ଦେଶ ବିଦେଶ

ଆଫଗାନିସ୍ତାନରେ ଆମେରିକା ସେନା ପ୍ରତ୍ୟାହାରକୁ ସଠିକ୍‌ କହିଲେ ବାଇଡେନ୍‌

ଆଫଗାନିସ୍ତାନ ଏବେ ତାଲିବାନ୍‌ କବ୍‌ଜାରେ। ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ସେଠାରେ ହାହାକାର ପରିସ୍ଥିତି ଉପୁଜିଛି। ତାଲିବନ୍‌ ଏବେ ରାଜଧାନୀ କାବୁଲକୁ ନିଜ ଅକ୍ତିଆରକୁ ନେଇଛି ଓ ଦେଶର ଶାସନଭାର ମଧ୍ୟ ନିଜ ହାତକୁ ନେଇସାରିଲାଣି। ଏଭଳି ସ୍‌ତିତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ ସେନା ପ୍ରତ୍ୟାହାର ନିଷ୍ପତ୍ତି ଠିକ୍‌।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ଆମେରିକା ସେନା ପ୍ରତ୍ୟାହାର ସଠିକ ନିଷ୍ପତ୍ତି। ଯେଉଁଠି ଆଫଗାନ ସେନା ଲଢ଼ିବା ବା ମରିବାକୁ ପ୍ରସ୍ତୁତ ନୁହେଁ ସେଠାରେ ଆମେରିକା ସେନା ଲଢ଼ିବା ଉଚିତ୍‌ ନୁହୋଁ ମୁଁ ଜାଣିଛି ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତିକୁ ସମାଲୋଚନା କରାଯିବ । ମୁଁ ଏହି ସମାଲୋଚନାକୁ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ଅଛି। ଏହି ଦାୟିତ୍ୱ ମୁଁ ଅନ୍ୟ ଜଣେ ରାଷ୍ଟ୍ରପତିଙ୍କ ଉପରକୁ ଛାଡ଼ିବି ନାହିଁ । ଯାହା ଏବେ ଘଟିଲା, ତାହା ୫ ବର୍ଷ ବା ୧୫ ବର୍ଷ ପୂର୍ବରୁ ଘଟିପାରିଥାନ୍ତା । ଆଫଗାନିସ୍ତାନର ସ୍ଥିତିକୁ ନେଇ ଏଭଳି ବୟାନ ଦେଇଛନ୍ତି ବାଇଡେନ୍‌ ।


ଅନ୍ୟପଟେ ନିଜ ନାଗରିକଙ୍କୁ ଉଦ୍ଧାର କରିବାକୁ ସମସ୍ତ ଶକ୍ତି ଲଗାଇଦେଇଛି ଆମେରିକା। ଏୟାରପୋର୍ଟକୁ ସୁରକ୍ଷା ଦେବା ପାଇଁ ସମସ୍ତ ଚେଷ୍ଟା ଜାରି ରହିଛି । ନୌସେନା ସହ C-17 ଲ୍ୟାଣ୍ଡ କରିଛି। ଆଉ ଏକ C-17 ଲ୍ୟାଣ୍ଡ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଫସିଥିବା ଆମେରିକା ନାଗରିକ, ଆଫଗାନୀମାନଙ୍କୁ ଏୟାରଲିଫ୍ଟ କରିବାକୁ ପ୍ରୟାସ ଜାରି ରହିଛି ବୋଲି କହିଛି ପେଣ୍ଟାଗନ। ଆମ ସେନା କଡା ପ୍ରଶିକ୍ଷଣ ନେଇଛନ୍ତି। ସେମାନେ ମିଶନର ଜଟିଳତା ଓ ଗୁରୁତ୍ୱ ଜାଣିଛନ୍ତି। ଆଫଗାନିସ୍ତାନରେ ଏୟାରପୋର୍ଟକୁ ସୁରକ୍ଷା ଦେବା ଆମର ମିଶନ ଥିଲା ଓ ଆଜି ମଧ୍ୟ ଅଛି। ଯାହା ଦ୍ୱାରା ଫସିଥିବା ଲୋକଙ୍କୁ ଆମେ ଉଦ୍ଧାର କରିପାରିବୁ। ଦିନ ଶେଷ ସୁଦ୍ଧା ୩ହଜାରରୁ ୩୫୦୦ ସେନାଙ୍କ ପଠାଯାଇଛି। ଅପେରସନ ପାଇଁ ଏୟାର ଫିଲ୍ଡ ମୁକ୍ତ ରହିଛି। ଆମେରିକା ନାଗରିକଙ୍କୁ ଉଦ୍ଧାର କରାଯିବ ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି।

WCW 11

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

8 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

27 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

35 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

51 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago