ଦେଶ ବିଦେଶ

ଉମେଶ ପାଲ୍‌ ହତ୍ୟା: ଅଭିଯୁକ୍ତ ବିଜୟ-ଅର୍‌ବାଜଙ୍କୁ ଏନ୍‌କାଉଣ୍ଟର କରିଥିବା ପୋଲିସ କର୍ମୀଙ୍କୁ ନୋଟିସ୍‌

ଉମେଶ ପାଲ ହତ୍ୟା ମାମଲାରେ ଉତ୍ତର ପ୍ରଦେଶ ପୋଲିସ ଏନକାଉଣ୍ଟର କରି ଅସଦଙ୍କ ସମେତ ୪ ଅଭିଯୁକ୍ତଙ୍କୁ ନିପାତ କରିଛି। ଅଭିଯୁକ୍ତ ଅରବାଜ ଓ ବିଜୟ ଚୌଧୁରୀଙ୍କ ଏନକାଉଣ୍ଟରରେ ଯେଉଁ ପୋଲିସ କର୍ମୀ ସମ୍ପୃକ୍ତ ଥିଲେ, ସେମାନଙ୍କୁ ନ୍ୟାୟିକ ଆୟୋଗ ଏବେ ନୋଟିସ ପଠାଇଛନ୍ତି। ଏହି ପୋଲିସ କର୍ମୀଙ୍କର ଲକ୍ଷ୍ନୌସ୍ଥିତ ନ୍ୟାୟିକ ଆୟୋଗ ଅଫିସ୍‌ରେ ବୟାନ ରେକର୍ଡ କରାଯିବ।

ପୋଲିସ ଏ ପର୍ଯ୍ୟନ୍ତ ଏନକାଉଣ୍ଟରରେ ଯେଉଁ ଅଭିଯୁକ୍ତମାନଙ୍କୁ ନିପାତ କରିଛି, ସେମାନେ ହେଲେ ଅସଦ, ଗୁଲାମ, ଅରବାଜ ଓ ବିଜୟ ଚୌଧୁରୀ। ଅସଦ ଥିଲା ମାଫିଆ ଅତିକ୍‌ ଅହମ୍ମଦଙ୍କ ପୁଅ। ପୋଲିସର କହିବା ହେଲା, ଯେତେବେଳେ ଏହି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଯାଇଥିଲା, ସେତେବେଳେ ସେମାନେ ପୋଲିସ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଏଭଳି ସ୍ଥିତିରେ ପୋଲିସକୁ ବି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଥିଲା ଏବଂ ଏଥିରେ ସମସ୍ତ ଅଭିଯୁକ୍ତ ନିପାତ ହୋଇଥିଲେ।

ଯଦିଓ ଅଭିଯୁକ୍ତମାନଙ୍କ ଏନ୍‌କାଉଣ୍ଟର ଉପରେ ଏସପି, ବିଏସପି ସମେତ ଅନେକ ଦଳର ନେତା ପ୍ରଶ୍ନ ଉଠାଇଥିଲେ। ପୋଲିସ ଫର୍ଜି ଉପାୟରେ ସେମାନଙ୍କ ଏନକାଉଣ୍ଟର କରିଥିବା ଅଭିଯୋଗ ହୋଇଥିଲା। ଏ ସମସ୍ତ ଅଭିଯୁକ୍ତ ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ। ତେବେ ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା।

ସେପଟେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାଫିଆ ଅତିକ୍‌ ଅହମ୍ମଦ ଓ ଅଶରଫଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି। କହି ରଖୁଛୁ ଯେ ଫେବୃଆରୀ ୨୪ରେ ପ୍ରୟାଗରାଜରେ ଉମେଶଙ୍କୁ ଅଭିଯୁକ୍ତମାନେ ଗୁଳି କରି ହତ୍ୟା କରିଥିଲେ।

Roshni

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

42 seconds ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago