ଲୋକପ୍ରିୟ ପପ୍ ଷ୍ଟାର ତଥା ଆଷ୍ଟ୍ରୋ ସଦସ୍ୟ ମୁନବିନ୍ଙ୍କ ମୃତ୍ୟୁ ହୋଇଛି । ମାତ୍ର ୨୫ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ସିଓଲର ଗାଙ୍ଗନାମ୍-ଗୁ ସ୍ଥିତ ତାଙ୍କ ବାସଭବନରେ ମୃତଦେହ ମିଳିଛି । ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ମୁତାବକ, ଏପ୍ରିଲ ୧୯ ମଙ୍ଗଳବାର ରାତି ପ୍ରାୟ ୮ ଟା ୧୦ ମିନିଟରେ ତାଙ୍କ ଘରୁ ମୁନବିନଙ୍କ ମୃତଦେହ ମିଳିଥଲା, ଏହା ପରେ ତାଙ୍କ ମ୍ୟାନେଜର ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ତାଙ୍କ ଏଜେନ୍ସି ଫାଣ୍ଟାଗିୟୋରେ ଏନେଇ କୌଣସି ବିବୃତ୍ତି ଏପର୍ଯ୍ୟନ୍ତ ବାହାରି ନାହିଁ।
ଖବର ଅନୁଯାୟୀ, ମୁନବିନ୍ ସାନହାଙ୍କ ସହ ଗ୍ରୁପ୍ ଆଷ୍ଟ୍ରୋ ୟୁନିଟ୍ ର ସଦସ୍ୟ ଥିଲେ । କିଛି ଦିନ ପୂର୍ବରୁ ଏହି ସଦସ୍ୟ ପଦ ଛାଡିଥିବାର ସୂଚନା ମିଳିଛି । ସେ ଏକ ଫ୍ୟାନ୍ କନ୍ ଟୁର୍ ଆୟୋଜନ କରିବାକୁ ଯାଉଥିଲେ । ତେବେ ତାଙ୍କ ମୃତ୍ୟୁରେ ସମସ୍ତ ସଦସ୍ୟ ଶୋକରେ ରହିଛନ୍ତି। କେହି ବି ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ।
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…