Below header

ଭକ୍ତଙ୍କ ପାଇଁ ଆଉ ଦୁଇ ମାସର ଅପେକ୍ଷା, ଆସନ୍ତା ମେ ୯ ତାରିଖରେ ଖୋଲିବ କେଦାରନାଥ ମନ୍ଦିର

ଉତ୍ତରାଖଣ୍ଡର ଚାରି ଧାମ୍‌ ଯାତ୍ରା ପୁଣି ଥରେ ଆରମ୍ଭ ହେବ। ତେବେ ଏଥିଲାଗି ଶ୍ରଦ୍ଧାଳୁଙ୍କୁ ଆହୁରି ଦୁଇ ମାସ ଅପେକ୍ଷା କରିବାକୁ ପଡ଼ିବ । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ମେ ୯ ତାରିଖରେ କେଦାରନାଥଙ୍କ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ । କେଦାରନାଥ ମନ୍ଦିର କବାଟ ଖୋଲିବା କଥା ରୁଦ୍ରପ୍ରୟାଗ ଜିଲ୍ଲାର ଓଖୀମଠର ଓଁକାରେଶ୍ବର ମନ୍ଦିର ପକ୍ଷରୁ ଘୋଷଣା କରାଯାଇଛି। ଏହି ଘୋଷଣା ସମୟରେ ପାରମ୍ପରିକ ଭାବେ ମନ୍ତ୍ର ଉଚ୍ଚାରଣ ଏବଂ ଶଙ୍ଖ ଧ୍ବନି କରାଯାଇଥିଲା। କେଦାରନାଥ ମନ୍ଦିରର ଜଣେ ଅଧିକାରୀଙ୍କ କହିବା ମୁତାବକ ମନ୍ଦିରର କବାଟ ମେ ମାସ ୯ ତାରିଖ ଭୋର ୫.୩୦ମିନିଟିରେ ଖୋଲିଦିଆଯିବ। ବଦ୍ରିନାଥଙ୍କ ଦ୍ବାର ମଧ୍ୟ ସେହି ମୁହୂର୍ତ୍ତରେ କିନ୍ତୁ ତା ପରଦିନ ମେ ୧୦ ତାରିଖରେ ଭକ୍ତମାନଙ୍କ ପାଇଁ ଖୋଲାଯିବ।

kedarnath mandirପ୍ରତ୍ୟେକ ବର୍ଷ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମ୍‌ ଅକ୍ଟୋବର ବା ନଭେମ୍ବର ମାସରୁ ବନ୍ଦ କରିଦିଆଯାଇଥାଏ । ବର୍ଷା ଓ ଶୀତ ୠତୁ ଯୋଗୁଁ ୬ମାସ ଧରି ମନ୍ଦିର ସବୁ ବନ୍ଦ ରହିବା ପରେ ପୁଣି ଅପ୍ରେଲ କିମ୍ବା ମେ ମାସରେ ଖୋଲି ଦିଆଯାଏ। ଏହି ସମୟରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତମାନେ ଉତ୍ତରାଖଣ୍ଡ ଯାଇ ଚାରି ଧାମର ଦର୍ଶନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.