ଦେଶ ବିଦେଶ

ନିଜ ଗିରଫରୁ ବର୍ତ୍ତିବା ପାଇଁ ଓ ବିରୋଧୀ ମେଣ୍ଟ ଭାଙ୍ଗିବାକୁ ବିଜେପି ସହ ଡିଲ କରିଛନ୍ତି କେଜ୍ରିଓ୍ଵାଲ : କଂଗ୍ରେସ

ନୂଆଦିଲ୍ଲୀ : ଆମ ଆଦି ପାର୍ଟି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ କଂଗ୍ରେସ ବିରୋଧୀ ଟିପ୍ପଣୀକୁ ନେଇ ଏବେ ଖୁବ ଚର୍ଚ୍ଚା ଚାଲିଛି । କିଛି ଦିନ ତଳେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶାଣିତ ସ୍ୱରରେ ସମାଲୋଚନା କରୁଥିବା କେଜ୍ରିଓ୍ଵାଲ କୁଆଡେ ବିଜେପି ସହ ବୁଝାମଣା କରିଛନ୍ତି,ଏମିତି ଅଭିଯୋଗ ଆଣିଛି କଂଗ୍ରେସ ।

ନିକଟରେ ବିହାର ପାଟନା ଠାରେ ଅନୁଷ୍ଠିତ ବିରୋଧୀ ମିଳିତ ମଂଚରେ ଯୋଗ ଦେବାର କିଛି ଘଣ୍ଟା ପରେ କେଜ୍ରିଓ୍ଵାଲ କଂଗ୍ରେସକୁ ସମାଲୋଚନା କରିଛନ୍ତି । କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି, କେଜ୍ରିଓ୍ଵାଲ ବିରୋଧୀ ମେଣ୍ଟର ଏକତା ଭାଙ୍ଗିବାକୁ ଚାହୁଁଛନ୍ତି, ସେ ବିଜେପି ସହ ବୁଝାମଣା କରିଛନ୍ତି । କାରଣ ଗୋଟିଏ ପଟରେ କଂଗ୍ରେସର ସମର୍ଥନ ଚାହୁଁଥିବା ବେଳେ ଗୁଜୁରାଟରେ ଗେହଲଟ ବିରୋଧରେ ବୟାନ ଦେଉଛନ୍ତି ।

ବିରୋଧୀ ମେଣ୍ଟ ଭାଙ୍ଗିବାକୁ ସେ ଷଡଯନ୍ତ୍ର କରୁଛନ୍ତି । ଦୁର୍ନୀତିରେ ବୁଡ଼ିଥିବା କେଜ୍ରିଓ୍ଵାଲ ଗିରଫ ହେବା ଭୟରେ ଏପରି କହୁଛନ୍ତି । ଗିରଫରୁ ବର୍ତ୍ତିବା ପାଇଁ ସେ ବିଜେପି ସହ ବୁଝମଣା କରିଛନ୍ତି । ତାଙ୍କର ଦୁଇ ନେତା ଜେଲରେ ଅଛନ୍ତି, ସେମାନଙ୍କୁ ମଧ୍ୟ ମୁକାଳିବା ପାଇଁ ସେ ବିରୋଧୀ ମେଣ୍ଟକୁ ଭାଙ୍ଗିବା ପାଇଁ ବିଜେପି ସହ ମୁଲଚାଲ କରିଛନ୍ତି ।

Niharanjan

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

22 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

30 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

36 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

44 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

47 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

54 mins ago