ଦେଶ ବିଦେଶ

ଜୋ ବାଇଡେନ କଲେ ଇସ୍ରାଏଲ ଉପରେ ଇରାନ୍‌ ଆକ୍ରମଣର ନିନ୍ଦା, ଜରୁରୀ ବୈଠକ ପରେ ଆମେରିକା ନେବ ବଡ଼ ପଦକ୍ଷେପ

ଇସ୍ରାଏଲ ଉପରେ ଗତ ରାତିରେ ଇରାନ୍‌ ୨୦୦ରୁ ଅଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି, ଯାହା ପରେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧ ନେଇ ଆଶଙ୍କା କରାଯାଉଛି । ଇସ୍ରାଏଲ ଉପରେ ଇରାନ ଆକ୍ରମଣର ତୁରନ୍ତ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ଜରୁରୀକାଳୀନ ବୈଠକ କରିଛନ୍ତି । ଏହା ସହିତ ବାଇଡେନ ଇରାନ କରିଥିବା ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ।

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଆମେରିକା ବହୁତ ସତର୍କ ହୋଇପଡିଛି ଏବଂ ବର୍ତ୍ତମାନ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ପ୍ରଥମ ପଦକ୍ଷେପ ସ୍ୱରୂପ ଇରାନ-ଇସ୍ରାଏଲ ଯୁଦ୍ଧ ସମ୍ଭାବନାକୁ ଦୃଷ୍ଟିରେ ରଖି ବାଇଡେନ ପରବର୍ତ୍ତୀ ପରିସ୍ଥିତି ଉପରେ ଆଲୋଚନା କରିବା ପାଇଁ ଆଜି ହିଁ ଜି-୭ ନେତାମାନଙ୍କ ବୈଠକ ଡକାଇଛନ୍ତି । ଆମେରିକା ରାଷ୍ଟ୍ରପତି କହିଥିଲେ ଯେ ଇରାନର ଆକ୍ରମଣ ଉପରେ ମିଳିତ କୂଟନୈତିକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ଜି-୭ ନେତାଙ୍କ ସହ ବୈଠକ କରିବି ।

ବାଇଡେନଙ୍କ ଏହି ପ୍ରତିକ୍ରିୟା ଭିତରେ ଆମେରିକା ସେନା ଇରାନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ମାରି ଖସାଇବା ଉଦ୍ୟମରେ ସାହାଯ୍ୟ କରିଛି । ଇସ୍ରାଏଲ୍ କହିଛି ଯେ ସେ ଏବଂ ତା’ର ସହଯୋଗୀ ଦେଶ ଇରାନ ତରଫରୁ ଛଡ଼ାଯାଇଥିବା ୨୦୦ରୁ ଅଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମଧ୍ୟରୁ ଅଧିକାଂଶକୁ ମଝିରେ ହିଁ ରୋକି ଦେଇଛନ୍ତି ।

ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଫୋନରେ କଥା ହୋଇଛନ୍ତି । ସେ କହିଛନ୍ତି ଯେ ଆଜି ସକାଳେ ଇରାନ ଏବଂ ୟେମେନ, ସିରିଆ ଓ ଇରାକରେ ଏହାର ସହୃଦୟୀମାନେ ଇସ୍ରାଏଲରେ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଛନ୍ତି ।

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେବା ପରେ ବାଇଡେନ କହିଛନ୍ତି ଯେ ଆମେ ଇସ୍ରାଏଲକୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବୁ । ଗତ ସପ୍ତାହରେ ମଧ୍ୟ ବାଇଡେନଙ୍କ ନିର୍ଦ୍ଦେଶରେ ଆମେରିକା ସେନା ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ବିମାନ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବିଧ୍ୱଂସକ ପଠାଇଥିଲା ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago