ଭକ୍ତଙ୍କ ପାଇଁ ଆଉ ଦୁଇ ମାସର ଅପେକ୍ଷା, ଆସନ୍ତା ମେ ୯ ତାରିଖରେ ଖୋଲିବ କେଦାରନାଥ ମନ୍ଦିର

ଉତ୍ତରାଖଣ୍ଡର ଚାରି ଧାମ୍‌ ଯାତ୍ରା ପୁଣି ଥରେ ଆରମ୍ଭ ହେବ। ତେବେ ଏଥିଲାଗି ଶ୍ରଦ୍ଧାଳୁଙ୍କୁ ଆହୁରି ଦୁଇ ମାସ ଅପେକ୍ଷା କରିବାକୁ ପଡ଼ିବ । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ମେ ୯ ତାରିଖରେ କେଦାରନାଥଙ୍କ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ । କେଦାରନାଥ ମନ୍ଦିର କବାଟ ଖୋଲିବା କଥା ରୁଦ୍ରପ୍ରୟାଗ ଜିଲ୍ଲାର ଓଖୀମଠର ଓଁକାରେଶ୍ବର ମନ୍ଦିର ପକ୍ଷରୁ ଘୋଷଣା କରାଯାଇଛି। ଏହି ଘୋଷଣା ସମୟରେ ପାରମ୍ପରିକ ଭାବେ ମନ୍ତ୍ର ଉଚ୍ଚାରଣ ଏବଂ ଶଙ୍ଖ ଧ୍ବନି କରାଯାଇଥିଲା। କେଦାରନାଥ ମନ୍ଦିରର ଜଣେ ଅଧିକାରୀଙ୍କ କହିବା ମୁତାବକ ମନ୍ଦିରର କବାଟ ମେ ମାସ ୯ ତାରିଖ ଭୋର ୫.୩୦ମିନିଟିରେ ଖୋଲିଦିଆଯିବ। ବଦ୍ରିନାଥଙ୍କ ଦ୍ବାର ମଧ୍ୟ ସେହି ମୁହୂର୍ତ୍ତରେ କିନ୍ତୁ ତା ପରଦିନ ମେ ୧୦ ତାରିଖରେ ଭକ୍ତମାନଙ୍କ ପାଇଁ ଖୋଲାଯିବ।

ପ୍ରତ୍ୟେକ ବର୍ଷ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମ୍‌ ଅକ୍ଟୋବର ବା ନଭେମ୍ବର ମାସରୁ ବନ୍ଦ କରିଦିଆଯାଇଥାଏ । ବର୍ଷା ଓ ଶୀତ ୠତୁ ଯୋଗୁଁ ୬ମାସ ଧରି ମନ୍ଦିର ସବୁ ବନ୍ଦ ରହିବା ପରେ ପୁଣି ଅପ୍ରେଲ କିମ୍ବା ମେ ମାସରେ ଖୋଲି ଦିଆଯାଏ। ଏହି ସମୟରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତମାନେ ଉତ୍ତରାଖଣ୍ଡ ଯାଇ ଚାରି ଧାମର ଦର୍ଶନ କରିଥାନ୍ତି।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

4 hours ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

5 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

6 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

6 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

7 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

7 hours ago