କ୍ରୀଡା

ପାକିସ୍ତାନ ଟିମକୁ ବଡ ଝଟକା: ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ୍

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକ ପଦ ଛାଡିଲେ ବାବର ଆଜମ୍ । ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଭିନ୍ନ ଆଡୁ କଡ଼ା ସମାଲୋଚନାର ଶିକାର ହୋଇଥିଲେ । ଏହାପରେ କ୍ୟାପଟେନ୍ ପଦରୁ ସେ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫାପତ୍ରରେ ଅଧିନାୟକ ପଦ ଛାଡିବାର କୌଣସି କାରଣ ଉଲ୍ଲେଖ କରିନାହାନ୍ତି । ବାବରଙ୍କ ସ୍ଥାନରେ ଶାନ୍ ମାସୁଦ ପାକିସ୍ତାନର ନୂଆ ଟେଷ୍ଟ କ୍ୟାପଟେନ୍ ନିଯୁକ୍ତ ହୋଇଛନ୍ତି ।

ସେହିପରି ବାମହାତୀ ଫାଷ୍ଟ ବୋଲର ସାହିନ ଶାହ ଆଫ୍ରିଦି ଟି-୨୦ ଅଧିନାୟକ ହୋଇଛନ୍ତି । ଚଳିତ ବିଶ୍ବକପର ୯ଟି ଲିଗ୍ ମ୍ୟାଚରୁ ପାକିସ୍ତାନ ୪ଟି ଜିତିଥିଲା । ୫ଟି ମ୍ୟାଚ୍ ହାରି ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିଲା । ସେହିପରି ବ୍ୟକ୍ତିଗତ ଭାବେ ବାବର ଆଜମଙ୍କ ପ୍ରଦର୍ଶନ ବି ପ୍ରଭାବୀ ନଥିଲା । ୯ଟି ମ୍ୟାଚରେ ସେ କରିଥିଲେ ମାତ୍ର ୩୨୦ ରନ୍ । ଏହାପରେ ତାଙ୍କ ନେତୃତ୍ବ ଓ ପ୍ରଦର୍ଶନକୁ ନେଇ ଚାରିଆଡୁ ସମାଲୋଚିତ ହୋଇଥିଲେ ବାବର ଆଜମ । ଅଧିନାୟକ ପଦ ଛାଡିଥିଲେ ବି କ୍ରିକେଟର ତିନିଟିଯାକ ଫର୍ମାଟରେ ସେ ଖେଳ ଜାରି ରଖିବେ ।

Barsha

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

25 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

44 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

52 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago