କ୍ରୀଡା

ଆରେ…. ବସ୍‌ ଡ୍ରାଇଭର ହୋଇଗଲେ ରୋହିତ, ଭିଡିଓ ଭାଇରଲ

ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଟିମ ଖେଳାଳି ପଡିଆକୁ ଯିବାକୁ ବାହାରିଥିବା ବେଳେ ବସ୍‌ ଡ୍ରାଇଭର ପାଲଟିଛନ୍ତି ରୋହିତ ଶର୍ମା । ରୋହିତ ଶର୍ମା ବସ୍‌ ଚଲାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଭାଇରଲ ହେଉଥିବା ଭିଡିଓରେ ରୋହିତ ବସ୍‌ର ଡ୍ରାଇଭର ସିଟ୍‌ରେ ବସିଥିବାର ନଜର ଆସିଛନ୍ତି । ହୋଟେଲ ବାହାରେ ଫ୍ୟାନ୍ସଙ୍କ ଭିଡକୁ ଦେଖି ରୋହିତ ଶର୍ମା ନିଜେ ବସ୍‌ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ରୋହିତ ନିଜେ ବସ୍‌ ଚଲାଇ ଯିବାକୁ ସ୍ଥିର କରିଛନ୍ତି । ତେବେ ରୋହିତ ବସ୍‌ ଡ୍ରାଇଭ କରି ଯାଉଛନ୍ତି କି ନାହିଁ ଜଣାପଡିନାହିଁ କିନ୍ତୁ ଡ୍ରାଇଭର ସିଟରେ ବସିଛନ୍ତି । ଆଉ ନିଜେ ଭିଡିଓ ମଧ୍ୟ କରୁଛନ୍ତି । ଫ୍ୟାନ୍ସଙ୍କୁ ରୋହିତଙ୍କ ନୂଆ ଅବତାର ବେଶ୍‌ ପସନ୍ଦ ଆସିଛି । ଭିଡିଓ ଦେଖିବା ପରେ ଫ୍ୟାନ୍ସ ନିଜ ହସ ରୋକି ପାରିନାହାନ୍ତି । ଏହାକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି ଫ୍ୟାନ୍ସ ।

ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ୫ଟି ମ୍ୟାଚରେ ୪ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ୭ ନଂ ସ୍ଥାନରେ ରହିଛି । ଚଳିତ ସିଜିନରେ ମୁମ୍ବାଇ ଟିମ ବେଶ କିଛି କମାଲ କରିପାରିନାହିଁ । ମୁମ୍ବାଇ ଲଗାତାର ୩ଟି ମ୍ୟାଚ ହାରିବା ପରେ ହାର୍ଦ୍ଦିକଙ୍କୁ ଫ୍ୟାନ୍ସ ଟ୍ରୋଲ କରିଥିଲେ । ଏହାପରେ ମୁମ୍ବାଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ହରାଇଥିଲା । ଦିଲ୍ଲୀ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ଓ୍ଵିକେଟରେ ହରାଇଛି ମୁମ୍ବାଇ ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago