ଉପଭୋକ୍ତାଙ୍କ ପାଇଁ ଖୁସି ଖବର! ୧ ଜୁଲାଇରୁ ଲାଗିବାକୁ ଯାଉଛି 4G ସ୍ମାର୍ଟ ପ୍ରିପେଡ୍‌ ମିଟର, ବିଦ୍ୟୁତ୍‌ ବିଲ୍‌ ଝିନ୍‌ଝଟରୁ ମୁକ୍ତି

ଉତ୍ତର ପ୍ରଦେଶରେ ୩ କୋଟି ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତିକର ଖବର। ଏବେ ଏହି ରାଜ୍ୟ ଘରେ ଘରେ 4G ସ୍ମାର୍ଟ ପ୍ରିପେଡ୍‌ ମିଟର ଲଗାଇବାକୁ ପ୍ରସ୍ତୁତି ଚଳାଇଛି। ଏହି 4G ସ୍ମାର୍ଟ ପ୍ରିପେଡ୍‌ ମିଟରର ଇନ୍‌ଷ୍ଟାଲେସନ ଆଗାମୀ ମାସଠାରୁ ଆରମ୍ଭ ହୋଇଯିବ। ଆପଣଙ୍କୁ କହି ରଖୁଛୁ ଯେ 4G ସ୍ମାର୍ଟ ପ୍ରିପେଡ୍‌ ମିଟର ନର୍ମାଲ ବିଦ୍ୟୁତ୍‌ ମିଟରଠାରୁ ବହୁତ ଅଲଗା ହୋଇଥାଏ। ଏଥିରେ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍‌ ବିଲ୍‌ ଭରିବାର ଝନ୍‌ଝଟରୁ ମୁକ୍ତି ମିଳି ପାରିବ।

ରାଜ୍ୟରେ ନୂଆ 4G ସ୍ମାର୍ଟ ପ୍ରିପେଡ୍‌ ମିଟର ଆସିଲେ ପୁରୁଣା ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଥିବା ମିଟରଗୁଡ଼ିକୁ ଅପଗ୍ରେଡ୍‌ କରି ଦିଆଯିବ। ଏହାଦ୍ୱାରା ଲୋକଙ୍କୁ ଅନେକ ଫାଇଦା ମିଳି ପାରିବ। ଏକ ରିପୋର୍ଟ ମୁତାବକ, ବର୍ତ୍ତମାନ ରାଜ୍ୟରେ ୧୨ ଲକ୍ଷ ମିଟର ପୁରୁଣା ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛି, ଯେଉଁଗୁଡ଼ିକୁ ଅପଗ୍ରେଡ୍‌ କରାଯାଇ ସ୍ମାର୍ଟ ମିଟରରେ ବଦଳାଇ ଦିଆଯିବ। ଏ ନେଇ ୟୁପି ପାଓ୍ଵାର କର୍ପୋରେସନ ଲିମିଟେଡ୍‌ (UPPCL) ଏବଂ କେନ୍ଦ୍ରୀୟ ଶକ୍ତି ମନ୍ତ୍ରାଳୟ ମଧ୍ୟରେ ସହମତି ହୋଇଛି।

ରିପୋର୍ଟରେ କୁହାଯାଇଛି ଯେ ୟୁପି ପାଓ୍ଵାର କର୍ପୋରେସନ ଲିମିଟେଡ୍‌ 2G କିମ୍ବା 3G ସ୍ମାର୍ଟ ମିଟରକୁ ବଦଳାଇ ତାହାକୁ 4Gରେ ଅପଗ୍ରେଡ୍‌ କରିବ। ଏହା ଉପରେ ୧ ଜୁଲାଇରୁ କାମ ଆରମ୍ଭ ହୋଇଯିବ। ରାଜ୍ୟରେ ପାଖାପାଖି ବର୍ଷେ ହେବ କୌଣସି ଉନ୍ନତମାନର ସ୍ମାର୍ଟ ମିଟର ଲଗାଯାଉ ନାହିଁ। ଯେଉଁଥିପାଇଁ ଉପଭୋକ୍ତା ପରିଷଦ ପୁରୁଣା ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଥିବା ବିଦ୍ୟୁତ୍‌ ମିଟରଗୁଡ଼ିକୁ ଲଗାତାର ବିରୋଧ କରି ଆସୁଛି ଏବଂ ନୂଆ ସ୍ମାର୍ଟ ମିଟର ଲଗାଇବାକୁ ଦାବି କରୁଛି।

4G ସ୍ମାର୍ଟ ପ୍ରିପେଡ୍‌ ମିଟର କଥା ଦେଖିଲେ, ଏହା ବିଲ୍‌କୁଲ ମୋବାଇଲ ପ୍ଲାନ ଭଳି କାମ କରିବ। ଏଥିରେ ଆପଣଙ୍କୁ ବିଦ୍ୟୁତ୍‌ ବ୍ୟବହାର ପାଇଁ ସମୟ ଅନୁସାରେ ରିଚାର୍ଜ କରିବାକୁ ପଡ଼ିବ, ଯଦ୍ଦ୍ଵାରା ପ୍ରତ୍ୟେକ ମାସରେ ବିଦ୍ୟୁତ୍‌ ବିଲ୍‌ ଭରିବାର ଝିନ୍‌ଝଟରୁ ମୁକ୍ତି ମିଳି ପାରିବ। ଆପଣଙ୍କ ମିଟର ଆକାଉଣ୍ଟରେ ଯେତିକି ପଇସା ବା ବାଲାନ୍ସ ଥିବ, ସେହି ହିସାବରେ ହିଁ ବିଦ୍ୟୁତ୍‌ ଆପଣ ବ୍ୟବହାର କରି ପାରିବେ। ପଇସା ସରିଗଲେ, ରିଚାର୍ଜ କରାଇବାକୁ ହେବ। ନଚେତ୍‌ ଆପଣ ବିଦ୍ୟୁତ୍‌ ପାଇ ପାରିବେ ନାହିଁ।

ଏହି ବ୍ୟବସ୍ଥା ଦ୍ୱାରା ବିଦ୍ୟୁତ୍‌ ବିଲ୍‌ର ଭରଣା ସମୟ ଅନୁସାରେ ହୋଇ ପାରିବ ଏବଂ ଲୋକମାନେ ଆବଶ୍ୟକତା ହିସାବରେ ବିଦ୍ୟୁତ୍‌ ବ୍ୟବହାର କରି ପାରିବେ। ଏପରି କି, ବିଦ୍ୟୁତ୍‌ ଚୋରି, ବେଆଇନ ଭାବେ ମିଟର ସ୍ଥାପନ ଭଳି କାର୍ଯ୍ୟ ଉପରେ ଲଗାମ୍‌ ଲାଗି ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.