Below header

ମୋହନା : ମୃତ ସୀତା ହରିଣକୁ ଜବତ କଲା ବନ ବିଭାଗ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ସହର ସ୍ଥିତ ପୁରୁଣା ହରିଜନ ସାହିର ଜଣେ ବ୍ୟକ୍ତିଙ୍କ ବାରିରୁ ଏକ ମୃତ ସୀତା ହରିଣ ଜବତ କରିଛି ବନ ବିଭାଗ । ହରିଣଟି ଆଜି ସକାଳ ସମୟରେ ଅଠରନଳା ଜଙ୍ଗଲରୁ ସହର ମଧ୍ୟକୁ ଚାଲି ଆସି ବିଭିନ୍ନ ସାହିରେ ଘୁରି ବୁଲୁଥିଲା । ପରେ ତାକୁ ମୃତ ଅବସ୍ଥାରେ ପୁରୁଣା ହରିଜନ ସାହିର ବିଶ୍ୱନାଥ ଚୌଧୁରୀଙ୍କ ଘର ବାରିପଟରୁ ଉଦ୍ଧାର କରାଯାଇଥିଲା ।

ମୃତ ହରିଣର ବୟସ ତିନି ବର୍ଷରୁ ଉର୍ଦ୍ଧ ହୋଇଥିବା ବେଳେ, ତାର ମୁହଁ ଏବଂ ଶରୀରର ପଛ ଭାଗରେ ପ୍ରବଳ ଆଘାତ ଲାଗିଛି । ହରିଣକୁ ମୋହନା ପ୍ରାଣୀ ଧନ ସହାୟକ କେନ୍ଦ୍ରରେ ମୃତ ଘୋଷଣା କରାଯିବା ପରେ ତାର ଶବ ବ୍ୟବଛେଦ କରି ପୋତି ଦିଆଯାଇଛି । ବନ ବିଭାଗ ବିଶ୍ୱନାଥଙ୍କୁ ଅଟକ ରଖି ପଚରା ଉଚରା ଜାରିରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.