ସ୍ପେଶାଲ

ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ

ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର । ଦୁଃଖରେ ସୁଖରେ ସବୁଥିରେ ଆମ ପାଖରେ ଛିଡ଼ା ହେଉଥିଲେ ।‘ପୁଅ ନପଚାରୁ ପଛେ ନବୀନ ହିଁ ପୁଅ ଭଳି ସବୁ ବୁଝୁଥିଲେ’ । ଆମ ପେଟ କଥା ଚିନ୍ତା କରୁଥିଲେ । ବୃଦ୍ଧ କାଳେ ଆମର ସାହାରା ଥିଲେ ସେ । ଏବେ ଆମ ଦୁଃଖ ଶୁଣିବ କିଏ । ଏଇ କଥା କହି ଆଖିରୁ ଲୁହ ଗଡ଼ାଉଛନ୍ତି ଏଇ ବୟସ୍କ ମହିଳାମାନେ ।

ନିର୍ବାଚନରେ ବିଜେଡି ହାରିଗଲା । ସେ ଦୁଃଖ ଏମାନଙ୍କର ଯେତିକି ନାହିଁ ନବୀନ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି ସେକଥା ସେମାନଙ୍କୁ ଅଧିକ କଷ୍ଟ ଦେଇଛି । ମୁଖ୍ୟମନ୍ତ୍ରୀ ପଦରୁ ନବୀନ ଇସ୍ତଫା ଦେବା ପରେ ବାହୁନି କାନ୍ଦୁଛନ୍ତି ଗାଁ ଲୋକେ । ଗାଁ ଠୁ ସହର ସବୁଠି ସାଧାରଣ ଲୋକଙ୍କୁ ଖୁବ୍‌ ବାଧିଛି । ତାଙ୍କ ପୋଷ୍ଟରକୁ ଲୋକେ ଆଉଁସି ବାହୁନି ବାହୁନି କାନ୍ଦୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗାଁର ବୃଦ୍ଧାମାନେ ତାଙ୍କୁ ମନେ ପକାଇ ଲୁହ ଗଡ଼ାଉଛନ୍ତି । ଇଏ ହେଉଛି ନବୀନଙ୍କ ଲୋକପ୍ରିୟତା ।ଅନେକ ଲୋକହିତକର ଯୋଜନା ସାଧାରଣ ଲୋକଙ୍କ ପାଇଁ କରିଥିଲେ ନବୀନ । ତେବେ ତାଙ୍କର ବ୍ୟକ୍ତିତ୍ୱ ଥିଲା ସମସ୍ତଙ୍କର ପ୍ରିୟ ।

ରାଜନୀତି କ୍ଷେତ୍ରରେ ଯାହା ବି ଓଲଟ ପାଲଟ ହେଉ କିନ୍ତୁ ନବୀନଙ୍କୁ ଭଲ ପାଆନ୍ତି ସମସ୍ତେ । ତାଙ୍କ ନିର୍ମଳ ଭାବମୂର୍ତ୍ତି, କାହା ବିରୋଧରେ ପଦେ ନକହିବା ଆଦି କଥାକୁ ଲୋକେ ପସନ୍ଦ କରନ୍ତି । ତେଣୁ ଆଜି ସବୁ ଜାଗାରେ ତାଙ୍କୁ ନେଇ ଚର୍ଚ୍ଚା । କାରଣ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଲୋକେ ତାଙ୍କ ସହ ଅଭ୍ୟସ୍ତ ହୋଇ ସାରିଥିଲେ । ଏବେ ଲାଗୁଛି ଯେମିତି ସେ ଅଲଗା ହୋଇଗଲେ ।

Sasmita

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago