ଉତ୍ତରପ୍ରଦେଶ କାନପୁରର କନେଷ୍ଟବଳ ଦେଶ ଦୀପକ ହତ୍ୟାର ଗୁମର ଖୋଲିଛି। ଦେଶ ଦୀପକଙ୍କ ହତ୍ୟା ଗଳା ଚାପି କରାଯାଇଛି ବୋଲି ଖବର ମିଳିଛି। ପୋଲିସ ମୁତାବକ, ଦେଶ ଦୀପକଙ୍କ ହତ୍ୟା ତାଙ୍କ ଟିକଟିକ ପ୍ରେମିକା ବିହାରରୁ ଆସି କରିଥିବା ପୋଲିସ କହିଛି। ପ୍ରେମିକା ୫୫୦ କିମି ଦୂର ନିଜ ଗାଁରୁ ଧାରୁଆ ଅସ୍ତ୍ର ସହ ଆସି ବିହାରରେ ପହଞ୍ଚିଥିଲେ।
କାନପୁର ପୋଲିସର ଦାବି ମୁତାବକ, ବିହାରର ସିବାନରେ ରହୁଥିବା ଯୁବତୀ ଜୁନ ୨ ତାରିଖରେ କାନପୁରର ବିଲୋହର ଥାନାର କନେଷ୍ଟବଳ ଦେଶ ଦୀପକଙ୍କୁ ହତ୍ୟା କରିଥିଲେ। ଏତେ ଦୂରରୁ ୫୫୦ କିମି ଦୂର ରୁ ଧାରୁଆ ଅସ୍ତ୍ର ଆଣି କାନପୁରରେ ପହଞ୍ଚିଥିଲେ। ଦୀପକଙ୍କୁ ଜୀବନରୁ ମାରିଦେବାକୁ ଏପରି ପ୍ଲାନ କରିଥିଲେ ଯୁବତୀ।
ପ୍ରେମିକା ଜଣକ ଜୁନ ୨ ତାରିଖ ରାତିରେ ଦୀପକଙ୍କ ବେକରୁ କାଟି ଫେରାର ହୋଇଯାଇଥିଲେ। ପୋଲିସ କହିବାନୁଯାୟୀ, ଦୁହିଁଙ୍କ ବନ୍ଧୁତା ଟିକ୍ଟକ୍ ଭିଡିଓରୁ ହୋଇଥିଲା। ଏହା ପରେ ଯୁବତୀ ଜଣକ ଦୀପକଙ୍କୁ ଦେଖାକରିବା ପାଇଁ କାନପୁର ଆସିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଦୀପକ ଯୁବତୀଙ୍କ ସହିତ ସମ୍ବନ୍ଧ ମଧ୍ୟ ରଖିଥିଲେ।
ମାସେ ପୂର୍ବରୁ ଦୀପକ ମଣିପୁରର ଜଣେ ଯୁବତୀଙ୍କ ସହିତ ବିବାହ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଯୁବତୀ ଜଣକ ବିହାରରୁ କାନପୁର ଆସିଥିଲେ। ଯୁବତୀଙ୍କ କହିବାନୁଯାୟୀ, ଦୁହିଁଙ୍କର ଯେତେବେଳେ ବନ୍ଧୁତା ହୋଇଥିଲା, ସେତେବେଳେ ଝିଅ ଇଣ୍ଟର ପଢୁଥିଲା। ବିବାହ କରିବା ନାଁରେ ଦୀପକ ତାଙ୍କୁ ପଢିବା ପାଇଁ ଦିଲ୍ଲୀ ଯିବାକୁ ଦେଉନଥିଲା। ତା’ ପରେ ଯୁବତୀଙ୍କୁ ଧୋକା ଦେଇ ଅନ୍ୟ ଜାଗାରେ ବିବାହ କରିନେଇଥିଲେ। ତେଣୁ ଯୁବତୀ ଜଣକ ଏହାର ପ୍ରତିଶୋଧ ନେବା ପାଇଁ ବିହାରରୁ କାନପୁର ଆସି ଯୁବକଙ୍କ ହତ୍ୟା କରିଥିଲେ।
ଯୁବତୀ ଜଣ ଭାଇ ଅଭିଷେକ ସହିତ ଆସି ଏହି ଘଟଣା ଘଟାଇଥିଲେ। ଭାଇ ଅଭିଷେକ ଯେତେ ମନା କରିଥିଲେ ମଧ୍ୟ ଯୁବତୀ ଜଣକ ମାନିନଥିଲେ ବୋଲି ଅଭିଷେକ ବୟାନରେ କହିଛନ୍ତି।
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…