ରାଜ୍ୟ

ନିର୍ବାଚନ କମିଶନ୍‌ଙ୍କ ପ୍ରସ୍ତୁତି ଶେଷ, ଭୋଟ୍‌ ଗଣତି ପୂର୍ବରୁ ବଢୁଛି ପ୍ରାର୍ଥୀଙ୍କ ହୃଦ୍‌ଗତି

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତାକାଲି ରାଜ୍ୟରେ ପୌର ଭୋଟ ଗଣତି କରାଯିବ । ଇଭିଏମ୍‌ରେ ବନ୍ଦ ଫଳାଫଳକୁ ସାରା ରାଜ୍ୟବାସୀଙ୍କ ସ୍ର ପ୍ରତ୍ୟେକ ପ୍ରାର୍ଥୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳ ୮ଟାରୁ ରାଜ୍ୟର ୧୦୮ଟି ପୌରଞ୍ଚଳରେ ଭୋଟ୍‌ ଗଣତି କରାଯିବ । ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ୬ ନମ୍ବର ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ସେଠାରେ ଗଣତି ହେବ ନାହିଁ । ୫୮ଟି ବିଜ୍ଞାପିତ ଅଞ୍ଚଳ, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି କରାଯିବ ।

ପ୍ରତି ବିଜ୍ଞାପିତ ପରିଷଦରେ ଗଣତି କେନ୍ଦ୍ରରେ ୨ଟି ଟେବୁଲ, ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ହେବ ଭୋଟ ଗଣତି।
କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି ସେହି ସ୍ଥାନରେ ସେତିକି ଟେବୁଲରେ ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଭୋଟ ଗଣତି ହେବ। ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି ଓ ଭିଡିଓଗ୍ରାଫି ବ୍ୟବସ୍ଥା ସହ ଗଣତି କେନ୍ଦ୍ର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଇଭିଏମ ଗଣତି ପୂର୍ବରୁ ପୋଷ୍ଟାଲ ଭୋଟ୍‌ର ଗଣତି କରାଯିବ ।

ପ୍ରତି ୱାର୍ଡର ଗଣତି ପରେ ଫଳାଫଳ ଘୋଷଣା ହେବ । ସେହିପରି ମେୟର ଓ ପୌରାଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଘୋଷଣା ହେବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଁଟିଙ୍ଗ ସୁପରଭାଇଜର ଏବଂ ସହକାରୀ ସହ ଇଭିଏମ ନେବା ଆଣିବା ପାଇଁ କର୍ମଚାରୀ ନିୟୋଜିତ ହେବେ । ଏ ନେଇ ରାଜ୍ୟ ନିର୍ବାଚନ କମିଶନ୍‌ଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago