Categories: ସ୍ପେଶାଲ

କଣ NASAକୁ ପୂର୍ବରୁ ହିଁ ଜଣାଥିଲା କଳ୍ପନା ଚାୱଲାଙ୍କ ମୃତ୍ୟୁର ତାରିଖ ? କାହିଁକି ଲୁଚାଇଲେ ଏତେ ବଡ ସତ!

ପୂରା ଦୁନିଆରେ ଦେଶର ନାମ ଉଞ୍ଚା କରିଥିବା ଦେଶର ଝିଅ କଳ୍ପନା ଚାୱଲାଙ୍କ ନାଁ କିଏ ନ ଜାଣନ୍ତି। ଏକ ମହିଳା ପ୍ରମାଣିତ କରିପାରିଛନ୍ତି ଯଦି ଆପଣଙ୍କର ଆତ୍ମବିଶ୍ବାସ ରହିଛି ତାହେଲେ ଆପଣ ପୁରା ଦୁନିଆକୁ ନିଜର କରିପାରିବେ। ଆଜିଠାରୁ ୧୬ ବର୍ଷ ପୂର୍ବେ କଳ୍ପନାଙ୍କର ସ୍ପେଶ୍ ସଟଲ ଧରିତ୍ରୀର କକ୍ଷରେ ପ୍ରବେଶ କରିବା ପୂର୍ବରୁ ଭସ୍ମ ହୋଇଯାଇଥିଲା ଏବଂ କଳ୍ପନା ଚାୱଲାଙ୍କ ସହିତ ୭ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଏହା ଆଶ୍ଚର୍ଯ୍ୟର କଥା ଥିଲା କି ନାସାର ବୖଜ୍ଞାନିକମାନଙ୍କୁ ହିଁ ପ୍ରଥମେ ଜଣାଥିଲା ଅନ୍ତରିକ୍ଷ ଜାନ ଭିତରେ ଥିବା ଯାତ୍ରୀ ମାନଙ୍କର ମୃତ୍ୟୁ ସୁନିଶ୍ଚିନ୍ତ। ଯଦି ଏହା ସତ ତେବେ ଏଥିପାଇଁ ସେମାନେ କୌଣସି ପଦକ୍ଷେପ କଣ ପାଇଁ ନେଇ ନଥିଲେ। ଏଭଳି କିଛି ପ୍ରଶ୍ନ ଆମକୁ ଚିନ୍ତାରେ ପକାଇଛି।

କିନ୍ତୁ ପ୍ରଥମେ ଆମେ ଜାଣିବା କଳ୍ବନା ଚାୱଲା କିଏ ଏବଂ ସେ କେମିତି ଏଭଳି ସମସ୍ତ ଦର୍ଶକଙ୍କ ହୃଦୟରେ ନିଜ ଛାଡ଼ି ଯାଇଛନ୍ତି। କଳ୍ପନା ବନାରସୀ ଲାଲ୍ ଚାୱଲ ଅନ୍ତରିକ୍ଷରେ ଯାଉଥିବା ଭାରତର ପ୍ରଥମ ମହିଳା ଏବଂ ଭାରତର ଦ୍ବିତୀୟ ନାଗରିକ। ସେ ନିଜର ଶକ୍ତି ଏବଂ ସାହସିକତା ବଳରେ ଭାରତର ନାମ ରଖିପାରିଛନ୍ତି ଏବଂ ଯିବା ପରେ ମଧ୍ୟ ଦେଶର ଲୋକମାନଙ୍କ ମନରେ ନିଜର ସାହସିକତାର ଛାପ ଛାଡ଼ିଯାଇଛନ୍ତି।

୧. ଫେବୃଆରୀ ୨୦୦୩ ରେ , ଟେକ୍ସସ୍ ରେ ସ୍ପେଶ ଶଟଲ କଲମ୍ବିଆ-୧୦୭ ପୃଥିବୀର ବାୟୂମଣ୍ଡଳରେ ପ୍ରବେଶ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏହାସହିତ ଅନ୍ତରିକ୍ଷ ଯାତ୍ରୀ ମାନଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା।

ନିଶ୍ଚୟ ପଢ଼ନ୍ତୁ : ବହୁତ ଜଲଦି ସୂର୍ଯ୍ୟର ଅତି ନିକଟତର ହେବ ନାସା

ଏହି ଯାତ୍ରୀ ମାନଙ୍କ ମଧ୍ୟରେ ଅନ୍ତରିକ୍ଷ ଯାନରେ ପ୍ରଥମ ଭାରତୀୟ ମହିଳା କଳ୍ପନା ଚାୱଲା ରହିଥିଲେ। କଳ୍ପନା ଭାରତୀୟ ମହିଳା ମାନଙ୍କ ପାଇଁ ଆଦର୍ଶ ,କଳ୍ପନା ହରିୟାଣାର ଏକ କରନଲ୍ ଙ୍କ ପରିବାର ସହସମ୍ପର୍କ ରଖିଥିଲେ। କଳ୍ପନାଙ୍କର ଉଚ୍ଚା ଭାବନା ଏବଂ ତାଙ୍କର ଅତୂଳନୀୟ ସାହାସ ତାଙ୍କୁ ଅନ୍ତରିକ୍ଷ ପଯ୍ୟନ୍ତ ପହଞ୍ଚାଇପାରିଥିଲା।

୩୧ ଦିନ,୧୪ ଘଣ୍ଟା ଏବଂ ୫୪ମିନିଟ୍ ବିତାଇବା ପରେ ୧ ଫେବୃଆରୀ ୨୦୦୩ ରେ କଲମ୍ବିଆ ଅନ୍ତରିକ୍ଷଯାନ ପୃଥିବୀର କକ୍ଷରେ ପ୍ରବେଶ କରିଥିଲା। କିଛି କାରଣରୁ ଏହି ଯାନ ପୃଥିବୀରେ ପ୍ରବେଶ କରିବା ପରେ ଜଳିବା ସହ ଭାଙ୍ଗି ଯାଇଥିଲା। ଦେଖୁ ଦେଖୁ ଅନ୍ତରିକ୍ଷ ଯାନଟି ଜଳିଯିବା ସହ ସେଥିରେ ଥିବା ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ୪୧ ବର୍ଷ ବୟସରେ କଳ୍ପନା ଆମ ମାନଙ୍କୁ ଛାଡ଼ି ଚାଲିଯାଇଥିଲେ। ଆଜି ମଧ୍ୟ ସେ ସବୁ ଭାରତୀୟଙ୍କ ମନରେ ଜୀବିତ ରହିଛନ୍ତି ଏବଂ ସବୁବେଳେ ମଧ୍ୟ ରହିବେ। କଳ୍ପନାଚାୱଲା ଭାରତର ନାମ ରଖିଥିଲେ ଏବଂ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଯାଇଛନ୍ତି।

Pritiparna

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

5 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

14 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

23 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

39 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

54 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago