ଦେଶ ବିଦେଶ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ସି ଜିନପିଙ୍ଗ, ସାମରିକସ୍ତରରେ କଥାବାର୍ତ୍ତା ପାଇଁ ଉଭୟ ଦେଶ ରାଜି

ନୂଆଦିଲ୍ଲୀ : ଦୁଇ ମହାଶକ୍ତିଙ୍କ ଭେଟ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଆମେରିକାର ସାନ ଫ୍ରାନସିସ୍କୋରେ ଆଲୋଚନା କରିଛନ୍ତି ଦୁଇ ରାଷ୍ଟ୍ର ମୁଖ୍ୟ । ସାମରିକସ୍ତରରେ କଥାବାର୍ତ୍ତା ପାଇଁ ରାଜି ହୋଇଛନ୍ତି ଉଭୟ ଦେଶ । ୨୦୨୨ରେ ଆମେରିକା ବାଚସ୍ପତି ନାନସୀ ପେଲୋସୀଙ୍କ ତାଇୱାନ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ବନ୍ଦ ରହିଥିଲା । ବଢ଼ିଥିଲା କୁଟନୈତିକ ଟେନସନ୍ ।

ବାଇଡେନଙ୍କ ସହ ଆଲୋଚନା ବେଳେ ତାଇୱାନକୁ ବଡ଼ ଓ ବିପଦପୂର୍ଣ୍ଣ ପ୍ରସଙ୍ଗ କହିଛନ୍ତି ଜିନପିଙ୍ଗ । ଗାଜା ଓ ୟୁକ୍ରେନ ଯୁଦ୍ଧ ଉପରେ ବି ଦୁଇ ରାଷ୍ଟ୍ରପତି କଥା ହୋଇଛନ୍ତି । ବାଇଡେନ କହିଛନ୍ତି, ଜିନପିଙ୍ଗ ସହ ସବୁଠାରୁ ଗଠନମୂଳକ ଓ ଫଳପ୍ରଦମ ଆଲୋଚନା ଥିଲା । ଆମେରିକା ଓ ଚୀନ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଯେପରି ସଂଘର୍ଷରେ ପରିଣତ ନ ହୁଏ ଓ ସମ୍ପର୍କକୁ ଦାୟିତ୍ବପୂର୍ଣ୍ଣ ଭାବେ ସମ୍ଭାଳିବାକୁ ପ୍ରତିଶ୍ରୁତିବଦ୍ଧ ହେବା ଆବଶ୍ୟକ । ସାନ ଫ୍ରାନସିସ୍କୋରେ Asia Pacific Economic Cooperation ବା ଏପେକ୍ ଶିଖର ସମ୍ମିଳନୀ ପୂର୍ବରୁ ବାଇଡେନଙ୍କୁ ଭେଟି ଆଲୋଚନା କରିଛନ୍ତି ଜିନପିଙ୍ଗ । ଆମେରିକା-ଚୀନ୍ ସମ୍ପର୍କ, ଅର୍ଥନୈତିକ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦୁହେଁ ଆଲୋଚନା କରିଛନ୍ତି ।

Barsha

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

27 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

45 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

54 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago