ବୃଦ୍ଧାଙ୍କ ଜୀବନ ବଞ୍ଚାଇ ମାନବିକତା ଦେଖାଇଲେ ଏସ୍‌ଓଜି ଜବାନ୍

ଜବାନଙ୍କ ମହାନତା। ୫୫ବର୍ଷ ବୃଦ୍ଧାର ଜୀବନ ବଞ୍ଚାଇବା ପାଇଁ ବଢାଇଲେ ସହଯୋଗର ହାତ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଗୋଛାପଡା ଥାନା ଅନ୍ତର୍ଗତ ଲୋବେରିକେଟା ଗ୍ରାମରେ । ଘଞ୍ଚ ଜଙ୍ଗଲରେ ଏସ୍‌ଓଜି ଜବାନଙ୍କର ଚାଲିଥିଲା କମ୍ବିଂ ଅପରେସନ୍ । ସେହି ସମୟରେ ଡହ ଡହ ଖରାରେ ଅସୁସ୍ଥ ଅବସ୍ଥାରେ ଜଙ୍ଗଲ ଭିତରେ ଜଣେ ବୃଦ୍ଧାକୁ ତଳେ ପଡିଥିବାର ଦେଖିବାକୁ ପାଇଥିଲେ।

କନ୍ଧମାଳ(କେନ୍ୟୁଜ): ଜବାନଙ୍କ ମହାନତା। ୫୫ବର୍ଷ ବୃଦ୍ଧାର ଜୀବନ ବଞ୍ଚାଇବା ପାଇଁ ବଢାଇଲେ ସହଯୋଗର ହାତ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଗୋଛାପଡା ଥାନା ଅନ୍ତର୍ଗତ ଲୋବେରିକେଟା ଗ୍ରାମରେ । ଘଞ୍ଚ ଜଙ୍ଗଲରେ ଏସ୍‌ଓଜି ଜବାନଙ୍କର ଚାଲିଥିଲା କମ୍ବିଂ ଅପରେସନ୍ । ସେହି ସମୟରେ ଡହ ଡହ ଖରାରେ ଅସୁସ୍ଥ ଅବସ୍ଥାରେ ଜଙ୍ଗଲ ଭିତରେ ଜଣେ ବୃଦ୍ଧାକୁ ତଳେ ପଡିଥିବାର ଦେଖିବାକୁ ପାଇଥିଲେ।

ବାସ୍ ବିଳମ୍ବ ନକରି ତୁରନ୍ତ ଅସୁସ୍ଥ ବୃଦ୍ଧାଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା କରିଥିଲେ ଜବାନ୍ ମାନେ। ତେବେ ଆଲୋଚନା ପରେ ଜଣାପଡିଥିଲା କି, ପରିବାର ଲୋକେ ପୂର୍ବରୁ ବୃଦ୍ଧାଙ୍କୁ ଫୁଲବାଣୀ ମେଡିକାଲ୍ ନେଇ ଚିକିତ୍ସା କରାଇଥିଲେ । ହେଲେ ଡାକ୍ତର ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମେଡିକାଲ୍ କୁ ନେବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଅର୍ଥ ଅଭାବ ହେତୁ ଅନ୍ୟତ୍ର ନେବା ସକ୍ଷମ ନଥିବାରୁ ତାଙ୍କୁ ଘରକୁ ନେଇ ଆସିଥିଲେ ପରିବାର ଲୋକେ । ତେବେ ବୃଦ୍ଧା ଜଣଙ୍କ ଚିକିତ୍ସା ନପାଇ ଏଭଳି ଅସୁସ୍ଥ ହୋଇ ପଡିଯାଇଥିଲେ।

jawan

ପରିବାର ଲୋକଙ୍କ କଥା ଶୁଣିବା ପରେ ତାଙ୍କୁ ସାହାଯ୍ୟର ହାତ ବଢାଇ ଅସୁସ୍ଥ ବୃଦ୍ଧାଙ୍କୁ ଭାର କରି ପ୍ରାୟ ତିନି କିଲୋ ମିଟର ବୋହି ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା କରାଇଥିଲେ । ଜବାନ୍‌ଙ୍କ ଏହିପରି ମହାନତା ଜାଣି କନ୍ଧମାଳ ଏସ୍‌ପି ନିଜେ ଫୁଲବାଣୀ ମେଡିକାଲ୍ ଆସି ବୃଦ୍ଧାଙ୍କୁ ଦେଖିବା ସହ ଡାକ୍ତର ସହ ଆଲୋଚନା କରିଥିଲେ । ବୃଦ୍ଧାଙ୍କ ସ୍ୱାସ୍ଥ୍ୟଗତ ଖରାପ ଥିବାରୁ ଅଧିକା ଚିକିତ୍ସା ନିମନ୍ତେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ୍‌କୁ ସ୍ଥାନାନ୍ତର କରାଇଥିଲେ । ବୃଦ୍ଧା ଜଣଙ୍କ ହେଉଛନ୍ତି ୬୫ ବର୍ଷର କାପୁରୀ ମେହେର । ଜବାନ୍ ଙ୍କ ଏହିପରି ସହଯୋଗ ପାଇଁ ପରିବାର ଲୋକେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସହିପାରିଲେନି କଷ୍ଟ। ଦୁଃଖ ଶୁଣି ଭିଜିଗଲା ଆଖି। କର୍ମସ୍ଥଳୀରେ ଥାଇ ବି ଅସୁସ୍ଥ ବୃଦ୍ଧାଙ୍କ ପାଇଁ ସହଯୋଗର ହାତ ବଢାଇଲେ ଏସ୍‌ଓଜି ଜବାନ୍। ଯାହାକୁ ଏବେ ସମଗ୍ର ରାଜ୍ଯବାସୀ ପ୍ରଶଂସା କରୁଛନ୍ତି।

 

Leave A Reply

Your email address will not be published.