କ୍ରୀଡା

ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ଜଣ ଖେଳାଳି

ଫ୍ରାନ୍‍ସର ଏକ୍‍ସ ଏନ୍‍ ରାଜ୍ୟରେ ଜୁନ୍‍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପ ୨୦୨୪ରେ ଅଂଶଗ୍ରହଣ କରିବା ପାଇଁ ଆଜି ଭାରତୀୟ ଉଭୟ ପୁରୁଷ ଦଳ ଫ୍ରାନ୍‍ସ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଆସନ୍ତା କାଲି ମହିଳା ଦଳ ଫ୍ରାନ୍‍ସ ଗସ୍ତ କରିବ ।  ଏହି ଚାମ୍ପିୟନସିପ୍‍ ପାଇଁ ଖେଳାଳି ଚୟନ କରିବା ପାଇଁ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏଆଇୟୁ) କିଟ୍‍ ବିଶ୍ୱବିଦ୍ୟାଳୟକୁ ଦାୟିତ୍ୱ ଦେଇଥିଲେ। ଅପ୍ରେଲ୍‍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ କିଟ୍‍ରେ ଖେଳାଳି ପରୀକ୍ଷା ଓ ଚୟନ ପ୍ରକ୍ରିୟା ଚାଲୁ ରହିଥିଲା ।

ମେ ୩୦ରୁ କିଟ୍‍ କ୍ୟାମ୍ପସରେ ଏଥିପାଇଁ ଏକ ତାଲିମ ଶିବିର ଚାଲୁ ରହିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତୀୟ ରଗ୍‍ବୀ ଦଳ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏନ୍‍ ଚାମ୍ପିୟନସିପ୍‍ରେ ଅଂଶଗ୍ରହଣ କରିବ। ମହିଳା ବର୍ଗରେ ଓଡ଼ିଶାରୁ ୩ଜଣ ଖେଳାଳି କିଟ୍‍ ବିଶ୍ୱବିଦ୍ୟାଳୟର ନିର୍ମାଲ୍ୟ ରାଉତ, ତରୁଲତା ନାୟକ ଓ କିସ୍‍ ବିଶ୍ୱବିଦ୍ୟାଳୟର ଡୁମୁଣୀ ମାରାଣ୍ଡି ଭାରତୀୟ ମହିଳା ରଗ୍‍ବୀ ଦଳରେ ସାମିଲ ହୋଇଥିବା ବେଳେ ପୁରୁଷ ବର୍ଗରେ ୪ଜଣ ଖେଳାଳି କିଟ୍‍ ବିଶ୍ୱବିଦ୍ୟାଳୟର ବିନୋଦ ମାରାଣ୍ଡି, ଆଶିଷ ଶବର, ଗଣେଶ ମାଝି ଓ କିସ୍‍ ବିଶ୍ୱବିଦ୍ୟାଳୟର ମକରନ୍ଦ ପ୍ରଧାନ ପୁରୁଷ ଦଳରେ ସାମିଲ ହୋଇଛନ୍ତି

। ଉଭୟ ଦଳରେ କିଟ୍‍ ଓ କିସ୍‍ରୁ ମୋଟ ୬ଜଣ ଅଫିସିଆଲ୍‍ ଯୋଗ ଦେଇଛନ୍ତି । ଅଫିସିଆଲ୍‍ଙ୍କ ମଧ୍ୟରେ ଏଆଇୟୁର ଯୁଗ୍ମ ସଚିବ ଡ. ବଲଜିତ ସିଂହ ଶେଖୋଁଙ୍କ ନେତୃତ୍ୱରେ ମନିପାଲ୍‍ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଡ. ରିନା ପୁନିଆଁ, କିସ୍‍ ଉପକ୍ରୀଡ଼ା ନିର୍ଦ୍ଦେଶକ ରୁଦ୍ରକେଶ ଜେନା, କିଟ୍‍ ଉପକ୍ରୀଡ଼ା ନିର୍ଦ୍ଦେଶିକା ରଶ୍ମିତା ମହାନ୍ତି ଓ ଶଚିକାନ୍ତ କୁମାର ମଧ୍ୟ ଫ୍ରାନ୍‍ସ ଗସ୍ତରେ ଅଛନ୍ତି। ଯାତ୍ରା ପୂର୍ବରୁ ଆଜି ଭୁବନେଶ୍ୱର କିସ୍‍ କ୍ୟାମ୍ପସରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଖେଳାଳିମାନେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଡ. ସାମନ୍ତ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସଫଳତା କାମନା କରିଥିଲେ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago