ଲୋକପ୍ରିୟ ପପ୍ ଷ୍ଟାର ତଥା ଆଷ୍ଟ୍ରୋ ସଦସ୍ୟ ମୁନବିନଙ୍କ ମୃତ୍ୟୁ, ଆତ୍ମହତ୍ୟା କରିଥିବା ସନ୍ଦେହ

ସାଉଥ କୋରିଆନ୍‌ ପପ୍‌ଷ୍ଟାର ତଥା ମଡେଲ ମୁନବିନଙ୍କ ମୃତ୍ୟୁ । ସିଓଲ ସ୍ଥିତ ଘରୁ ମିଳିଲା ମୃତଦେହ । ଆତ୍ମହତ୍ୟା କରିଥିବା ପୋଲିସ କରୁଛି ସନ୍ଦେହ ।

ଲୋକପ୍ରିୟ ପପ୍ ଷ୍ଟାର ତଥା ଆଷ୍ଟ୍ରୋ ସଦସ୍ୟ ମୁନବିନ୍‌ଙ୍କ ମୃତ୍ୟୁ ହୋଇଛି । ମାତ୍ର ୨୫ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ସିଓଲର ଗାଙ୍ଗନାମ୍-ଗୁ ସ୍ଥିତ ତାଙ୍କ ବାସଭବନରେ ମୃତଦେହ ମିଳିଛି । ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ, ଏପ୍ରିଲ ୧୯ ମଙ୍ଗଳବାର ରାତି ପ୍ରାୟ ୮ ଟା ୧୦ ମିନିଟରେ ତାଙ୍କ ଘରୁ ମୁନବିନଙ୍କ ମୃତଦେହ ମିଳିଥଲା, ଏହା ପରେ ତାଙ୍କ ମ୍ୟାନେଜର ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ତାଙ୍କ ଏଜେନ୍ସି ଫାଣ୍ଟାଗିୟୋରେ ଏନେଇ କୌଣସି ବିବୃତ୍ତି ଏପର୍ଯ୍ୟନ୍ତ ବାହାରି ନାହିଁ।

ଖବର ଅନୁଯାୟୀ, ମୁନବିନ୍ ସାନହାଙ୍କ ସହ ଗ୍ରୁପ୍ ଆଷ୍ଟ୍ରୋ ୟୁନିଟ୍ ର ସଦସ୍ୟ ଥିଲେ । କିଛି ଦିନ ପୂର୍ବରୁ ଏହି ସଦସ୍ୟ ପଦ ଛାଡିଥିବାର ସୂଚନା ମିଳିଛି । ସେ ଏକ ଫ୍ୟାନ୍ କନ୍ ଟୁର୍ ଆୟୋଜନ କରିବାକୁ ଯାଉଥିଲେ । ତେବେ ତାଙ୍କ ମୃତ୍ୟୁରେ ସମସ୍ତ ସଦସ୍ୟ ଶୋକରେ ରହିଛନ୍ତି। କେହି ବି ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ।

Leave A Reply

Your email address will not be published.