ନୋଏଡା ଡିଏନଡି ଏକ୍ସପ୍ରେସୱେରେ ଚାଷୀଙ୍କ ଆନ୍ଦୋଳନ , ଜମି ଅଧିଗ୍ରହଣରେ କ୍ଷତିପୂରଣ ଦାବିରେ ଧାରଣା

ନୋଏଡା(କେନ୍ୟୁଜ୍) : ସାଧାରଣ ବଜେଟରେ କୃଷକଙ୍କ ପାଇଁ ବାର୍ଷିକ ୬ହଜାର ଟଙ୍କା ସହାୟତା ପରେ ବି ବିଭିନ୍ନ ପ୍ରସଙ୍ଗରେ ଚାଷୀଙ୍କ କ୍ଷୋଭ ତେଜୁଛି। ଜମି ଅଧିଗ୍ରହଣରେ ସଠିକ କ୍ଷତିପୂରଣ ମିଳିନଥିବା ପ୍ରତିବାଦରେ ନୋଏଡାର ଡିଏନଡି ଏକ୍ସପ୍ରେସୱେରେ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନହେବା ପର‌୍ୟ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଧମକ ଦେଇଛନ୍ତି କୃଷକ ସଂଘ। ଗତ ୫୦ ସପ୍ତାହ ଧରି କ୍ଷତିପୂରଣ ଦାବି କରିଆସୁଛନ୍ତି କୃଷକମାନେ।

କିଛି କୃଷକ ସଂଗଠନର ସଦସ୍ୟ ଦିଲ୍ଲୀର ଜନ୍ତରମନ୍ତର ଠାରେ ମଧ୍ୟ ଧାରଣାରେ ବସିଛନ୍ତି। ଦାବି ପୂରଣ ନହେଲେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ସେପଟେ ଡିଏନଡି ଏକ୍ସପ୍ରେସୱେରେ ଧାରଣା ଯୋଗୁଁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଚାଷୀଙ୍କୁ ବୁଝାସୁଝା କରିବାକୁ ନୋଏଡା ମାଜିଷ୍ଟ୍ରେଟ ଓ ଏସଏସପି ଆନ୍ଦୋଳନ ସ୍ଥଳରେ ପହଞ୍ଚି କଥାବାର୍ତ୍ତା କରିଥିଲେ ମଧ୍ୟ ଏହା ବିଫଳ ହୋଇଛି।

 

KNews Bureau

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

8 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

17 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

26 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

42 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

57 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago