ଧରାପଡ଼ିଲା ସାଙ୍ଗକୁ ମାରି ରକ୍ତ ପିଇ ଦେଇଥିବା ନକଲି ଡାକ୍ତର

ମୁହଁରେ ସରଳତା । ହସ ଖୁବ୍‌ ଆକର୍ଷକ । ହେଲେ ଏଇ ଚେହେରା ତଳେ ଲୁଚି ରହିଛି ଏକ ଭୟଙ୍କର ମଣିଷ । ରୁଷିଆ ରାଜଧାନୀ ମସ୍କୋରେ ଧରାପଡ଼ିଛନ୍ତି ଜଣେ ନକଲି ଡାକ୍ତର । ଜାଲ୍‌ କାଗଜପତ୍ର ଦେଇ ବର୍ଷ ବର୍ଷ ଧରି ଡାକ୍ତର ସାଜିଥିଲେ । ଗତ ଶୁକ୍ରବାର ଦିନ ତାକୁ ପୋଲିସ୍‌ ଧରିଛି । ତାଙ୍କ ନାଁ ୩୬ ବର୍ଷ ବୟସ୍କ ବୋରିସ୍‌ କୋନ୍ଦ୍ରାସିନ୍‌ ।
ଚେଲିବିନ୍‌ସ୍କ ଅନ୍ତର୍ଗତ ଉରାଲ୍ସ ସହରରେ ଥିବା ଏକ ଡାକ୍ତରଖାନାରେ ବୋରିସ୍‌ କାମ କରୁଥିଲେ । ତେବେ ଗତ ୨୦୦୦ ମସିହାରେ ତାଙ୍କୁ ଏକ ଭୟଙ୍କର ଅପରାଧରେ ଦଣ୍ଡ ଦିଆଯାଇଥିଲା । କିନ୍ତୁ ତାଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ତାଙ୍କୁ ମନୋଚିକିତ୍ସକଙ୍କ ପାଖରେ ଚିକିତ୍ସା କରାଯାଇଥିଲା । ସେ ସୁସ୍ଥ ହେବା ପରେ ସାଧାରଣ ଲୋକଙ୍କ ପାଇଁ ତା ତରଫରୁ କିଛି ବିପଦ ନାହିଁ ବୋଲି ଡାକ୍ତର ଜଣାଇଥିଲେ । ଏହା ପରେ ତାଙ୍କ ପ୍ରାୟ ୧୦ ବର୍ଷ ତଳେ ଛାଡ଼ି ଦିଆଯାଇଥିଲା । ଗତ ନଭେମ୍ବର ମାସରେ ସେ ସଂପୃକ୍ତ ହସପିଟାଲରେ ଚାକିରି କରୁଥିଲେ । ତାଙ୍କୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାମ ଦିଆଯାଇଥିଲା । ସିଗାରେଟ୍‌ ଓ ମଦ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏବଂ ସୁସ୍ଥତା ଲାଗି ବ୍ୟାୟାମ ଜରୁରୀ ବୋଲି ଲୋକଙ୍କୁ ବୁଝାଇବା ତାର କାମ ଥିଲା । ସେ ଏହି କାମକୁ ଠିକ୍‌ଠାକ୍‌ କରୁଥିଲା । ହେଲେ ଚାକିରି କଲା ବେଳେ ସେ ତାର ଅରିଜିନାଲ ସାର୍ଟିଫିକେଟ୍‌ ଦେଇନଥିଲା । କହିଥିଲା ହଜିଯାଇଛି ବୋଲି । ଗତ ମାସ ପୋଲିସ୍‌ ତାକୁ ଧରିବା ପରେ ତଦନ୍ତ ଚଳାଇଛି ।
ସେପଟେ ବୋରିସ୍‌ର ମା ଓ ଭଉଣୀଙ୍କୁ ତା ବିଷୟରେ ପଚରା ଯିବାରୁ ସେମାନେ କହିଛନ୍ତି ଯେ ଆମେ ଜାଣି ନାହୁଁ କେବେ ଠାରୁ ବୋରିସ୍‌ ଚାକିରି କଲାଣି । ସେ ତ ମାତ୍ର ୧୦ମ ପାସ୍‌ । ବୋରିସ୍‌ର ଭଉଣୀ ଜଣେ ଡାକ୍ତର ।

କଣ ଥିଲା ଅପରାଧ

ବୋରିସ୍‌ ଜଣେ ମାନସିକ ରୋଗୀ ବୋଲି ପିଲା ବେଳୁ ଜଣାପଡ଼ିଥିଲା । ସେ ନିଜକୁ ଜଣେ ଭାମ୍ପାୟାର (ରକ୍ତ ପିପାସୁ ଶୈତାନ୍‌) ବୋଲି କହୁଥିଲା । ୧୯୯୮ରେ ଜଣେ ୧୬ ବର୍ଷ ବୟସ୍କ କ୍ଲାସ୍‌ମେଟ୍‌କୁ ନିଶା ଇଞ୍ଜେକସନ୍‌ ଦେଇ ତାକୁ ମାରିବା ପରେ ତାର ରକ୍ତ ପିଇ ଯାଇଥିଲା । ଡାକ୍ତରଙ୍କ କହିବା ଅନୁସାରେ ସେ ନିଜେ କଣ କରୁଥିଲା ସେକଥା ଜାଣି ପାରୁନଥିଲା । ତେଣୁ ତାକୁ ପୋଲିସ୍‌ ଗିରଫ କରିବା ପରେ ମନସିକ ରୋଗୀ ଚିକିତ୍ସକଙ୍କ ପାଖରେ ଛଡ଼ା ଯାଇଥିଲା । ସେଠାରୁ ସେ ଛାଡ଼ ପାଇବା ପରେ ସଂପୃକ୍ତ ହସପିଟାଲରେ ଚାକିରି କରିଥିଲା । ଗତ ମାସ ଏକ ମେଡିକାଲ ସମ୍ମିଳନୀରେ ସେ ଯୋଗ ଦେଇଥିବା ବେଳେ ତାକୁ ପୂର୍ବରୁ ଚିକିତ୍ସା କରିଥିବା ଡାକ୍ତର ସେଠାରେ ଦେଖି ହସପିଟାଲକୁ ଖବର ଦେଇଥିଲେ । ଏହା ପରେ ହସପିଟାଲ କର୍ତ୍ତୃପକ୍ଷ ତାର ସାର୍ଟିଫିକେଟ୍‌ ସବୁ ଜାଲ୍‌ ବୋଲି ଜାଣିବାକୁ ପାଇଥିଲେ । ଏହା ପରେ ତାକୁ ଚାକିରିରୁ ବହିଷ୍କାର କରି ଦେଇଥିଲେ । ଏବେ ସେ ପୋଲିସ୍‌ କବ୍‌ଜାରେ ରହିଛି ।

 

KNews Bureau

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

5 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

21 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

30 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

39 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

55 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago