ଦେଶ ବିଦେଶ

ପୂର୍ବତନ ସିଏମ୍‌ ହେମନ୍ତ ସୋରେନ୍‌ଙ୍କୁ ହାଇକୋର୍ଟରୁ ବଡ଼ ଝଟ୍‌କା, ଗିରଫଦାରୀ ବିରୋଧରେ ଦାୟର ଆବେଦନ ଖାରଜ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ବଡ଼ ଝଟ୍‌କା ମିଳିଛି । ନିଜ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଏଥିରେ ସେ କହିଥିଲେ ଯେ ମନି ଲଣ୍ଡରିଂର କୌଣସି ମାମଲା ନାହିଁ ଏବଂ ସେ ନିର୍ଦ୍ଦୋଷ ।

ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କର ସମସ୍ତ ଯୁକ୍ତି ଖାରଜ କରିଛନ୍ତି । ବିର୍ସା ମୁଣ୍ଡା ଜେଲରେ ଥିବା ପୂର୍ବତନ ସିଏମ୍‌ଙ୍କୁ କୋର୍ଟଙ୍କଠାରୁ ଦ୍ୱିତୀୟ ଥର ପାଇଁ ଝଟ୍‌କା ମିଳିଛି । ତାଙ୍କ ଗିରଫଦାରୀ, ସମନ ଏବଂ ରିମାଣ୍ଡକୁ ଚ୍ୟାଲେଞ୍ଜ ଦେଇଥିବା ଅପରାଧିକ ଆବେଦନ ଖାରଜ ହେବା ପରେ ସୋରେନ ଦାଦାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ତିନି ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ ।

ଜଷ୍ଟିସ୍‌ ମୁଖୋପାଧ୍ୟାୟଙ୍କ କୋର୍ଟ ତାଙ୍କୁ କେବଳ ଅନ୍ତିମ ସଂସ୍କାର ମେ’ ୬ରେ ଯୋଗଦେବାକୁ ଅନୁମତି ଦେଇଛନ୍ତି । ଏହାସହ ତିନି ଦିନ ପାଇଁ ଜାମିନ ଦେବାକୁ ମନା କରି ଦେଇଛନ୍ତି । ହେମନ୍ତ ସୋରେନ ଦାଦାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ଲାଗି ଶନିବାର, ରବିବାର ଏବଂ ସୋମବାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ ।

ଏପ୍ରିଲ ୩୦ରେ ରାଜା ରାମ ସୋରେନଙ୍କ ଦେହାନ୍ତ ହୋଇଥିଲା । ଯଦିଓ ଦାଦାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ସୋରେନଙ୍କ ଆବେଦନକୁ କୋର୍ଟ ବିଚାର କରିଥିଲେ । କୋର୍ଟ ତାଙ୍କୁ ଗଣମାଧ୍ୟମ ସହ କଥାବାର୍ତ୍ତା ନ କରିବା ସର୍ତ୍ତରେ ଆଇନଗତ ହେପାଜତରେ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଦେଶ ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମେ’ ୬ରେ ନିଜ ଦାଦାଙ୍କ ଶ୍ରାଦ୍ଧ କର୍ମରେ ପୋଲିସ ହେପାଜତରେ ହିଁ ସାମିଲ ହେବେ । ଶ୍ରାଦ୍ଧ କର୍ମ ପରେ ସେ ପୁଣି ପୋଲିସ ହେପାଜତରେ ଜେଲ୍‌ ପ୍ରତ୍ୟାବର୍ତ୍ତନ କରିବେ । ଏହି ସମୟରେ ହେମନ୍ତ ସୋରେନ୍‌ଙ୍କୁ ଗଣମାଧ୍ୟମ ସହ କୌଣସି ପ୍ରକାର କଥାବାର୍ତ୍ତା ନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି ।

Roshni

Recent Posts

ଧର୍ମଶାଳା ରଜ କୁଇନ ମୁକୁଟ ପିନ୍ଧିଲେ ସୁଭଦ୍ରା

ଯାଜପୁର(କେନ୍ୟୁଜ୍‌) : ସାରା ରାଜ୍ୟରେ ମେଲିଛି ରଜର ଆସର । ଧୁମ୍‌ ଧାମ୍‌ ରେ ଏଥର ସବୁଠି ପାଳିତ ହୋଇଯାଇଛି…

31 mins ago

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ : ୨୦ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ୨୦ ତାରିଖ ସକାଳ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ।  ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ…

1 hour ago

ମହାନତା ଦେଖାଇଲେ ନୟାପଲ୍ଲୀ ଥାନା ଅଧିକାରୀ, ଗୁରୁତର ମହିଳାଙ୍କୁ ପହଁଚାଇଲେ ଡାକ୍ତରଖାନା

ଭୁବନେଶ୍ୱର (କେନ୍ୟୁଜ): ଆମେ ଥାଉ ଖବର ସଂଗ୍ରହ ଅନ୍ୱେଷଣରେ । ସେଦିନର ସଂଧ୍ୟା ସମୟର କଥା ମନରୁ ଲିଭିନୁ। ଘଟଣାଟି…

1 hour ago

ହୋମିଓପାର୍ଥିକ ଫାର୍ମାସିଷ୍ଟ ପଦବୀରେ ଚାକିରି ସୁଯୋଗ, ମାସକୁ ଦରମା ୧ ଲକ୍ଷ ଟଙ୍କା

ଯୁବପିଢି ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀ ହୋମିଓପାଥିକ ଫାର୍ମାସିଷ୍ଟ ପଦବୀରେ ଯୋଗ୍ୟ…

1 hour ago

ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ, ନେଦରଲ୍ୟାଣ୍ଡରେ କଲେ ବିବାହ

ଭୁବନେଶ୍ୱର (କେନ୍ୟୁଜ): ବାହା ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ।  ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ…

1 hour ago

କର୍ଣ୍ଣାଟକରେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ, ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧିକୁ ନେଇ ଦେଇଥିଲେ ଧାରଣା

କର୍ଣ୍ଣାଟକରେ ଜଣେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଏଠାରେ ସେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହଠାତ୍‌…

2 hours ago