ଦେଶ ବିଦେଶ

ରାସ୍ତାରେ ବାଇକ୍‌ ଚଲାଇବା ସମୟରେ ପାଖରେ ରଖନ୍ତୁ ଜରୁରୀ ଡକ୍ୟୁମେଣ୍ଟସ୍‌; ନଚେତ୍‌ ଭରିବାକୁ ପଡ଼ିବ ହଜାର ହଜାର ଟଙ୍କାର ଚାଲାଣ…

ରାସ୍ତାରେ ବାଇକ୍‌ ଚଲାଇବା ସମୟରେ ଆବଶ୍ୟକ ଡକ୍ୟୁମେଣ୍ଟସ୍‌ ସବୁବେଳେ ନିଜ ପାଖରେ ରଖନ୍ତୁ। ଏହି ସବୁ କାଗଜପତ୍ରକୁ ଅପ୍‌ଟୁ ଡେଟ୍‌ ପ୍ରସ୍ତୁତ କରି ରଖିବା ଦରକାର, ଯାହାକି କୌଣସି ବି ଜରୁରୀକାଳୀନ ସ୍ଥିତିରେ କାମରେ ଆସି ପାରିବ। ଏହି ଡକ୍ୟୁମେଣ୍ଟସ୍‌ ଇନ୍‌ସ୍ୟୁରାନ୍ସ କ୍ଲେମ୍‌ କରିବା ଏବଂ ଗାଡ଼ିର ପରମିଟ୍‌ ବନାଇବା ଆଦିରେ ସବୁବେଳେ କାମରେ ଆସିଥାଏ। ଆଜି ଆମେ ଆପଣଙ୍କୁ ଗାଡ଼ିର ୬ଟି ଜରୁରୀ ଡକ୍ୟୁମେଣ୍ଟ ବିଷୟରେ କହିବୁ, ଯାହାକୁ ବାଇକ୍‌ ଚଲାଇବା ସମୟରେ ନିଜ ପାଖରେ ରଖିବା ନିହାତି ଜରୁରୀ।

ଟୁ ହ୍ଵିଲର ରେଜିଷ୍ଟ୍ରେଶନ ସାର୍ଟିଫିକେଟ୍‌

ଟୁ ହ୍ଵିଲର ରେଜିଷ୍ଟ୍ରେଶନ ସାର୍ଟିଫିକେଟ୍‌ ବା RC ଏହି କଥାର ପ୍ରମାଣ ଦିଏ ଯେ ଗାଡ଼ି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରେ ପଞ୍ଜୀକୃତ ହୋଇଛି। ଏଥିରେ ଗାଡ଼ିର ଶ୍ରେଣୀ, ଯେଉଁ ସୀମାରେ ଗାଡ଼ି ବ୍ୟବହାର ହୋଇ ପାରିବ, ଚେଚିସ୍‌ ଏବଂ ଇଞ୍ଜନ ନମ୍ବର, ବ୍ୟବହୃତ ଇନ୍ଧନର ସୂଚନା ଓ ଏହାର କ୍ଷମତା ବିଷୟରେ ସୂଚନା ରହିଥାଏ। କିଛି ଦିନ ପରେ RCର ସମୟ ସୀମା ସମାପ୍ତ ହୋଇଯାଏ, ତେଣୁ ଏହାକୁ ରେନ୍ୟୁ କରାଇବାକୁ ପଡ଼ିଥାଏ।

ଡ୍ରାଇଭିଂ ଲାଇସେନ୍ସ

ଡ୍ରାଇଭିଂ ଲାଇସେନ୍ସ ବା DL ଏହା ପ୍ରମାଣ ଦିଏ କି, ବ୍ୟକ୍ତିଙ୍କୁ କେଉଁଭଳି ଗାଡ଼ି (ଦୁଇ ଚକିଆ, ତିନି ଚକିଆ, ଚାରି ଚକିଆ) ଚଲାଇବାର ଅନୁମତି ଅଛି। ଡ୍ରାଇଭିଂ ଟେଷ୍ଟ୍‍ ପାସ୍‌ କରିବା ପରେ ହିଁ ଡ୍ରାଇଭରଙ୍କୁ DL ଦିଆଯାଇଥାଏ। ଯଦି କୌଣସି ବ୍ୟକ୍ତି ବିନା DLରେ ଗାଡ଼ି ଚଲାଉଥିବାର ଧରାପଡ଼ନ୍ତି, ତ ଏହାପାଇଁ ଜରିମାନା ଦେବାକୁ ପଡ଼ିଥାଏ।

