ଦେଶ ବିଦେଶ

ଯୁଦ୍ଧ ଭିତରେ ବି ବିଶ୍ୱବାସୀଙ୍କ ହୃଦୟ ଜିତୁଛନ୍ତି ୟୁକ୍ରେନ ରାଷ୍ଟ୍ରପତି! ଜାଣନ୍ତୁ ଜେଲେନସ୍କିଙ୍କ ବିଷୟରେ ୫ଟି ବଡ଼ କଥା

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜଟିଳ ହେବାରେ ଲାଗିଛି। ଏହା ସତ୍ତ୍ୱେ ୟୁକ୍ରେନ ରାଷ୍ଟ୍ରପତି ବିଶ୍ୱବାସୀଙ୍କ ହୃଦୟ ଜିତୁଛନ୍ତି। ଜେଲେନସ୍କିଙ୍କ ନାମ ଯୁଦ୍ଧ ପୂର୍ବରୁ ସାରା ବିଶ୍ୱର ଲୋକଙ୍କ ପାଇଁ ନୂଆ ଥିଲା। କିନ୍ତୁ ବର୍ତ୍ତମାନ ଯେଭଳି ପରିସ୍ଥିତି ରହିଛି, ସେଠି ରାଷ୍ଟ୍ରପତି ଜେଲେନସ୍କି ଏକ ନୂଆ ରୂପରେ ସାମ୍ନାକୁ ଆସିଛନ୍ତି। ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ ୫ଟି ଖାସ୍‌ କଥା କହିବାକୁ ଯାଉଛୁ।

ରୁଷ ସହିତ ଚାଲିଥିବା ଯୁଦ୍ଧରେ ରାଷ୍ଟ୍ରପତି ଜେଲେନସ୍କି ନିଜେ ୟୁକ୍ରେନ ସେନାର ନେତୃତ୍ୱ ନେଉଛନ୍ତି। ଯୁଦ୍ଧ ସମୟରେ ସେ ୟୁକ୍ରେନ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ‘ଆମେ ସମସ୍ତେ ଏଠାରେ ଅଛୁ, ଆମ ଦେଶ ପାଇଁ। ଆମେ ଏଠାରେ ରହିବୁ। ଆମ ଦେଶ ପାଇଁ ଲଢ଼ିବୁ’। ତେବେ ଜେଲେନସ୍କି ଯେଉଁଭଳି ଭାବେ ରାସ୍ତାକୁ ଓହ୍ଲାଇ ନିଜ ଲୋକମାନଙ୍କ ସାଥ୍‌ ଦେଉଛନ୍ତି, ଏହାକୁ ନେଇ ସାରା ବିଶ୍ୱରେ ତାଙ୍କୁ ପ୍ରଶଂସା କରାଯାଉଛି।

ଏକ ରିପୋର୍ଟରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ରାଷ୍ଟ୍ରପତି ହେବା ପରେ ଜେଲେନସ୍କି ତାଙ୍କ ଅଧିକାରୀମାନଙ୍କୁ କହିଥିଲେ କି, ସେମାନେ ତାଙ୍କ ଅଫିସରେ ତାଙ୍କର ଫଟୋ ନ ଲଗାନ୍ତୁ। ତାଙ୍କ କହିବା ଥିଲା ଯେ ସେ କୌଣସି ଆଦର୍ଶ ବ୍ୟକ୍ତି କିମ୍ବା ଆଇକନ୍ ନୁହଁନ୍ତି। ତାଙ୍କ ବଦଳରେ ସରକାରୀ କର୍ମଚାରୀମାନେ ସେମାନଙ୍କ ପିଲାମାନଙ୍କର ଫଟୋ ଅଫିସରେ ରଖିବା ଉଚିତ, ଯାହାଙ୍କୁ ଦେଖି ନିଜର ପ୍ରତ୍ୟେକ ନିଷ୍ପତ୍ତି ନେବା ଉଚିତ୍।

