ଦେଶ ବିଦେଶ

ରୁଷ-ୟୁକ୍ରେନ ଯୁଦ୍ଧ: ଟ୍ରେନରେ ସିଟ ଟିଏ ପାଇଁ ଆଇପ୍ୟାଡ଼ ବିକୁଛନ୍ତି ଭାରତୀୟ ଛାତ୍ର

ରୁଷର ଆକ୍ରମଣ ପରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକ ଓ ବିଶେଷ ଭାବରେ ଛାତ୍ରଛାତ୍ରୀ ମାନଙ୍କୁ କମରୁ କମ ସମୟ ମଧ୍ୟରେ ଉଦ୍ଧାର କରାଯିବା ନେଇ ଚେଷ୍ଟା ଜାରି ରହିଛି । ସେଠାରେ ବର୍ତ୍ତମାନ ଏମିତି ପରିସ୍ଥିତି ଦେଖାଦେଇଛିକି ଛାତ୍ରମାନଙ୍କୁ ଜୀବିତ ରହିବା ନେଇ ସେଠାରେ ସେମାନଙ୍କୁ ସଂଘର୍ଷ କରିବାକୁ ପଡୁଛି । ଏମିତିକି ଟ୍ରେନର ଗୋଟିଏ ସିଟ ପାଇଁ ଛାତ୍ର ମାନଙ୍କୁ ନିଜ ଆଇପ୍ୟାଡ଼ ପର୍ଯ୍ୟନ୍ତ ବିକିବାକୁ ପଡୁଛି । କିନ୍ତୁ ସେଠାରେ ସ୍ଥାନ ପରିବର୍ତ୍ତନ ପାଇଁ ବା ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ୟୁକ୍ରେନବାସିଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ଜଣାଯାଇଛି ।

ଏବାବଦରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିବାରୁ ଜଣାଯାଇଛିକି ମଙ୍ଗଳବାର ମେଟ୍ରୋ ସାମ୍ନାରେ ଏକ ବଡ ଧରଣର ବମ ବ୍ଲାଷ୍ଟ ହୋଇଛି । ନିଜକୁ ଚେୟାର ସିଟ ତଳେ ପଶାଇ କୌଣସି ପ୍ରକାରେ ସେମାନେ ନିଜ ନିଜ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି । ଆଉ ଏ ଭିତରେ ଜଣେ ମହିଳା ନିଜ ଗୋଡ ହରାଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ମଧ୍ୟ ଲାଗିଛି । ଖୁବ ଜୋରରେ ରକ୍ତସ୍ରାବ ମଧ୍ୟ ହୋଇଥିବା ନେଇ ଜଣାଯାଇଛି । ଏମିତି ଏକ ଭୟଙ୍କର ସ୍ଥିତିରେ ଭାରତୀୟ ଛାତ୍ରମାନେ ସାହାଯ୍ୟ ଭିକ୍ଷା କରି ଚିତ୍କାର କରୁଥିବା ନଜର ଆସୁଛନ୍ତି । ରାଜ ଏହା ମଧ୍ୟ କହିଛନ୍ତିକି ଗତକାଲି ତାଙ୍କର ଜଣେ ସିନିୟର ନିଜ ଆଇପ୍ୟାଡ଼ ବିକ୍ରି କରି ୬୦୦୦ UAH ବା ଭାରତୀୟ ମୁଦ୍ରା ଅନୁଯାୟୀ ୧୫ ହଜାର ଟଙ୍କା ଲାଭ କରି ଟ୍ରେନରେ ସିଟ ଟିଏ କିଣିଛନ୍ତି । କହିରଖିବା ଉଚିତ ହେବକି, ରାଜ ବର୍ତ୍ତମାନ ସମୟରେ ଖାରଖୀଭ ରାଷ୍ଟ୍ରୀୟ ଜୁଭେନାଇଲ ଏକାଡେମିରେ ପଢୁଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି ପ୍ରଥମେ ପ୍ରଥମେ ସେମାନଙ୍କ ଏଜେଣ୍ଟମାନେ ମେଟ୍ରୋ ସ୍ଟ୍ରେଶନ କିମ୍ବା ବଙ୍କର ଉପରେ କବ୍ଜା କରି ରହିବାକୁ କହୁଥିଲେ । କିନ୍ତୁ ଆମେ ନିକଟରେ କୌଣସି ବଙ୍କର ନପାଇବାରୁ ଆମେ ନିକଟସ୍ଥ ମେଟ୍ରୋ ଷ୍ଟେସନକୁ ନିଜ ଡକ୍ୟୁମେଂଟସ ସହ ଦୌଡ଼ି ଦୌଡ଼ି ଯାଇଥିଲୁ । ଆମ ସଂଘର୍ଷର ୭ମ ଦିନରେ ବି ଆମେ ରୁଷ ଦେଇ ଯିବା ପାଇଁ ଏମବାସୀ ପାଇଁ ଅପେକ୍ଷା କରିଥିଲୁ । ଖାରଖୀଭ ଠାରୁ ରୁଷ ମାତ୍ର ୪୨କିମି ଦୂରରେ ଅବସ୍ଥିତ ।

ଛାତ୍ରମାନେ ୟୁକ୍ରେନର ପଶ୍ଚିମ ସୀମା ଦେଇ ସୁରକ୍ଷିତ ଭାବରେ ରକ୍ଷା ପାଇବା ପାଇଁ ଚେଷ୍ଟା ଚଳାଇଛନ୍ତି । ପରିସ୍ଥିତି ଗମ୍ଭୀର ଥିବାବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମିତିକି ଦୁଇ ତିନି ଦିନ ଧରି ବଙ୍କର ଛାଡି ଲୋକଙ୍କୁ ଧାଡ଼ିରେ ଛିଡ଼ାହୋଇ ଅପେକ୍ଷା କରିବାକୁ ପଡୁଛି । ଅନ୍ୟପକ୍ଷରେ ଭାରତୀୟଙ୍କ ଅପେକ୍ଷା ୟୁକ୍ରେନବାସିଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଭାରତୀୟ ମାନଙ୍କୁ ସ୍ବଦେଶ ଫେରିବାରେ ଖୁବ କଷ୍ଟ କରିବାକୁ ପଡୁଥିବା ବେଳେ ଅଧିକ ସମୟ ମଧ୍ୟ ଲାଗୁଛି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ

ମେଷ : ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ…

3 hours ago

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ :ସସ୍ମିତ

ଭୁବନେଶ୍ୱର  : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ…

4 hours ago

ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ଜଣ ଖେଳାଳି

ଫ୍ରାନ୍‍ସର ଏକ୍‍ସ ଏନ୍‍ ରାଜ୍ୟରେ ଜୁନ୍‍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ…

7 hours ago

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେତେଜଣ ନେଇ ଚର୍ଚ୍ଚା

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…

7 hours ago

ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ

ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର ।…

8 hours ago

ସାବିତ୍ରୀ ବ୍ରତରେ ପୂଜା ପାଇଥାଆନ୍ତେ ତା ପୂର୍ବରୁ ଉଠିଲା କୋକେଇ

ସାବିତ୍ରୀ ବ୍ରତରେ ସତ୍ୟବାନ୍‌ ହୋଇ ପୂଜା ପାଇ ଥାଆନ୍ତେ । ତା ପୂର୍ବରୁ ଘଟିଗଲା ଏପରି କିଛି । ମୃତକଙ୍କ…

8 hours ago