ଗାଡ଼ି ବୀମା

କୌଣସି ବି ଗାଡ଼ିର ଇନ୍‌ସ୍ୟୁରାନ୍ସ ଗାଡ଼ି ମାଲିକଙ୍କ ପାଇଁ ସବୁଠୁୁ ଗୁରୁତ୍ୱପୂର୍ଣ୍ଣ କାଗଜ ମଧ୍ୟରୁ ଗୋଟିଏ ହୋଇଥାଏ। ଏହି ଡକ୍ୟୁମେଣ୍ଟ ବୀମାକର୍ତ୍ତାଙ୍କ ନାମ, ଗାଡ଼ି ରେଜିଷ୍ଟ୍ରେଶନ ନମ୍ବର, କଭରେଜ୍‌ ଟାଇପ୍‌ ଏବଂ ବୀମା ଅବଧି ଭଳି ସୂଚନା ରଖିଥାଏ। ବୀମାର ପ୍ରକାର ମଧ୍ୟରେ ଫାର୍ଷ୍ଟ ପାର୍ଟି ଇନ୍‌ସ୍ୟୁରାନ୍ସ, ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସ, ସ୍ୱତଃ ବାଇକ୍‌ ଡ୍ୟାମେଜ୍‌ ପଲିସି ଆଦି ରହିଛି।

ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର

ଏହି ପ୍ରମାଣପତ୍ରରେ ବାଇକର ଉତ୍ସର୍ଜନ ସ୍ତରର ସୂଚନା ରହିଥାଏ। ଏହି ସ୍ତର ସରକାରଙ୍କ ଦ୍ୱାରା ତୟ ହୋଇଥିବା ମାନକ ସହିତ ମିଶିବା ବହୁତ ଜରୁରୀ। ଉତ୍ସର୍ଜନ ନିୟନ୍ତ୍ରଣ ପଲିସିକୁ ବାରମ୍ବାର ସଂଶୋଧିତ କରାଯାଇଥାଏ। ଯଦି ପିୟୁସି ସାର୍ଟିଫିକେଟର ସମୟ ସୀମା ସମାପ୍ତ ହୋଇଯାଏ, ତ ଗାଡ଼ି ମାଲିକଙ୍କୁ ତୁରନ୍ତ ଏହାକୁ ରେନ୍ୟୁ କରାଇ ନେବା ଉଚିତ।

ଗାଡ଼ି ଫିଟନେସ୍‌ ପ୍ରମାଣପତ୍ର

ଗାଡ଼ିର ଫିଟନେସ୍‌ ଯାଞ୍ଚ ଆର୍‌ଟିଓ ଦ୍ୱାରା କରାଯାଇଥାଏ। ଯଦି ସେମାନେ ଉତ୍ସର୍ଜନ କ୍ଷମତାରେ କୌଣସି ସମସ୍ୟା ପାଆନ୍ତି, ତ ପ୍ରମାଣପତ୍ର ଜାରି କରନ୍ତି ନାହିଁ।

ଚାଳକଙ୍କ ମେଡିକାଲ ସାର୍ଟିଫିକେଟ୍‌

ନିର୍ଦ୍ଦିଷ୍ଟ ୫୦ ବର୍ଷ ପରେ ଡ୍ରାଇଭରଙ୍କୁ ପଚରାଗଲେ ସେ ମେଡିକାଲ ସାର୍ଟିଫିକେଟ ଦେଖାଇବାକୁ ବାଧ୍ୟ। ମେଡିକାଲ ସାର୍ଟିଫିକେଟରେ ଜଣେ ପ୍ରମାଣିତ ଡାକ୍ତରଙ୍କ ହସ୍ତାକ୍ଷର ରହିବା ଦରକାର, ଯିଏ ବ୍ୟକ୍ତିଙ୍କୁ ଦୁଇ ଚକିଆ ଚଲାଇବା ପାଇଁ ଫିଟ୍‌ ଥିବା ନେଇ ଆକଳନ କରିଥିବେ।

Roshni

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

51 mins ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

1 hour ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

1 hour ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

1 hour ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

2 hours ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

2 hours ago