ଦେଶ ବିଦେଶ

ଟଳିଲା ରୁଷ ସଂକଟ, ଗୃହଯୁଦ୍ଧରୁ ବର୍ତ୍ତିଗଲା କ୍ରେମଲିନ

ରୁଷ୍‌ରେ ଅଳ୍ପକେ ଟଳିଲା ଗୃହଯୁଦ୍ଧର ସଂକଟ। ଗୃହଯୁଦ୍ଧରୁ ବର୍ତ୍ତିଗଲା କ୍ରେମଲିନ। ସାମରିକ ବିଦ୍ରୋହରୁ ପୁଟିନଙ୍କୁ ବଞ୍ଚାଇ ଦେଲେ ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ। ବେଲାରୁଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତା ପରେ ମସ୍କୋ ମୁହାଁ ଓ୍ଵାଗନର ଗ୍ରୁପର ୨୫ ହଜାର ସୈନିକ କ୍ୟାମ୍ପକୁ ଫେରୁଛନ୍ତି। ସେପଟେ ଭଡ଼ାଟିଆ ସୈନ୍ୟଙ୍କ ବିଦ୍ରୋହରେ ରୁଷର ଏକଛତ୍ରବାଦୀ ଶାସକ ଡରି ଆତ୍ମଗୋପନ କରିଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନ୍‌ସ୍କି।

ପଛକୁ ଫେରିଲା ଓ୍ଵାଗନର ଆର୍ମୀ। ମସ୍କୋ ଠାରୁ ୩୬୦ କିଲୋମିଟର ପୂର୍ବରୁ ପଛକୁ ହଟିଲା ଓ୍ଵାଗନର ସେନା। ରୋସ୍ତଭ ଛାଡ଼ିଲେ ଓ୍ଵାଗନର ବସ ୟେଭେଜେନି ପ୍ରିଗୋଝିନ। ମସ୍କୋ ଅଭିଯାନରେ ବ୍ରେକ ମାରି ଅଧାରୁ ଫେରୁଛି ରୁଷ ଘରୋଇ ଆର୍ମୀର ସାମରିକ ଯାନ। ଅଳ୍ପକେ ଟଳିଯାଇଛି ଗୃହଯୁଦ୍ଧର ସଂକଟ। ବେଲାରୁଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତାରେ ସାମରିକ ବିଦ୍ରୋହରୁ ବର୍ତ୍ତିଗଲେ ପୁଟିନ।

ପ୍ରିଗୋଝିନ ଫେରିବା ପରେ ରୁଷରେ ୩୬ ଘଣ୍ଟାର ଆତଙ୍କର ଅବସାନ ଘଟିଛି। ଗତକାଲି ରୋସ୍ତଭ -ଅନ-ଡନ୍‌ ଓ ଭୋରୋନେକ ସହରକୁ ଦଖଲ କରି ନେଇଥିଲା ରୁଷର ପ୍ରାଇଭେଟ ଆର୍ମୀ ଓ୍ଵାଗନର ଗ୍ରୁପ। ଦୁଇ ସହରରେ ଥିବା ମିଲିଟାରୀ ବେସ୍‌ ଅକ୍ତିଆର ପରେ ରୁଷମୁହାଁ ହୋଇଥିଲେ ଓ୍ଵାଗନର ଗ୍ରୁପର ୨୫ ହଜାର ସୈନିକ। ରୁଷ ରାଜଧାନୀକୁ ଲାଗିଥିଲା ସାମରିକ ଯାନର ଲମ୍ବା ଲାଇନ। ଛାନିଆ ହୋଇ ପଡ଼ିଥିଲା କ୍ରେମଲିନ।

ତେବେ ବେଲାରୁଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତା ପାଇଁ ସାମରିକ ବିଦ୍ରୋହର ସଂକଟ ଟଳି ଯାଇଛି। ଓ୍ଵାଗନର ଗ୍ରୁପ ସହ ଡିଲ କରିଥିଲେ ଆଲେକଜାଣ୍ଡାର ଲୁକାସେଙ୍କୋ। ସର୍ତ୍ତ ରହିଲା ପ୍ରିଗୋଝିନଙ୍କୁ ଅପରାଧିକ ମାମଲାରୁ ମୁକ୍ତ କରାଯିବ। ଓ୍ଵାଗନର ଗ୍ରୁପର ବିଦ୍ରୋହ ପରେ ଗତକାଲି ଚେତାବନୀ ଶୁଣାଇଥିଲେ ପୁଟିନ। ବିଦ୍ରୋହୀଙ୍କୁ ଦମନ କରାଯିବ। ରୁଷ ସେନାକୁ ବି ଆଲର୍ଟ କରିଥିଲେ। ମସ୍କୋ ଆକାଶରେ ପଇଁତରା ମାରିଥିଲା ସେନା ହେଲିକପ୍ଟର। ଏହା ପରେ ଆଜିର ଡିଲ୍‌ ଓ୍ଵାଗନର ଗ୍ରୁପକୁ ପଛକୁ ଫେରାଇଛି।

 

Niharanjan

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

22 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

29 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

36 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

44 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

46 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

54 mins ago