photo: mirror.co.uk

ଜେଲେନସ୍କି ଜଣେ ଭଲ ନୃତ୍ୟଶିଳ୍ପୀ। ଇଣ୍ଟରନେଟ୍‌ରେ ତାଙ୍କ ଡ୍ୟାନ୍ସ ଭିଡିଓଗୁଡ଼ିକୁ ଖୁବ୍‌ ପସନ୍ଦ କରାଯାଏ। ଜଣେ ସାଧାରଣ ବ୍ୟକ୍ତିଙ୍କ ପରି ସେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ ଫଟୋଗୁଡ଼ିକୁ ବି ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି। ଏହି ବର୍ଷ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଓ୍ଵାର୍କଆଉଟ୍‌ କରୁଥିବାର ନଜର ଆସିଥିଲେ। ଫଟୋକୁ ସେ ନୂଆ ବର୍ଷର ପ୍ରଥମ ସକାଳେ ପୋଷ୍ଟ କରିଥିଲେ। ଜେଲେନସ୍କି ନିଜ ପିଲାମାନଙ୍କ ବିଷୟରେ ଉଲ୍ଲେଖ କରି ଫଟୋର କ୍ୟାପସନ୍ ଲେଖିଥିଲେ ଯେ ‘ଡମ୍ବଲ୍ ନିଜ କାମ କରୁଛନ୍ତି, ପିଟର ଶୋଇଛି, ନୋରା ହାଇ ମାରୁଛି। ଏହା ହେଉଛି ନୂଆ ବର୍ଷର ପ୍ରଥମ ଟ୍ରେନିଙ୍ଗ୍‌ ସେଶନ। ସମସ୍ତଙ୍କୁ ଗୁଡ୍‌ମର୍ଣ୍ଣିଂ’।

କହି ରଖୁଛୁ, ଜେଲେନସ୍କିଙ୍କୁ ଆମେରିକା ଦେଶ ଛାଡି ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ପରାମର୍ଶ ଦେଇଥିଲା। କିନ୍ତୁ ସେ ଆମେରିକାର ପରାମର୍ଶ ଉପରେ ବିଚାର କରି ନ ଥିଲେ। ସେ କହିଥିଲେ, ‘ମୁଁ ଦେଶ ଛାଡି ପଳାଇବି ନାହିଁ। ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଲଢ଼ିବି। ମୋତେ କେବଳ ଅସ୍ତ୍ରଶସ୍ତ୍ରର ସାହାଯ୍ୟ ଦିଅନ୍ତୁ’।

Roshni

Recent Posts

କଳହର କରୁଣ ପରିଣତି, ସ୍ତ୍ରୀର ବେକ କାଟିଲା ସ୍ୱାମୀ

ନୀଳଗିରି : ଘରୋଇ କଳହର କରୁଣ ପରିଣତି । ସ୍ତ୍ରୀର ବେକ କାଟି ମାରିବାକୁ ଉଦ୍ୟମ କଲା ସ୍ୱାମୀ। ବାଲେଶ୍ୱର…

15 mins ago

ଆଇସକ୍ରିମ ଭିତରୁ କଟା ମଣିଷ ଆଙ୍ଗୁଠି ମିଳିବା ପରେ ଏବେ ବାହାରିଛି ଜୀବନ୍ତ ବିଛା

ଆଇସିକ୍ରିମ୍‌ କାହାର ବା ପସନ୍ଦ ନୁହେଁ । ପିଲାଠୁ ବୁଢ଼ା ସମସ୍ତଙ୍କର ପସନ୍ଦ ଆଇସିକ୍ରିମ୍‌ । ବିଶେଷ କରି ଏହି…

20 mins ago

ବଢ଼ିପାରେ ସ୍କୁଲ ଛୁଟି ଅବଧି, ଗଣଶିକ୍ଷା ବିଭାଗ ବୈଠକରେ ଚାଲିଛି ବିଚାର ବିମର୍ଶ

ଭୁବନେଶ୍ୱର : ବଢ଼ିପାରେ ସ୍କୁଲ ଛୁଟି ଅବଧି। ଖରାର ପ୍ରକୋପକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇପାରନ୍ତି । ପୂର୍ବର…

31 mins ago

ଖରାଦିନେ ପ୍ରତିଦିନ କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି କି? ହୋଇପାରନ୍ତି ଏହି ସବୁ ରୋଗର ଶିକାର

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କୋଲ୍ଡ ଡ୍ରିଙ୍କସ୍ ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଯଦି ଆପଣ ମଧ୍ୟ ନିୟମିତ…

32 mins ago

ଷ୍ଟୋରୀଟେଲିଙ୍ଗ ଦୁନିଆରେ ପାଦ ଦେଲେ ଆଲିଆ ଭଟ୍ଟ, ଲଞ୍ଚ ହେଲା ପ୍ରଥମ ବହି

ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ। ଫିଲ୍ମରେ ତାଙ୍କର ଉତ୍କୃଷ୍ଟ ଅଭିନୟ ସହିତ ଆଲିଆ ଲୋକଙ୍କ…

38 mins ago

ବିଧାସଭାରେ ନୂଆ ବିଧାୟକଙ୍କ ଶପଥ ଗ୍ରହଣ ସମାରୋହ, ସୁରକ୍ଷା କାର୍ଯ୍ୟରେ ୮ ପ୍ଲାଟୁନ ପୋଲିସ

ଭୁବନେଶ୍ୱର : ନୂଆ ବିଧାୟକଙ୍କ ଶପଥ ପାଠ ପାଇଁ ବିଧାସଭା ପ୍ରସ୍ତୁତ। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି…

47 mins ago