ଫୋକସ୍‌ ଦକ୍ଷିଣ ଓଡ଼ିଶା , ଜୟପୁରରେ ମହିଳା ସମାବେଶରେ ଯୋଗଦେଲେ ରାହୁଲ ଗାନ୍ଧି

ଜୟପୁର(କେନ୍ୟୁଜ୍) : ଓଡ଼ିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଜୟପୁରରେ ମହିଳା ସମାବେଶରେ ଯୋଗଦେଲେ ରାହୁଲ। ମହିଳାଙ୍କ ପ୍ରଶ୍ନର ଉତ୍ତର ଦେଇ ରାହୁଲ କହିଛନ୍ତି, ଆମ ସରକାର ଆସିଲେ ମହିଳା ବିଲ୍‌ ଆଣିବ। ଉନାଓ ଦୁଷ୍କର୍ମ କଥା ଉଠାଇ ରାହୁଲ କହିଲେ, ମହିଳାଙ୍କୁ ଅତ୍ୟାଚାର ମାମଲାରେ ଜିରୋ ଟଲରେନ୍ସ ନୀତି ଅବଲମ୍ବନ କରାଯିବ । ମାତୃ ମୃତ୍ୟୁ ହାର ନେଇ ମତ ରଖିଛନ୍ତି ରାହୁଲ ଗାନ୍ଧି । କହିଛନ୍ତି, ପ୍ରସୂତୀ ହସ୍ପିଟାଲ ଗଲେ ମାତୃ ମୃତ୍ୟୁ ହାର କମିବ । ସବୁ ଜିଲ୍ଲାରେ ଅତ୍ୟାଧୁନିକ ହସ୍ପିଟାଲ ହେବା ଆବଶ୍ୟକ । ମହିଳା ସମାବେଶ ପରେ ଜୟପୁର ଏକମ୍ଭାରେ ଜନସମବେଶରେ ଯୋଗ ଦେବେ ରାହୁଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.