ନୋଏଡା ଡିଏନଡି ଏକ୍ସପ୍ରେସୱେରେ ଚାଷୀଙ୍କ ଆନ୍ଦୋଳନ , ଜମି ଅଧିଗ୍ରହଣରେ କ୍ଷତିପୂରଣ ଦାବିରେ ଧାରଣା

ନୋଏଡା(କେନ୍ୟୁଜ୍) : ସାଧାରଣ ବଜେଟରେ କୃଷକଙ୍କ ପାଇଁ ବାର୍ଷିକ ୬ହଜାର ଟଙ୍କା ସହାୟତା ପରେ ବି ବିଭିନ୍ନ ପ୍ରସଙ୍ଗରେ ଚାଷୀଙ୍କ କ୍ଷୋଭ ତେଜୁଛି। ଜମି ଅଧିଗ୍ରହଣରେ ସଠିକ କ୍ଷତିପୂରଣ ମିଳିନଥିବା ପ୍ରତିବାଦରେ ନୋଏଡାର ଡିଏନଡି ଏକ୍ସପ୍ରେସୱେରେ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନହେବା ପର‌୍ୟ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଧମକ ଦେଇଛନ୍ତି କୃଷକ ସଂଘ। ଗତ ୫୦ ସପ୍ତାହ ଧରି କ୍ଷତିପୂରଣ ଦାବି କରିଆସୁଛନ୍ତି କୃଷକମାନେ।

protest କିଛି କୃଷକ ସଂଗଠନର ସଦସ୍ୟ ଦିଲ୍ଲୀର ଜନ୍ତରମନ୍ତର ଠାରେ ମଧ୍ୟ ଧାରଣାରେ ବସିଛନ୍ତି। ଦାବି ପୂରଣ ନହେଲେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ସେପଟେ ଡିଏନଡି ଏକ୍ସପ୍ରେସୱେରେ ଧାରଣା ଯୋଗୁଁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଚାଷୀଙ୍କୁ ବୁଝାସୁଝା କରିବାକୁ ନୋଏଡା ମାଜିଷ୍ଟ୍ରେଟ ଓ ଏସଏସପି ଆନ୍ଦୋଳନ ସ୍ଥଳରେ ପହଞ୍ଚି କଥାବାର୍ତ୍ତା କରିଥିଲେ ମଧ୍ୟ ଏହା ବିଫଳ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.