ଫୋକସ୍‌ରେ ୨୦୨୪ ନିର୍ବାଚନ : ମୁଖ୍ୟମନ୍ତ୍ରୀଙ୍କ ସହ ଚାଲିଛି ବାଦ୍ ପଡ଼ିଥିବା ମନ୍ତ୍ରୀଙ୍କ ବୈଠକ, ନୂଆ ଦାୟିତ୍ୱ ମିଳିବା ନେଇ ହେଉଛି ଚର୍ଚ୍ଚା

ଭୁବନେଶ୍ୱର (କେନ୍ୟୁଜ):  ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଥିବା ନେତା ନବୀନ ନିବାସରେ ପହଁଞ୍ଚିଛନ୍ତି । ନବୀନଙ୍କ କ୍ୟାବିନେଟରୁ ବାଦ ପଡ଼ିଛନ୍ତି ୧୦ ମନ୍ତ୍ରୀ । ତେବେ ବାଦ ପଡିଥିବ ମନ୍ତ୍ରୀ ମାନଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି । ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଛନ୍ତି ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂ, ଦିବ୍ୟ ଶଙ୍କର ମିଶ୍ର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ ଓ ପଦ୍ମିନୀ ଦିଆନ। ବିଜେଡର ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁଦ କରିବା ପାଇଁ ସେମାନେ କାମ କରିବେ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପାଇଁ ଏବେଠାରୁ ପ୍ରସ୍ତୁତ ହେବ ।

ଅନ୍ୟପଟେ ଗତକାଲି ଶପଥ ନେଇଛନ୍ତି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ । ମୋଟ୍ ୨୧ ମନ୍ତ୍ରୀ ନେଇଛନ୍ତି ଶପଥ । ସେଥିରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି । କ୍ୟାବିନେଟ୍ ମନ୍ତ୍ରୀ ତାଲିକାରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଜଗନ୍ନାଥ ସାରକା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆଙ୍କ ନାଁ ରହିଛି । ସେହିପରି ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକାରେ ୮ ଜଣଙ୍କ ନାଁ ରହିଛି । ସେମାନେ ହେଲେ ସମୀର ରଂଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ୍ ।