ଆରେ…. ବସ୍ ଡ୍ରାଇଭର ହୋଇଗଲେ ରୋହିତ, ଭିଡିଓ ଭାଇରଲ
ଭାଇରଲ ହେଉଥିବା ଭିଡିଓରେ ରୋହିତ ବସ୍ର ଡ୍ରାଇଭର ସିଟ୍ରେ ବସିଥିବାର ନଜର ଆସିଛନ୍ତି । ହୋଟେଲ ବାହାରେ ଫ୍ୟାନ୍ସଙ୍କ ଭିଡକୁ ଦେଖି ରୋହିତ ଶର୍ମା ନିଜେ ବସ୍ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ରୋହିତ ନିଜେ ବସ୍ ଚଲାଇ ଯିବାକୁ ସ୍ଥିର କରିଛନ୍ତି ।

ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଟିମ ଖେଳାଳି ପଡିଆକୁ ଯିବାକୁ ବାହାରିଥିବା ବେଳେ ବସ୍ ଡ୍ରାଇଭର ପାଲଟିଛନ୍ତି ରୋହିତ ଶର୍ମା । ରୋହିତ ଶର୍ମା ବସ୍ ଚଲାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଭାଇରଲ ହେଉଥିବା ଭିଡିଓରେ ରୋହିତ ବସ୍ର ଡ୍ରାଇଭର ସିଟ୍ରେ ବସିଥିବାର ନଜର ଆସିଛନ୍ତି । ହୋଟେଲ ବାହାରେ ଫ୍ୟାନ୍ସଙ୍କ ଭିଡକୁ ଦେଖି ରୋହିତ ଶର୍ମା ନିଜେ ବସ୍ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ରୋହିତ ନିଜେ ବସ୍ ଚଲାଇ ଯିବାକୁ ସ୍ଥିର କରିଛନ୍ତି । ତେବେ ରୋହିତ ବସ୍ ଡ୍ରାଇଭ କରି ଯାଉଛନ୍ତି କି ନାହିଁ ଜଣାପଡିନାହିଁ କିନ୍ତୁ ଡ୍ରାଇଭର ସିଟରେ ବସିଛନ୍ତି । ଆଉ ନିଜେ ଭିଡିଓ ମଧ୍ୟ କରୁଛନ୍ତି । ଫ୍ୟାନ୍ସଙ୍କୁ ରୋହିତଙ୍କ ନୂଆ ଅବତାର ବେଶ୍ ପସନ୍ଦ ଆସିଛି । ଭିଡିଓ ଦେଖିବା ପରେ ଫ୍ୟାନ୍ସ ନିଜ ହସ ରୋକି ପାରିନାହାନ୍ତି । ଏହାକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି ଫ୍ୟାନ୍ସ ।
Hahaha this is sooo cutee😂😭🤣
Roo driving bus😭🤌🏻❤️#RohitSharma pic.twitter.com/VtP3PDuWCo— Nehhaaa! (Rohitian)✨❤️ (@nehhaaa__) April 13, 2024
ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ୫ଟି ମ୍ୟାଚରେ ୪ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ୭ ନଂ ସ୍ଥାନରେ ରହିଛି । ଚଳିତ ସିଜିନରେ ମୁମ୍ବାଇ ଟିମ ବେଶ କିଛି କମାଲ କରିପାରିନାହିଁ । ମୁମ୍ବାଇ ଲଗାତାର ୩ଟି ମ୍ୟାଚ ହାରିବା ପରେ ହାର୍ଦ୍ଦିକଙ୍କୁ ଫ୍ୟାନ୍ସ ଟ୍ରୋଲ କରିଥିଲେ । ଏହାପରେ ମୁମ୍ବାଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ହରାଇଥିଲା । ଦିଲ୍ଲୀ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ଓ୍ଵିକେଟରେ ହରାଇଛି ମୁମ୍ବାଇ ।