ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ମନା କଲା ପ୍ରେମିକ, ଧାରୁଆ ଅସ୍ତ୍ରରେ ଯୁବକଙ୍କ ବେକ କାଟିଲା ପ୍ରେମିକା

ଉତ୍ତରପ୍ରଦେଶ କାନପୁରର କନେଷ୍ଟବଳ ଦେଶ ଦୀପକ ହତ୍ୟାର ଗୁମର ଖୋଲିଛି। ଦେଶ ଦୀପକଙ୍କ ହତ୍ୟା ଗଳା ଚାପି କରାଯାଇଛି ବୋଲି ଖବର ମିଳିଛି। ପୋଲିସ ମୁତାବକ, ଦେଶ ଦୀପକଙ୍କ ହତ୍ୟା ତାଙ୍କ ଟିକଟିକ ପ୍ରେମିକା ବିହାରରୁ ଆସି କରିଥିବା ପୋଲିସ କହିଛି। ପ୍ରେମିକା ୫୫୦ କିମି ଦୂର ନିଜ ଗାଁରୁ ଧାରୁଆ ଅସ୍ତ୍ର ସହ ଆସି ବିହାରରେ ପହଞ୍ଚିଥିଲେ।

କାନପୁର ପୋଲିସର ଦାବି ମୁତାବକ, ବିହାରର ସିବାନରେ ରହୁଥିବା ଯୁବତୀ ଜୁନ ୨ ତାରିଖରେ କାନପୁରର ବିଲୋହର ଥାନାର କନେଷ୍ଟବଳ ଦେଶ ଦୀପକଙ୍କୁ ହତ୍ୟା କରିଥିଲେ। ଏତେ ଦୂରରୁ ୫୫୦ କିମି ଦୂର ରୁ ଧାରୁଆ ଅସ୍ତ୍ର ଆଣି କାନପୁରରେ ପହଞ୍ଚିଥିଲେ। ଦୀପକଙ୍କୁ ଜୀବନରୁ ମାରିଦେବାକୁ ଏପରି ପ୍ଲାନ କରିଥିଲେ ଯୁବତୀ।

ପ୍ରେମିକା ଜଣକ ଜୁନ ୨ ତାରିଖ ରାତିରେ ଦୀପକଙ୍କ ବେକରୁ କାଟି ଫେରାର ହୋଇଯାଇଥିଲେ। ପୋଲିସ କହିବାନୁଯାୟୀ, ଦୁହିଁଙ୍କ ବନ୍ଧୁତା ଟିକ୍‌ଟକ୍‌ ଭିଡିଓରୁ ହୋଇଥିଲା। ଏହା ପରେ ଯୁବତୀ ଜଣକ ଦୀପକଙ୍କୁ ଦେଖାକରିବା ପାଇଁ କାନପୁର ଆସିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଦୀପକ ଯୁବତୀଙ୍କ ସହିତ ସମ୍ବନ୍ଧ ମଧ୍ୟ ରଖିଥିଲେ।

murder case

ମାସେ ପୂର୍ବରୁ ଦୀପକ ମଣିପୁରର ଜଣେ ଯୁବତୀଙ୍କ ସହିତ ବିବାହ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଯୁବତୀ ଜଣକ ବିହାରରୁ କାନପୁର ଆସିଥିଲେ। ଯୁବତୀଙ୍କ କହିବାନୁଯାୟୀ, ଦୁହିଁଙ୍କର ଯେତେବେଳେ ବନ୍ଧୁତା ହୋଇଥିଲା, ସେତେବେଳେ ଝିଅ ଇଣ୍ଟର ପଢୁଥିଲା। ବିବାହ କରିବା ନାଁରେ ଦୀପକ ତାଙ୍କୁ ପଢିବା ପାଇଁ ଦିଲ୍ଲୀ ଯିବାକୁ ଦେଉନଥିଲା। ତା’ ପରେ ଯୁବତୀଙ୍କୁ ଧୋକା ଦେଇ ଅନ୍ୟ ଜାଗାରେ ବିବାହ କରିନେଇଥିଲେ। ତେଣୁ ଯୁବତୀ ଜଣକ ଏହାର ପ୍ରତିଶୋଧ ନେବା ପାଇଁ ବିହାରରୁ କାନପୁର ଆସି ଯୁବକଙ୍କ ହତ୍ୟା କରିଥିଲେ।

ଯୁବତୀ ଜଣ ଭାଇ ଅଭିଷେକ ସହିତ ଆସି ଏହି ଘଟଣା ଘଟାଇଥିଲେ। ଭାଇ ଅଭିଷେକ ଯେତେ ମନା କରିଥିଲେ ମଧ୍ୟ ଯୁବତୀ ଜଣକ ମାନିନଥିଲେ ବୋଲି ଅଭିଷେକ ବୟାନରେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.