଳତୀର ମଧ୍ୟ ବିଶେଷ ମହତ୍ତ୍ୱ ଅଛି। ପ୍ରତ୍ୟେକଙ୍କ ଘରେ ଝୁଣା, ଦୀପ ଧୂପ ସହିତ ଆଳତୀ କରାଯାଏ। ଶେଷରେ ପୂଜା ପରେ ଆଳତୀକୁ ସମସ୍ତଙ୍କ ମଧ୍ୟରେ ବଣ୍ଟାଯାଏ। ତେବେ କେବଳ ଆଳତୀକୁ ହିଁ କାହିଁକି ଲୋକଙ୍କ ମଧ୍ୟରେ ବଣ୍ଟାଯାଏ? ଏହାର କାରଣ ଏହାକୁ ନେବା ପଛରେ ଥିବା ଧାର୍ମିକ ମାନ୍ୟତା ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ।

ହିନ୍ଦୁ ଧର୍ମରେ ଭଗବାନଙ୍କ ଆଳତୀ କରିବାର ବିଶେଷ ମହତ୍ତ୍ୱ ରହିଛି। ଯେକୌଣସି ପୂଜା ବିନା ଆଳତୀରେ ସମ୍ପନ୍ନ ହୋଇନଥାଏ। ପ୍ରତ୍ୟେକଙ୍କ ଘରେ ସକାଳ ଓ ସନ୍ଧ୍ୟା ସମୟରେ ଭଗବାନଙ୍କର ଆଳତୀ କରାଯାଏ। ଏମିତିରେ ସମସ୍ତେ ଆଳତୀ ପୂଜା ପରେ ଏହାକୁ ଭଗବାନଙ୍କୁ ଦେବା ପରେ ଏହା ଉପରେ ହାତ ବୁଲାଇ ଆଳତୀକୁ ନିଜ ମୁଣ୍ଡରେ ମାରିଥାନ୍ତି। ତେବେ ଜାଣନ୍ତୁ ଭଗବାନଙ୍କ ଆଳତୀକୁ ନେଇ କିଛି ବିଶେଷ କଥା…

ଭଗବାନଙ୍କୁ ଆଳତୀ କରିବା ପାଇଁ କିିଛି ବିଶେଷ ନିୟମ ରହିଛି। ଦୀପକୁ ବୁଲାଇବାର ଉପାୟ ଏହା ର ସଂଖ୍ୟା ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ମାନେ ଆପଣ କେତେ ଥର ଦୀପକୁ ବୁଲାଇବା ଉଚିତ। ସାଧାରଣ ଭାବେ ଆଳତୀ କରିବା ସମୟରେ ଲୋକଙ୍କୁ ଜଣାନଥାଏ ଯେ ଏହାର ଆରମ୍ଭ କିପରି କରିବା ଉଚିତ। ତେଣୁ ମନେ ରଖନ୍ତୁ ଯେ ଭଗବାନଙ୍କ ଆଳତୀ ସବୁବେଳେ ତାଙ୍କ ଚରଣରୁ ଆରମ୍ଭ କରନ୍ତୁ। ୪ ଥର ଦୀପକୁ ସଠିକ ଦିଶାରେ ବୁଲାଇବା ପରେ ୨ ଥର ଭଗବରାନଙ୍କ ନାଭିର ଆଳତୀ କରିବାକୁ ଭୁଲନ୍ତୁ ନାହିଁ। ଏହାସହ ପ୍ରଭୁଙ୍କ ମୁଖକୁ ୭ଥର ଆଳତୀ କରନ୍ତୁ।

ଭଗବାନଙ୍କ ଆଳତୀ ହେବା ପରେ ଦୁଇ ହାତରେ ଆଳତୀ ନିଅନ୍ତୁ। ମନେରଖନ୍ତୁ ପ୍ରଥମେ ଆଳତୀକୁ ନିଜ ମୁଣ୍ଡରେ ବୁଲାଇବା ପରେ ନିଜ ମଥାରେ ଧାରଣ କରନ୍ତୁ। ଧର୍ମ ଅନୁଯାୟୀ ଆପଣ ଆଳତୀ କରିବା ସମୟରେ ମନେ ରଖନ୍ତୁ ଯେ ଆପଣ କରୁଥିବା ଉଚ୍ଚାରଣ ସଠିକ ଥିବ। ଏହାସହ ଆଳତୀ ସମୟରେ ଅନ୍ୟ କିଛି ବିଷୟରେ ଭାବନ୍ତୁ ନାହିଁ। ପୂଜା ସମୟରେ ଏକାଗ୍ରତ ରହି ଏହି କାମ ସଠିକ ଭାବେ ପୂରା କରନ୍ତୁ।

D Sonali

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

13 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

38 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

42 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

45 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

51 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago