ରାଜଧାନୀରୁ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ: ଡିଲ୍ ବେଳେ ମାଡିବସିଲା କ୍ରାଇମବ୍ରାଞ୍ଚ STF ଟିମ, ୩ ଗିରଫ
ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରୁ ୨ କୋଟିରୁ ଅଧିକ ବ୍ରାଉନସୁଗାର ଜବତ। ଏମ୍ସ ନିକଟରେ ଡିଲ୍ ବେଳେ ମାଡିବସିଲା କ୍ରାଇମବ୍ରାଞ୍ଚ STF। ୨ କେଜି ୫୮ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ। ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
୨୦୨୦ରୁ ଏପର୍ଯ୍ୟନ୍ତ ୫୪ କେଜିରୁ ଅଧିକ ବ୍ରାଉନସୁଗାର, ୨୦୨ ଗ୍ରାମର କୋକେନ, ୧୦ କ୍ୱିଣ୍ଟାଲ ଗଞ୍ଜେଇ ଓ ୭୫୦ଗ୍ରାମ ଅଫିମ ଜବତ ହେଲାଣି। ଏଥସହ ୧୫୦ଜଣ ନିଶା ମାଫିଆଙ୍କୁ ଗିରଫ କରିଛି STF ଟିମ୍।